ଫେଲ୍‌ ମାରିଲା ଇମ୍ରାନଙ୍କ ଆତଙ୍କି ଏଜେଣ୍ଡା: ହାଫିଜ୍‌ ସୟିଦଙ୍କ ସହ ପୋଷ୍ଟରରେ ନଜର ଆସିଲେ

ଇସ୍‌ଲାମାବାଦ,୨୬।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜକୁ ଓ ଦେଶକୁ ପବିତ୍ର କହିବା ସହ ଆତଙ୍କବାଦୀଙ୍କ ବିରୋଧରେ ତାଙ୍କ ଲଢ଼େଇ ଜାରି ରହିଛି ବୋଲି ସମଗ୍ର ବିଶ୍ୱକୁ ଭୂଆଁ ବୁଲାଉଥିବା ବେଳେ ଏବେ ତାଙ୍କର ଅସଲ ମୁଖା ଖୋଲିଯାଇଛି। ପାକିସ୍ତାନରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସୟିଦ୍‌ଙ୍କ ସହ ଇମ୍ରାନ ଖାନଙ୍କ ଏକ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରକୁ ପାକିସ୍ତାନୀ ଖବରଦାତା ସୋସିଆଲ ମିଡିଆରେ ଶେୟାର କରିବା ସହ ତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ପୋଷ୍ଟରରେ ଆତଙ୍କବାଦୀ ହାଫିଜଙ୍କ ପୂରା ପାଖରେ ଇମ୍ରାନଙ୍କ ସହ ଅନ୍ୟମାନଙ୍କ ଫଟୋ ଲାଗିଥିବା ନଜର ଆସିଛି। ଏହି ପୋଷ୍ଟରରେ ଊର୍ଦ୍ଦୁ ଭାଷାରେ ସମସ୍ତଙ୍କ ନାମ ଲେଖାଯିବା ସହ ଜଶ୍ନ-ଏ-ଆଜାଦି ଲେଖାଯାଇଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ପୋଷ୍ଟର ସର୍ବସମ୍ମୁଖରେ ଆସିବା ପରେ ପାକିସ୍ତାନ ସରକାରଙ୍କ ଆତଙ୍କି ଏଜେଣ୍ଡା ଚର୍ଚ୍ଚାକୁ ଆସିଛି। ଆତଙ୍କବାଦୀଙ୍କ ଠାରୁ ପାକିସ୍ତାନ ମୁକ୍ତି ଚାହୁଁଛି ବୋଲି ସରକାର ସାରା ବିଶ୍ୱରେ ଡିଣ୍ଡିମ ପିଟୁଛନ୍ତି। ହେଲେ ସେମାନଙ୍କ ବିରୋଧରେ କୌଣସି କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରି ନାଟକବାଜି କରୁଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ବଢୁଥିବାରୁ ସରକାରଙ୍କ ବିରୋଧରେ ମାମଲା କରିବାକୁ ଅଣ୍ଟା ଭିଡିଲେ ଲୋକେ

ଜାକର୍ତ୍ତା,୮।୭: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏବେ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ଗତ ଜୁନ୍‌ ମାସରୁ ସହରର ବାୟୁ ପ୍ରଦୂଷଣ ସ୍ତର ଦିଲ୍ଲୀ ଓ ବେଜିଂକୁ...

ହାର୍ଟ ଆଟାକ୍‌ ଆଶଙ୍କା ବି କମାଏ ଅଗରବତୀ…

ଅଗରବତୀ ଜାଳିବା ପଛରେ ଆଧ୍ୟାତ୍ମିକ କାରଣ ରହିଛି । ଅଗରବତୀ ଜଳାଇବା ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁ ମନରେ ଆଣିଥାଏ ଶାନ୍ତି ଆଉ ଏଥିଯୋଗୁ ପରିବେଶରେ...

୪ ଦିନରେ ୨୩,୦୦ ଆର୍ମେନିଆ ସୈନ୍ୟ ମୃତାହତ ହୋଇଛନ୍ତି: ଆଜରବୈଜାନ ପ୍ରତିରକ୍ଷା ମନ୍ତ୍ରଣାଳୟ

ବାକୁ, ୩୦।୯: ଗତ ୪ ଦିନରେ ସେପ୍ଟେମ୍ବର ୨୭ଠାରୁ ୩୦ ମଧ୍ୟରେ ୨୩,୦୦ ଆର୍ମେନିଆ ସୈନ୍ୟ ମୃତାହତ ହୋଇଛନ୍ତି। ଏନେଇ ଆଜରବୈଜାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ...

ବିଗୁଡୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା: ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ!

ୱାଶିଂଟନ,୪ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଥିବା ଜଣାପଡିଛି । ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମୋଡେଜ ଶନିବାର...

ହଂକଂ ବଜାରରୁ ଖୁବ୍‌ଶୀଘ୍ର ହଟିବ ଟିକ୍‌ଟକ୍‌

ହଂକଂ,୭।୭: ବିଶ୍ୱର କିଛି ଦେଶ ଟିକ୍‌ଟକ୍‌ ବ୍ୟାନ କରିବା ପରେ ଏବେ ହଂକଂ ବଜାରରୁ ଆପଣାଛାଏଁ ଟିକ୍‌ଟକ୍‌ ହଟିଯିବ ବୋଲି କହିଛି। ସୋମବାର ଟିକ୍‌ଟକ୍‌ର ପ୍ରବକ୍ତା...

ଜେଲେନସ୍କି-ଜନସନ୍‌ ସାଙ୍ଗ ହୋଇ ରାସ୍ତାରେ ବୁଲିଲେ…

କ୍ୱିଭ୍‌, ୧୦।୪ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ହଠାତ୍‌ ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କ୍ୱିଭ୍‌ର ରାସ୍ତାରେ ଜନସନ୍‌ ବୁଲୁଥିବାର...

ବ୍ରାଜିଲରୁ ଆସୁଥିବା ଲୋକଙ୍କୁ ଆମେରିକା ମନା: ଟ୍ରମ୍ପ

ଓ୍ବାଶିଂଟନ,୨୫।୫: କରୋନା ଭାଇରସ ସଂକ୍ରମଣରେ ଆମେରିକାର ସ୍ଥିତି ବେହାଲ ହୋଇଥିବା ବେଳେ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍‌ଶୀଘ୍ର ଆମେରିକାରେ ସ୍କୁଲ ଖୋଲିବାକୁ କହିଛନ୍ତି। ଟୁଇଟ୍‌...

ବୋକୋ ହାରାମ୍‌ ଆକ୍ରମଣ: ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି; ୧୫ ଆତଙ୍କବାଦୀ ଗିରଫ

ଫାର୍‌ ନର୍ଥ ରିଜିଅନ୍‌,୧୨।୬: କ୍ୟାମେରୁନ୍‌ରେ ବୋକୋ ହାରାମ ଆକ୍ରମଣ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୨୧ ଜଣ ସୁରକ୍ଷାକର୍ମୀ ଥିବାବେଳେ ୧୬...

Advertisement
Archives

Model This Week