ଖୋଲା ସ୍ଥାନରେ ପୋଡ଼ାଯାଉଛି ବର୍ଜ୍ୟବସ୍ତୁ

ଯାଜପୁର ଅଫିସ,୧୬ା୧: କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟରେ ଡାକ୍ତରୀ ଜୈବ ଆବର୍ଜନା(ବାୟୋ ମେଡିକାଲ ୱେଷ୍ଟ) ପରିଚାଳନାର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଯାଜପୁର ଜିଲାରେ ମେଡିଆରା ଆଡ୍‌ ପ୍ରାଇଭେଟ ଲିଃ ଓ ସାନି କ୍ଲିନ୍‌ ନାମକ ସଂସ୍ଥା କାର୍ଯ୍ୟ କରୁଛି। ତଥାପି ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ବୁଧବାର ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ ଏକ ନର୍ସିଂହୋମର ବର୍ଜ୍ୟ ବସ୍ତୁ ନରସିଂହ ଚୌଧୁରୀ(ଏନ୍‌ସି) ହାଇସ୍କୁଲ ପରିସରରେ ପକାଇ ପୋଡି ଦେବା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏନ୍‌ସି ହାଇସ୍କୁଲର ଶିକ୍ଷଣୀୟ ବାତାବରଣ ନଷ୍ଟ ହେବା ସହ ଆଖପାଖ ଅଞ୍ଚଳବାସୀ ବିଷାକ୍ତ ଧୂଆଁରେ ଅଣନିଃଶ୍ୱାସୀ ହୋଇ ପଡିଥିଲେ। ଏପରି କି ଏହି ନିଆଁ ଓ ଧୂଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ସହଯୋଗ ନେବାକୁ ପଡ଼ିଥିଲା। ଏହି ଘଟଣାରୁ ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ଦିଗହରା ହେଉଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି।
ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ରକ୍ତଭିଜା ତୁଳା ସହିତ ପ୍ଲାଷ୍ଟିକ ସାଲାଇନ ବୋତଲ, ପରିସ୍ରାନଳୀ, ସିରିଞ୍ଜ, ପ୍ଲାଷ୍ଟିକ ଥଳି, ବ୍ୟବହୃତ ରକ୍ତର ଥଳି, କ୍ୟାଥେଟର ଓ ବ୍ୟବହୃତ ଗ୍ଲୋବ୍ସ ଆଦି ପଦାରେ ପଡୁଛି। ସାମାନ୍ୟ ପବନ ହେଲେ ଏହି ବିପଦପୂର୍ଣ୍ଣ କଠିନ ବର୍ଜ୍ୟବସ୍ତୁ ଜନବସତି ଆଡ଼କୁ ଉଡୁଛି। ବେସରକାରୀ ଡାକ୍ତରଖାନା, ପ୍ୟାଥୋଲ୍ୟାବ, ନର୍ସିଂହୋମ ଓ ସରକାରୀ ଡାକ୍ତରଖାନାର ଏହି ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ବିଶୋଧନ ପାଇଁ ନିୟୋଜିତ ସଂପୃକ୍ତ କମ୍ପାନୀମାନେ ତାଙ୍କ ଦାୟିତ୍ୱକୁ ଭୁଲି ଯାଇଛନ୍ତି। ଫଳରେ ଏହି ବର୍ଜ୍ୟବସ୍ତୁ ସଚରାଚରକୁ ଦୂଷିତ କରିବା ସହିତ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହା ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଛି ବୋଲି ଅଭିଯୋଗ ହୋଇଛି। ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ସହ ନର୍ସିଂହୋମଗୁଡ଼ିକ ଓଏସ୍‌ପିସିବି ସହିତ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଚୁକ୍ତି କରିଛନ୍ତି। କେତେକ ନର୍ସିଂହୋମ ଓ ପାଥୋଲ୍ୟାବ ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ କୁଣ୍ଠାପ୍ରକାଶ କରି ପ୍ରାଧିକରଣ କିମ୍ବା ନବୀକରଣ କରୁ ନାହାନ୍ତି। ଯଦ୍ୱାରା ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ବିପର୍ଯ୍ୟସ୍ତ ହୋଇ ପଡିଛି। ଡାକ୍ତରଖାନା ଓ ନର୍ସିଂହୋମର ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ବିଶୋଧନ ପାଇଁ ଦାୟିତ୍ୱରେ ଥିବା ଠିକାସଂସ୍ଥା ସପ୍ତାହକୁ ଥରେ ଆସି ବର୍ଜ୍ୟବସ୍ତୁ ନେଇ ବିଶୋଧନ କରିବା ପରିବର୍ତ୍ତେ ତାହାକୁ କେଉଁଠି ପୋତି ଦିଆଯାଉଛି ତ ଅନ୍ୟ କେଉଁଠି ପୋଡି ଦିଆଯାଉଛି। ବୁଧବାର ସକାଳେ ଏନ୍‌ସି ହାଇସ୍କୁଲ ପରିସରରେ ଏହା ଦେଖିବାକୁ ମିଳିଛି। ଏହାଦ୍ୱାରା ବାୟୁ ପ୍ରଦୂଷଣ ଉତ୍କଟ ହେଉଥିବାବେଳେ ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ସୃଷ୍ଟି କରିଛି। ରୋଗୀ ତଥା ରୋଗୀଙ୍କ ପରିବାରବର୍ଗଙ୍କୁ ସଂକ୍ରମଣରୁ ରକ୍ଷା କରିବା ପରିବର୍ତ୍ତେ ଏଭଳି ବେଆଇନ କାର୍ଯ୍ୟ ସେମାନଙ୍କ ପାଇଁ ବିପଦାପନ୍ନ ହୋଇଛି। ଏହାଦ୍ୱାରା ମେଡିକାଲ ତଥା ସ୍କୁଲ ପରିସରରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏନ୍‌ସି ହାଇସ୍କୁଲ ସମ୍ମୁଖରେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଏକାଧିକ ଔଷଧଦୋକାନ, ପାଥୋଲ୍ୟାବ ଆଦି ରହିଛି। ତେଣୁ ବର୍ଜ୍ୟବସ୍ତୁ ପୋଡ଼ିବା ଯୋଗୁ ୱାର୍ଡରେ ଚିକତ୍ସିତ ହେଉଥିବା ରୋଗୀଙ୍କ ପାଇଁ ମଧ୍ୟ ବିପଦ ବୋଲି ମତପ୍ରକାଶ ପାଇଛି। ଏସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି କଠିନ ବର୍ଜ୍ୟବସ୍ତୁ ବାହାରେ ପକାଇ ପୋଡିବା ନିହାତି ଭାବେ ବେଆଇନ କାର୍ଯ୍ୟ। ଏନେଇ ଆବଶ୍ୟକ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri