ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ସରିଛି ୯୨ କି.ମି. ବାକି ରହିଛି ୧୯୭

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମୋଟ ଦୈର୍ଘ୍ୟ-୨୮୯ କିଲୋମିଟର। ତନ୍ମଧ୍ୟରୁ ଏଯାବତ୍‌ ୯୨ କି.ମି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇପାରିଛି। ଆହୁରି ୧୯୭ କି.ମି ରେଳପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ କାର୍ଯ୍ୟକ୍ଷମ ହେବାକୁ ବାକି ରହିଛି। ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ଗତ ୨୯ ତାରିଖରେ ଏହି ତଥ୍ୟ ରାଜ୍ୟ ସଭାରେ ଲିଖିତ ଭାବେ ଉପସ୍ଥାପନ କରିଛନ୍ତି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ଅଣତାରକା ପ୍ରଶ୍ନ ନଂ୧୪୦୩ର ଉତ୍ତର ଦେଇ ମନ୍ତ୍ରୀ ଗୋଏଲ ଏହି ତଥ୍ୟ ଦେଇଛନ୍ତି।
ମୋଟ ୨୮୯ କି.ମି ପ୍ରକଳ୍ପ ପାଇଁ ବର୍ତ୍ତମାନ ସ୍ଥିତିରେ ୩୭୯୮.୮୦ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି। ଚଳିତ ମାର୍ଚ୍ଚ ସୁଦ୍ଧା ତନ୍ମଧ୍ୟରୁ ୧୩୨୭.୦୯ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ୨୦୧୯-୨୦ ବଜେଟ(ଆଉଟ୍‌ ଲେ) ୩୫୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ୨୮୯ କି.ମି ପ୍ରକଳ୍ପକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ୦ ରୁ ୧୧୨ କି.ମି ଏବଂ ଦ୍ୱିତୀୟଟି ୧୧୨ରୁ ୨୮୯ କି.ମି। ପ୍ରଥମ ଭାଗ ପୂର୍ଣ୍ଣଭାବେ ରେଳବାଇ ଦ୍ୱାରା କରାଯାଉଛି। ଦ୍ୱିତୀୟ ଭାଗଟିର ବ୍ୟବହୃତ ଜମି ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣାରେ ରେଳବାଇକୁ ଯୋଗାଇ ଦେଉଛନ୍ତି। ସେହିପରି ନିର୍ମାଣର ୫୦ ପ୍ରତିଶତ ଅର୍ଥ ମଧ୍ୟ ବହନ କରୁଥିବା ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଜେଡି ସଭ୍ୟଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନରେ ପ୍ରକଳ୍ପ କେବେ ସରିବ ଏବଂ ବିଳମ୍ବର କାରଣ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି। ହେଲେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦିଷ୍ଟଭାବେ କେବେ ସରିବ, ତାହା କୁହାଯାଇନାହିଁ। ପ୍ରକଳ୍ପ କାର୍ଯ୍ୟ ସରିବା ବିଭିନ୍ନ ଦିଗ ଏବଂ ଜିନିଷ ଉପରେ ନିର୍ଭର କରୁଥିବା କୁହାଯାଇଛି। ତୁରନ୍ତ ଜମି ଅଧିଗ୍ରହଣ, ପରିବେଶ ମଞ୍ଜୁରୀ, ଇନ୍‌ଫ୍ରିଜିଙ୍ଗ୍‌ ୟୁଟିଲିଟିଜ୍‌, ବିଭିନ୍ନ ସଂସ୍ଥାଗତ ଅନୁମତି, ପ୍ରକଳ୍ପ ହେଉଥିବା ଅଞ୍ଚଳର ପରିବେଶ, ବିସ୍ଥାପନ ସମସ୍ୟା ଇତ୍ୟାଦି ବିଷୟ ରହିଛି। ସମସ୍ତ ବିଷୟ ସମ୍ପର୍କିତ ଉପଯୁକ୍ତ ସମନ୍ବୟ ଦ୍ୱାରା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିବ ବୋଲି କୁହାଯାଇଛି।
ସେହିଭଳି ସସ୍ମିତ ବ୍ରହ୍ମପୁର-ସମ୍ବଲପୁର(ଭାୟା-ଫୁଲବାଣୀ) ରେଳ ପ୍ରକଳ୍ପ କାର୍ଯ୍ୟ ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ। ଏହି ରେଳପଥର ଯେଉଁ ଅଂଶ ଓଡ଼ିଶା ରେଳବାଇ ଭିତ୍ତିଭୂମି ଉନ୍ନୟନ ସଂସ୍ଥା(ଓଆରଆଇଡିଏଲ) ଦ୍ୱାରା କରାଯାଉଛି, ସେ ସମ୍ପର୍କରେ ବିବରଣୀ ମାଗିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ନୂଆ ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର ରେଳପଥ(୨୪୫.୫ କି.ମି)ର ପ୍ରାକ୍‌-ନିବେଶ କାର୍ଯ୍ୟ ଓଆରଆଇଡିଏଲ୍‌କୁ ପ୍ରଦାନ କରାଯାଇଛି। ଯାହା ମଧ୍ୟରେ ଫିଜିବିଲିଟ୍‌ ରିପୋର୍ଟ, ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ(ଡିପିଆର) ଏବଂ ସର୍ବେକ୍ଷଣ କାର୍ଯ୍ୟ ରହିଛି। ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ଭଳି ଏହି ପ୍ରକଳ୍ପ କେବେ ସରିବ, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ସମ୍ପର୍କରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇନାହିଁ। ଅନୁରୂପଭାବେ ଖୋର୍ଦ୍ଧାରୋଡ-ବାରଙ୍ଗ ତୃତୀୟ ଲାଇନ (୩୨.୩୪ କି.ମି) କାର୍ଯ୍ୟର ୨୫.୭୩ କି.ମି କରାଯାଇଛି, ଅବଶିଷ୍ଟ କାର୍ଯ୍ୟ ଚାଲୁ ରହିଥିବା ମନ୍ତ୍ରୀ ଗୋଏଲ ଉଲ୍ଲେଖ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରସ୍ତାବିତ ୩୯୬ କୋଟି ଟଙ୍କା ମଧ୍ୟରୁ ୩୮୧ କୋଟି ଟଙ୍କା ଖର୍ଚ୍ଚ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା କରାଯାଇସାରିଛି। ୨୦୧୯-୨୦ରେ ବଜେଟ (ଆଉଟ ଲେ) ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ କେବେ ସରିବ, ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସମୟ ସମ୍ପର୍କରେ ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘଟଗାଁ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧।୧୨(ଅସମାପିକା ସାହୁ): କେନ୍ଦୁଝର ଜିଲା ଘଟଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ...

ବଙ୍ଗୋପସାଗରରେ ଅବପାତ: ୪ରେ ଉପକୂଳ ଛୁଇଁବ ବାତ୍ୟା

ଭୁବନେଶ୍ୱର,୧।୧୨:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନଠାରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତରେ ପରିଣତ ହୋଇଛି। ଏହାପରେ ଅବପାତ ଆହୁରି ଘନୀଭୂତ ହୋଇ...

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ

ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ...

ମର୍ମନ୍ତୁଦ ଦୁର୍ଘଟଣା ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

କେନ୍ଦୁଝର,୧।୧୨ : କେନ୍ଦୁଝର ଜିଲା ଏନ୍‌ଏଚ୍‌-୨୦ ବାଲିଯୋଡି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ ଧକ୍କା ଦେବାରୁ...

ପେନ୍‌ସନ୍‌ ପାଇଁ ସରକାରୀ କାର୍ଯ୍ୟାଳୟ ଯିବାକୁ ପଡ଼ିବନି

ଭୁବନେଶ୍ୱର,୧।୧୨(ବନ୍ଦନା ସେଠୀ):ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କ ଦୀର୍ଘଦିନର ଆଶା ପୂରଣ ହେବାକୁ ଯାଉଛି। ଏଣିକି ଅବସର ପରେ ପେନ୍‌ସନ୍‌ ପାଇବା ପାଇଁ ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରୀ...

ଆଇନ ଅମାନ୍ୟ ଆନ୍ଦୋଳନ କରିବ ଭାଜପା

ଭୁବନେଶ୍ୱର, ୧।୧୨ (ବନ୍ଦନା ସେଠୀ):ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ ଡମ୍ଫିଂୟାର୍ଡକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଦାବିରେ ଭାଜପା ପକ୍ଷରୁ ଜାରି ରହିଥିବା ସତ୍ୟାଗ୍ରହ ଗୁରୁବାର ୩ୟ...

ପାଠପଢ଼ିବା ସହ ଉଦ୍ୟୋଗୀ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦେଲେ ଆହ୍ୱାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରାଉରକେଲା,୩୦।୧୧: ଛାତ୍ରଛାତ୍ରୀମାନେ ପାଠପଢ଼ିବା ସହ ଉଦ୍ୟୋଗୀ ହେବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି ।...

ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri