ଖୋଲିପାରେ ହିସାବୁର ଖଣି ଦୁର୍ନୀତି ଫାଇଲ

କେନ୍ଦୁଝର,୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳର ପୂର୍ବତନ ଉପନିର୍ଦ୍ଦେଶକ ତଥା ବର୍ତ୍ତମାନ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘର, ଅଫିସ୍‌ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଏଥିସହ ବିଭିନ୍ନ କାଗଜପତ୍ର ଓ ଫାଇଲ୍‌ ଜବତ କରାଯାଇ ଯାଞ୍ଚ କରାଯାଉଛି। ଶନିବାର ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବାବେଳେ ଏହି ଘଟଣାକୁ ନେଇ ବିଶେଷକରି କେନ୍ଦୁଝର ଜିଲାରେ ନାନା ଗୁଞ୍ଜରଣ ଆରମ୍ଭ ହୋଇଛି। ତାଙ୍କ କାର୍ଯ୍ୟକାଳ ସମୟରେ ଛପି ରହିଥିବା ଖଣି ଦୁର୍ନୀତିର ଖୋଳତାଡ଼ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଥି ମଧ୍ୟରେ ଯୋଡ଼ା ହିସାବୁର ସାଇଡିଂ ଖଣି ଦୁର୍ନୀତି ଫାଇଲ ରହିଥିବା ଶୁଣିବାକୁ ମିଳୁଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ଉଲିବୁର ଖଣି ମହାଦୁର୍ନୀତିର ଅନ୍ୟଏକ ଅଧ୍ୟାୟ ହିସାବୁର ସାଇଡିଂରେ ହୋଇଥିବା ଦୁର୍ନୀତିର ତଦନ୍ତ ସେ ସମୟରେ ହୋଇ ନ ଥିଲା। ଉକ୍ତ ସାଇଡିଂରୁ ବହୁ ପରିମାଣରେ ଖଣିଜ ପଥର ଚାଲାଣ ହୋଇଥିଲେ ହେଁ ତାହା ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରାଯାଇ ନ ଥିଲା। ବିପୁଳ ଖଣିଜ ପଥର ଚୋରା ଚାଲାଣ କରିଥିବା କୋଲକାତାସ୍ଥିତ ପରିବହନ ସଂସ୍ଥା ଏହି ଘଟଣାକୁ ଚପାଇବାକୁ ସେ ସମୟରେ ସଫଳ ହୋଇଥିଲା ବୋଲି କୁହାଯାଉଛି। ତେବେ ଉକ୍ତ ସଂସ୍ଥା ଘରୋଇ ବ୍ୟବହାର ପାଇଁ ଲୁହାପଥର ନେଇଥିବା ଦର୍ଶାଇ ବାହାରକୁ ପଠାଉଥିଲା। ଫଳରେ ରେଳ ମନ୍ତ୍ରଣାଳୟ ଭଡ଼ା ବାବଦକୁ ବହୁ ରାଜସ୍ବ କ୍ଷତି ସହିଥିଲା। ଏହା ଜଣାପଡ଼ିବା ପରେ ରେଳ ମନ୍ତ୍ରଣାଳୟ ମଧ୍ୟ ନୋଟିସ୍‌ କରିଥିଲା। ଉକ୍ତ ସାଇଡିଂରୁ ଚାଲାଣ ହୋଇଥିବା ବହୁ ପରିମାଣର ଲୁହାପଥର ଚୋରାରେ ରେଳ ଯୋଗେ ଯାଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ୫ବର୍ଷ ପୂର୍ବେ ଜଣେ ପୂର୍ବତନ ବିଧାୟକ ଓ କେତେଜଣ ସାମାଜିକ କର୍ମୀ ସମ୍ପୃକ୍ତ ଖଣି ଅଧିକାରୀଙ୍କ କାର୍ଯ୍ୟଧାରାକୁ ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ସଂସ୍ଥା ନିଜର ନାମ ବଦଳାଇ କେନ୍ଦୁଝର ଜିଲାରୁ ଖଣିଜ ପଥର ଚାଲାଣ କରିଥିଲା ବୋଲି ଖଣି ବିଭାଗ ସବୁ ଜାଣି ବି ଚୁପ୍‌ ରହିବା ସମସ୍ତଙ୍କୁ ଚକିତ କରିଥିଲା।
ସେହି ସମୟରେ ଖଣି ମହାଦୁର୍ନୀତିକୁ ନେଇ ଖଣି ବିଭାଗର ବହୁ ଅଧିକାରୀ ଧରାପଡ଼ି ଜେଲ ଯାଇଥିଲେ ହେଁ ଭିଜିଲାନ୍ସ ଆଖିରୁ ଯୋଡ଼ା ଖଣି ମଣ୍ଡଳର ତତ୍‌କାଳୀନ ଉପନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଖସିଯାଇଥିଲେ। କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଖଣି ନିର୍ଦ୍ଦେଶାଳୟକୁ ବଦଳି କରାଯାଇଥିଲା। ପୁଣି ପରବର୍ତ୍ତୀ ସମୟରେ ସେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସେହି ସମୟରେ ଖଣି ମହାଦୁର୍ନୀତିର ତଦନ୍ତ ଜଷ୍ଟିସ ଶାହା କମିଶନ କରୁଥିଲେ। ଶାହା କମିଶନ ତଦନ୍ତ ପାଇଁ କେନ୍ଦୁଝର ଖଣି ଅଞ୍ଚଳ ଗସ୍ତବେଳେ ଉମେଶ ଉକ୍ତ ଟିମ୍‌ରେ ଆସିଥିବା ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି। ତେବେ ତାଙ୍କର ଅନେକ ଘର, ଜମି, ସୁନା ତଥା ଅର୍ଥ ଏବଂ ତାଙ୍କ ପରିବାର ନାମରେ ଫାର୍ମ ବିଭିନ୍ନ ଜିଲା ଓ ରାଜ୍ୟ ବାହାରେ ରହିଛି। ଏସବୁର ତଦନ୍ତ କରାଗଲେ ବହୁ ଦୁର୍ନୀତି ପଦାକୁ ଆସିପାରିବ। ତାଙ୍କ ସହିତ ଜଡ଼ିତ ଅନ୍ୟ ଖଣି ଓ ପରିବହନ ସଂସ୍ଥାଙ୍କ ମୁଖା ଖୋଲିବ ବୋଲି ସାମାଜିକ କର୍ମୀ ଗୁଲାବ ମୁଖତାର ରାଇନ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ରୁ ଟଙ୍କା ଗାଏବ ମାମଲା : ଜଳେଶ୍ୱରରୁ ଅଭିଯୁକ୍ତଙ୍କୁ ଗିରଫ କଲା ଛତିଶଗଡ଼ ପୋଲିସ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ଏଟିଏମ୍‌ରୁ ଚଞ୍ଚକତା କରି ଟଙ୍କା ଗାଏବ ଘଟଣାରେ ଛତିଶଗଡ଼ ରାଜ୍ୟ ରାଜନନ୍ଦଗାଁଓ ଜିଲା ଲାଲବାଗ ଥାନାର ଏକ ପୋଲିସ ଟିମ୍‌ ଜଳେଶ୍ୱର ବ୍ଲକ ରାଇବଣିଆ...

ନୂଆପଡ଼ା ବିଧାନସଭା: କଂଗ୍ରେସ ଆଗରେ

ନୂଆପଡ଼ା ଅଫିସ,୨୩।୫: ନୂଆପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଆଗରେ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଘାସିରାମ ୮୧୯୪ ଭୋଟ...

ଗଞ୍ଜାମରେ ବଢୁଛି ପରିବା ଦର

ଗଞ୍ଜାମ,୨୨ା୮(ଡି.ଏନ.ଏ.): ଗତ କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି ହୋଇଥିବା ଜଣାପଡିଛି। ବିଶେଷ କରି...

ଝିଲ୍ଲି ବେଆଇନ ପଥରଖଣି ମାମଲା ଆବେଦନ ଖାରଜ, ୫ କୋଟି ଜରିମାନା ନିର୍ଦ୍ଦେଶ

ପରଜଙ୍ଗ, ୨୬ ।୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝିଲ୍ଲି ଗ୍ରାମ ନିକଟରେ ଥିବା ବିବାଦୀୟ ପଥରଖଣି ଉତ୍ତୋଳନକାରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ନ୍ୟାଶନାଲ ଗ୍ରୀନ୍‌...

ହୋମ୍‌ଗାର୍ଡଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର/ଆନନ୍ଦପୁର, ୧୭ା୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ଥାନା ଅଧୀନ ଦେଓଗାଁ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଜଣେ ହୋମଗାର୍ଡଙ୍କ...

ମୟୂରଭଞ୍ଜ ଛଉନୃତ୍ୟ ଦଳର ବିଦେଶ ଯାତ୍ରା

ବାରିପଦା ଅଫିସ, ୩୦।୧୧- ମୟୂରଭଞ୍ଜ ଛଉନୃତ୍ୟର ପ୍ରଚାର ପ୍ରସାର ଲାଗି ଜିଲା ପ୍ରଶାସନ ପକ୍ଷରୁ ୨୦୧୬ରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ଛାଉଣୀର ଏକ ନୃତ୍ୟଦଳ ଓ୍ବେଷ୍ଟଇଣ୍ଡିଜ...

ବାରମ୍ବାର କରୁଥିଲେ ପ୍ରେମ ନିବେଦନ, ଅନ୍ୟତ୍ର ବିବାହ କରିବାରୁ ପ୍ରେମିକାର ସ୍ବାମୀଙ୍କୁ କଲେ ଏମିତି …

ରାୟଗଡ଼/ଗଜପତି(ଡି.ଏନ୍‌.ଏ.),୧୭।୯: ଗଜପତି ଜିଲା ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ହାଟରେ ଶୁକ୍ରବାର ଅଘଟଣ ଘଟିଛି। ଜନଗହଳି ପୂର୍ଣ୍ଣ ହାଟରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଗୁରୁତର...

ଲୁହାଛଡ଼ରେ ଯୁବକଙ୍କୁ ଆକ୍ରମଣ ମାମଲା: ୨ ଭାଇ ଗଲେ ଜେଲ

ଦିଗପହଣ୍ଡି,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଲୁହାଛଡ଼ରେ ଯୁବକଙ୍କୁ ଆକ୍ରମଣ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିିରଫ କରିଛି। ସେମାନେ ହେଲେ ପିଙ୍କୁ ସେଠୀ ଓ ଚରଣ...

Advertisement
Archives

Model This Week