ଖୋଳକୁ କରତାଳ ଦେଉନି ତାଳ

ବଅଁରପାଳ, ୧୮ା୮

ଗଁ। ସଂସ୍କୃତିରେ ଧର୍ମୀୟ ପ୍ରଲେପ ଦିଏ ସଂକୀର୍ତ୍ତନ। ଏକ ପବିତ୍ର ଧାରା ସୃଷ୍ଟି କରେ ମଣିଷ ମନରେ। ଭାଇଚାରା ଓ ଏକତାର ବନ୍ଧନକୁ ଆହୁରି ସଶକ୍ତ କରେ ଏହି ଭକ୍ତିର ଶକ୍ତି। ହେଲେ କରୋନା କଟକଣା ଯୋଗୁ ୫ ମାସ ହେଲା ରୋକ୍‌ ଲାଗିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ। ପୂର୍ବରୁ ବିଭିନ୍ନ ସ୍ଥାନରୁ ଡାକରା ପାଉଥିବା ସଂକୀର୍ତ୍ତନମଣ୍ଡଳୀ ଏବେ ହୋଇଯାଇଛି ଅଲୋଡ଼ା। ଖୋଳ ସହ କରତାଳର ତାଳ ମିଳୁ ନ ଥିବାରୁ ଗଁ।ରୁ ଯେପରି ଦୂରେଇ ଯାଇଛି ଆଧ୍ୟାତ୍ମିକ ବାତାବରଣ।
ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ରହିଛନ୍ତି ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ସଂକୀର୍ତ୍ତନମଣ୍ଡଳୀ। ଗଁା କୋଠଘର ଓ ଭାଗବତ ଟୁଙ୍ଗି ସହ ବିଭିନ୍ନ ସ୍ଥାନରେ ଏମାନେ ହରିନାମ ପରିବେଷଣ କରନ୍ତି। ଅଷ୍ଟପ୍ରହର ନାମଯଜ୍ଞଠାରୁ ଆରମ୍ଭ କରି ଘର ପ୍ରତିଷ୍ଠା, ଶ୍ରାଦ୍ଧ, ବିଭିନ୍ନ ଉତ୍ସବରେ ନିଜ କଳା, ପ୍ରତିଭା ଦେଖାଇ ଏମାନେ କିଛି ଅର୍ଥ ରୋଜଗାର କରନ୍ତି। ବିଶେଷକରି ନାଲ୍‌କୋ, ବଅଁରପାଳ, ଗୋତମରା, ବୁଢାପଙ୍କ, ନୂଆହତା, କୁଲାଡ଼, ଗିରାଙ୍ଗ, ବଲରାମପ୍ରସାଦ, ତଳମୂଳ, ମହୀଧରପୁର, ଫୁଲୁପଡ଼ା, ବଉଳିଗଡ଼, ଗଡ଼ସନ୍ତ୍ରୀ, ଜରାସିଂହା, କୁମଣ୍ଡ, ବେଣାଗାଡିଆ, ବେଡାଶର, କଞ୍ଜରା, ବଡ଼ କେରେଜାଙ୍ଗ, କାଣ୍ଡସର, କୁକୁଡ଼ାଙ୍ଗ, ରୁରଙ୍ଗ, କୁରୁଡୁଲୁ ସମେତ ବିଭିନ୍ନ ଗ୍ରାମରେ ଏହି ସଂକୀର୍ତ୍ତନ ମଣ୍ଡଳୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେହି ଓଡ଼ିଶୀ ତ ଆଉ କେହି ନଦିଆ ସଂକୀର୍ତ୍ତନ କରିଥାନ୍ତି। କେତେକ ଅଞ୍ଚଳରେ ଥିବା ମହିଳା ସଂକୀର୍ତ୍ତନମଣ୍ଡଳୀ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଦୋଳଠାରୁ ଆରମ୍ଭ କରି ରାମନବମୀ, ହିଙ୍ଗୁଳାଯାତ୍ରା, ଚନ୍ଦନ ପୂର୍ଣ୍ଣିମା, ଶନିଶ୍ଚର ମହାଯଜ୍ଞ, ରଥଯାତ୍ରା, ଜନ୍ମାଷ୍ଟମୀ ଆଦି ପର୍ବପର୍ବାଣିରେ ଏହି ସଂକୀର୍ତ୍ତନିଆମାନଙ୍କୁ ଦୂର ଦୂରାନ୍ତରୁ ଡାକରା ଆସେ। ଏଥିରୁ କିଛି ଅର୍ଥ ମଧ୍ୟ ରୋଜଗାର କରିବାର ଅବସର ମିଳିଯାଇଥାଏ ସେମାନଙ୍କୁ। କିନ୍ତୁ କରୋନା ଆସିବା ପରେ ବିଗିଡି ଯାଇଛି ସ୍ଥିତି। ପୂଜା, ମେଳା, ମହୋତ୍ସବ ସହ ସଂକୀର୍ତ୍ତନ ଉପରେ କଟକଣା ଲଗାଯାଇଥିବାରୁ ଏବେ ଏହି ସଂକୀର୍ତ୍ତନିଆମାନଙ୍କ ଆୟର ଅନ୍ୟତମ ପନ୍ଥା ମଧ୍ୟ ବନ୍ଦ ହୋଇଯାଇଛି। ସେହିପରି ଗଁା କୋଠଘର ଓ ଭାଗବତ ଟୁଙ୍ଗିରେ ପଡ଼ିଥିବା ତାଲା ମଧ୍ୟ ଏଯାଏ ଖୋଲିନି।
୫ ମାସ ହେଲା ଘରେ ବସିଛୁ
ପର୍ବପର୍ବାଣିରେ ବିଭିନ୍ନ ସ୍ଥାନରୁ ଡାକରା ଆସେ। ସେଠାରେ ନାମ ପରିବେଷଣ କରି ପ୍ରତିଭାର ପରିଚୟ ଦେଉ। ଏହାଛଡ଼ା କିଛି ଅର୍ଥ ମଧ୍ୟ ରୋଜଗାର କରିପାରୁ। ୫ ମାସ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ନ ଥିବାରୁ ୩୦ରୁ ଊର୍ଦ୍ଧ୍ୱ ସଂକୀର୍ତ୍ତନିଆ ଘରେ ବସିଛନ୍ତି।
– ଚୈତନ୍ୟ ମୁଦୁଲି, କାଣ୍ଡସର ସଂକୀର୍ତ୍ତନ ମଣ୍ଡଳୀ
ହରିବୋଲ ପଡ଼ିପାରୁନି
ପୂର୍ବରୁ ସନ୍ଧ୍ୟା ହେବା ମାତ୍ରେ ଭାଗବତ ଟୁଙ୍ଗିରେ ସଂକୀର୍ତ୍ତନ ପରିବେଷଣ ହେଉଥିଲା। ଖୋଳ ସହ କରତାଳର ତାଳରେ ଗଁାରେ ଧର୍ମୀୟ ବାତାବରଣ ଖେଳିଯାଉଥିଲା। ହେଲେ ଏବେ ହରିବୋଲଟିଏ ମଧ୍ୟ ପଡ଼ିପାରୁନି।
– ଭକ୍ତଚନ୍ଦ୍ର ସାହୁ, ଗିରାଙ୍ଗ ସଂକୀର୍ତ୍ତନ ମଣ୍ଡଳୀ ଗାୟକ
ରୋଜଗାର ବନ୍ଦ ହୋଇଯାଇଛି
ପୂର୍ବରୁ ମହିଳା ସଂକୀର୍ତ୍ତନ ମଣ୍ଡଳୀକୁ ସବୁଆଡୁ ଖୋଜାପଡୁଥିଲା। ରାଜ୍ୟର ଅନେକ ସ୍ଥାନକୁ ଯାଇ ଭଜନକୀର୍ତ୍ତନ କରିଛୁ। କଟକଣା ପରଠାରୁ ୫ ମାସ ହେଲା କୁଆଡେ ଯାଇପାରୁନୁ। ଫଳରେ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
– ମିନତୀ ସାମଲ, କୁଲାଡ ମହିଳା ସଂକୀର୍ତ୍ତନ ମଣ୍ଡଳୀ
ସଂକୀର୍ତ୍ତନ ପରିବେଷଣ ଆବଶ୍ୟକ
ସନ୍ଧ୍ୟାରେ ପ୍ରତି ଗ୍ରାମରେ ସଂକୀର୍ତ୍ତନ ପରିବେଷଣ ହେବା ଆବଶ୍ୟକ। ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥାଏ। ଏହା ବନ୍ଦ ହୋଇଗଲେ ଭାଇଚାରା, ଆଧ୍ୟାତ୍ମିକ ଭାବ କ୍ଷୟ ହେବ। ତେଣୁ ଭାଗବତ ଟୁଙ୍ଗି, କୋଠଘରେ ସଂକୀର୍ତ୍ତନ ପାଇଁ ଅନୁମତି ମିଳୁ।
– ପ୍ରସନ୍ନ ବେଉରା, ନାଲ୍‌କୋ ସଂକୀର୍ତ୍ତନ ମଣ୍ଡଳୀ


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ବାତ୍ୟା: ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ

ଭୁବନେଶ୍ୱର,୨୫ା୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଅର୍ଣ୍ଣବ’। ଫଳରେ ଏହି ବାତ୍ୟାକୁ ନେଇ ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗଭୀର ଅବପାତରୁ ରୂପ ନେଇଥିବା…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନରୁ ଚମକିବ ୩ ରାଶିର ଭାଗ୍ୟ, ନଭେମ୍ବର ସୁଦ୍ଧା ବ୍ୟବସାୟରେ ପ୍ରବଳ ଲାଭ! ଜାଣନ୍ତୁ ସେହି ରାଶି କିଏ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୪ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାହୁଙ୍କ ନକ୍ଷତ୍ର ସୱାତୀରେ ପ୍ରବେଶ କରିଛନ୍ତି। ସୂର୍ଯ୍ୟ ଏହି ନକ୍ଷତ୍ରରେ ନଭେମ୍ବର ୬, ୨୦୨୬ ପର୍ଯ୍ୟନ୍ତ ଅବସ୍ଥାନ…

ଚେନ୍ନାଇରୁ ଘରକୁ ଫେରିବାବେଳେ ରାସ୍ତାରେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳ କୁର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ…

ବ୍ୟାଟ ଛାଡ଼ିବେ ନା ଖେଳ ଜାରି ରଖିବେ? ଅବସର ଚର୍ଚ୍ଚା ଉପରେ ରୋହିତଙ୍କ ସ୍ପଷ୍ଟ ଜବାବ, କହିଦେଲେ…

ନୂଆଦିଲ୍ଲୀ, ୨୬।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଅବସରକୁ ନେଇ ଗତ କିଛି ମାସ ମଧ୍ୟରେ ଅନେକ ଥର ଗୁଜବ ସାମ୍ନାକୁ ଆସିଛି।…

ଏଇ ଭାରତରେ

ଏକାଗ୍ରତାର ସହ ନୂତନତ୍ୱର ଅନ୍ବେଷଣ କଲେ ସଫଳତା ନିଶ୍ଚୟ ମିଳେ, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ବିମଳ କିଶୋର। ବିମଳ ଜଣେ ଦିବ୍ୟାଙ୍ଗ। ଏଣୁ ସେ…

ଶିକ୍ଷାନୁଷ୍ଠାନ ନେତୃତ୍ୱର ଅନ୍ତୁଡ଼ିଶାଳ

ଭଗବାନଙ୍କୁ ପୂଜା କରିବା ପାଇଁ ଆମେ ମନ୍ଦିରକୁ ଯାଉ। ଜ୍ଞାନ ଓ ଶିକ୍ଷା ରୂପକ ଅମୂଲ୍ୟ ରତ୍ନ ହାସଲ କରିବା ପାଇଁ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି। ଏହି…

ନିବେଶ ଚମକ, ତୃଷାର ଛାୟା

ଭାରତରେ ଗୁଗଲ୍‌ର ପ୍ରସ୍ତାବିତ ଡାଟା ସେଣ୍ଟର ଏବଂ ଏହା ସହିତ ଜଡ଼ିତ ଜଳ ସଙ୍କଟ ଏକ ଗଭୀର ବିଡ଼ମ୍ବନାର ପର୍ଦ୍ଦାଫାଶ କରୁଛି। ସରକାର ଏହାକୁ ‘ଐତିହାସିକ ନିବେଶ’…

ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

ୱାଶିଂଟନ, ୨୬ା୧୦: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସୁଦ୍ଧା ଆମେ କେବଳ ଫଟୋ, ଭିଡିଓ ଏବଂ ଅଡିଓ ଶେୟାର୍‌ କରିପାରୁଛୁ। କିନ୍ତୁ ଏବେ ଦୂରରେ ଥାଇ ମଧ୍ୟ ପରସ୍ପରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?