ଖୋଲିବ ବନ୍ଦ ପଡ଼ିଥିବା ମଦ ଫ୍ୟାକ୍ଟ୍ରି:୧୧ ଜିଲାପାଳଙ୍କୁ ଚିଠିକଲେ ଅବକାରୀ କମିଶନର

କଟକ ଅଫିସ,୧୭।୫: ଲକ୍‌ଡାଉନ୍‌ ଯୋଗୁ ରାଜ୍ୟରେ ମଦ ଫ୍ୟାକ୍ଟ୍ରିଗୁଡ଼ିକ ବନ୍ଦ ରହିଛି। ଲକ୍‌ଡାଉନ୍‌ ପରେ ମଦ ଚାହିଦା ବଢ଼ିଲେ, ଯୋଗାଇବା କଷ୍ଟକର ହେବ। ଏଣୁ ମଦ ଫ୍ୟାକ୍ଟ୍ରି (ବଟଲିଂ/ ବେଭରେଜ୍‌ ୟୁନିଟ୍‌)କୁ ଖୋଲିବା ପାଇଁ ଅବକାରୀ କମିଶନର୍‌ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ରାଜ୍ୟର ୧୧ ଜିଲାପାଳଙ୍କୁ ଚିଠି ଲେଖି ଜିଲାରେ ମଦ ଫ୍ୟାକ୍ଟ୍ରି ଖୋଲିବା ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ଅବକାରୀ କମିଶନର ଅଞ୍ଜନ କୁମାର ମାନିକ। ସେହି ଜିଲାଗୁଡ଼ିକ ହେଲା ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ରାୟଗଡ଼ା, ସମ୍ବଲପୁର, ପୁରୀ, ଖୋର୍ଦ୍ଧା, କୋରାପୁଟ, ଜଗତସିଂହପୁର, କଟକ ଏବଂ ବଲାଙ୍ଗୀର।

ଚିଠିରେ ଉଲ୍ଲେଖ ରହିଛି ଯେ, ଫ୍ୟାକ୍ଟ୍ରିଗୁଡ଼ିକରେ ଷ୍ଟକ୍‌ ଯାଞ୍ଚ ବେଳେ ଖୁବ୍‌ କମ୍‌ ପରିମାଣର ମଦ ମହଜୁଦ ଥିବା ଜଣାପଡ଼ିଛି। ଅନ୍ୟପଟେ ଓଡ଼ିଶା ଷ୍ଟେଟ୍‌ ବେଭରେଜ କର୍ପୋରେଶନ ଲିମିଟେଡ୍‌ (ଓଏସ୍‌ବିସିଏଲ)ର ଗୋଦାମରେ ମଧ୍ୟ କମ୍‌ ମଦ ମହଜୁଦ୍‌ ରହିଛି। ଲକ୍‌ଡାଉନ୍‌ ପରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏହା ଯଥେଷ୍ଟ ନୁହେଁ। ଏଣୁ ଫ୍ୟାକ୍ଟ୍ରିଗୁଡ଼ିକ ଖୋଲିବା ପାଇଁ ଅନୁମତି ଦେବାକୁ କୁହାଯାଇଛି। ଉଲ୍ଳେଖଯୋଗ୍ୟ, ରାଜ୍ୟରେ ଗତ ମାର୍ଚ୍ଚ ୨୫ରୁ ମଦ ଫ୍ୟାକ୍ଟ୍ରି ବନ୍ଦ ରହିଛି। ରାଜ୍ୟରେ ୧୨ଟି ବଟଲିଙ୍ଗ୍‌ ପ୍ଲାଣ୍ଟ, ୨ଟି ଡିଷ୍ଟିଲେରିଜ୍‌ (ଆଲକହଲ୍‌ ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରି), ୫ଟି ବ୍ରିୱରିଜ୍‌ (ବିୟର୍‌ ତିଆରି ଫ୍ୟାକ୍ଟ୍ରି) ରହିଛି। ପୂର୍ବରୁ ଫ୍ୟାକ୍ଟ୍ରି ଖୋଲିବା ପାଇଁ ଅବକାରୀ କମିଶନର ରାଜ୍ୟ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେପାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳ ଛକ ନିକଟରେ ଗୋରୁ ବେପାରୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୁଣ୍ଡରେ ବନ୍ଧୁକ...

ଯାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ: ବଡ଼ବଡ଼ିଆଙ୍କ ଇଙ୍ଗିତରେ ଆତ୍ମସାତ୍‌

ଯାଜପୁର ଅଫିସ,୧୦ା୧: ଯାଜପୁର ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗରେ ତିତ୍‌ଲି ଓ ଫନୀ ବାତ୍ୟା ନାମରେ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ...

ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଜବତ

ଲୋଇସିଂହା,୨୦।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଯୋଗୀସର୍ଡ଼ା ଗ୍ରାମର ଏକ ଚାଷ ଜମିରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପୋଲିସ ଗୁରୁବାର ଜବତ...

ପିଇଓଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ସିବିଆଇ ତଦନ୍ତ ଦାବିରେ ଭାଜପାର ଯାଜପୁର ବନ୍ଦ

ଯାଜପୁର ଅଫିସ,୨୧।୧୦: ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ (ପଞ୍ଚାୟତ ନିିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ...

‘ଜିନ ଓ୍ବା’ରୁ କଢ଼ାଯିବ ତେଲ

ଚିଲିକା,୨୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିଲିକା ନିକଟ ରାଜହଂସରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ ଓ୍ବା’ରୁ ତେଲ କଢ଼ାଯିବ। ତେଲ କାଢ଼ିବା ପାଇଁ ସମ୍ପୃକ୍ତ ଜାହାଜ...

ପୁଅ ହେବା ପାଇଁ ମଣିଷ ଖପୁରି ସଂଗ୍ରହ

ବାହାନଗା,୨୭ା୨(ଡି.ଏନ.ଏ.):ଦୁଇ ଝିଅ ପରେ ପୁଅଟିଏ ଆଶା କରି ଜଣେ ଯୁବକ ଗୁଣିଆ କଥାରେ ପଡ଼ି ଜଣେ ସହଯୋଗୀଙ୍କ ସହ ସମୂଦ୍ର କୂଳରେ ପୋତା ହୋଇଥିବା ମୃତଦେହରୁ...

ଟଙ୍କା ହେରଫେର ମାମଲା: ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷଙ୍କୁ ଜାମିନ

ବ୍ରହ୍ମପୁର ଅଫିସ,୧୭ା୯-ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପାଇଖାନା ଟାଙ୍କି ସଫା ମେଶିନ କିଣାରେ ସରକାରୀ ଟଙ୍କା ହେରଫେର ମାମଲାରେ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ଭି.ରବିନାରାୟଣ...

ପଦବୀ ଖାଲି, ହୋଇପାରୁନି ଶୁଣାଣି

ବାଲେଶ୍ୱର ଅଫିସ, ୧୪।୫ ବାଲେଶ୍ୱର ସହର ଏଡିଏମ୍‌ ଛକ ନିକଟରେ ରହିଛି ଅତିରିକ୍ତ/ଯୁଗ୍ମ କମିଶନରଙ୍କ ଚକବନ୍ଦୀ ଓ ବନ୍ଦୋବସ୍ତ ଅଦାଲତ। ଏହି ଅଦାଲତରେ ଭଦ୍ରକ ଓ...

Advertisement
Archives

Model This Week