ଖୋର୍ଦ୍ଧା ଜିଲା: ପାସ୍‌ହାର ୭୮.୬୭%ଭୁବନେଶ୍ୱରରେ ୮୨%

ଖୋର୍ଦ୍ଧା ଅଫିସ୍‌/ଭୁବନେଶ୍ୱର,୨୨।୫(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ୨୦୧୯ ମାଟ୍ରିକ୍‌ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲାରେ ୭୮.୬୭ପ୍ରତିଶତ ପାସ୍‌ହାର ରହିଛି। ଜିଲାର ୩୩୮ ସ୍କୁଲର ୨୮,୨୫୯ ଛାତ୍ରୀଛାତ୍ର ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ୍‌ କରିଥିଲେ। ସେଥିରୁ ୩୪୧ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ୧୨୫ କେନ୍ଦ୍ରରେ ୨୭ହଜାର ୯୧୮ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିରୁ ଜଣେ ମାଲ ପ୍ରାକ୍ଟିସ ହୋଇଥିବା ବେଳେ ୨୭ହଜାର ୯୧୭ଜଣଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ୨୧ହଜାର ୯୬୩ଜଣ ପରୀକ୍ଷାର୍ଥୀ ପାସ୍‌ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ହଜାର ୯୭୮ଜଣ ଛାତ୍ରୀ ଓ ୧୦ହଜାର ୯୮୫ଜଣ ଛାତ୍ର ଅଛନ୍ତି। ୫୯୫୪ ପରୀକ୍ଷାର୍ଥୀ ଏଫ୍‌ ଗ୍ରେଡ୍‌ ପାଇଛନ୍ତି। ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୧୪୪ଜଣ ଏ-୧ ଗ୍ରେଡ୍‌ ପାଇଥିବା ବେଳେ ୯୮୧ଜଣ ଏ-୨, ୨୦୫୫ଜଣ ବି-୧, ୩୩୧୧ଜଣ ବି-୨, ୪୭୨୧ଜଣ ସି, ୫୯୭୭ଜଣ ଡି ଏବଂ ୪୭୪୪ଜଣ ଇ ଗ୍ରେଡ୍‌ ରଖିଛନ୍ତି। ତେବେ ଭୁବନେଶ୍ୱର ବ୍ଲକରେ ଗତବର୍ଷ ତୁଳନାରେ ଚଳିତବର୍ଷ ପାସ୍‌ହାର କମିଛି। ବ୍ଲକରେ ଗତବର୍ଷ ପାସ୍‌ହାର ୭୮% ଥିବାବେଳେ ଏ ବର୍ଷ ୭୫% ରହିଛି। ସେହିପରି ଭୁବନେଶ୍ୱର ମହାନଗର ନିଗମର ପାସ୍‌ହାର ୮୨% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଢ଼େ ୪ଟାରେ ମୁଖ୍ୟ ସଚିବଙ୍କ ପ୍ରେସମିଟ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନା ମୁକାବିଲା ପାଇଁ ସରକାର ରାଜ୍ୟ୧୪ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ହେଲେ ବି ପରିସ୍ଥିତିରେ ସଙ୍ଗୀନ...

ଚାକିରି ଦେବାକୁ କହି ଠକେଇ: ୫ ଗିରଫ

ଦାମନଯୋଡି,୪ା୪(ଡି.ଏନ.ଏ.): ନାଲକୋ ଠିକାଦାରଙ୍କ ଅଧୀନରେ ଚାକିରି ଦେବାକୁ କହି ଠକେଇ କରିବା ଅଭିଯୋଗରେ ୫ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଭୁବନେଶ୍ୱରର ଅରୋଶ୍ରୀ ସ୍କିଲ ଡେଭଲପମେଣ୍ଟ...

ପ୍ରଧାନମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ...

ମା’ଙ୍କ ପାଇଁ ୪୫୩ କି.ମି. ଯାତ୍ରା

କଟକ ଅଫିସ,୯।୫: ଲକଡାଉନରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନ। ମଣିଷ ଏବେ ବନ୍ଦୀ ପ୍ରାୟ। କେଉଁ ଆଡେ ଯାଇପାରୁନି କି କାହା ସୁଖଦୁଃଖରେ ଭାଗିଦାରି ହୋଇପାରୁନି। ଦିନକୁ...

ରାଉରକେଲାରେ ପହଞ୍ଚି ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ରାଉରକେଲା ଅଫିସ,୨୧।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ରାଉରକେଲାରେ ପହଞ୍ଚିଛନ୍ତି। ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ସେ ରାଉରକେଲା ଗସ୍ତରେ ଅଛନ୍ତି। ନିର୍ଦ୍ଧାରିତ...

ଆଜି ଓଡ଼ିଶା ପହଞ୍ଚିବେ ଜଗା-କାଳିଆ

ଭୁବନେଶ୍ୱର/ କଟକ ଅଫିସ୍‌, ୭ା୯(ବ୍ୟୁରୋ): କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଶନିବାର ଓଡ଼ିଶା ପହଞ୍ଚିବେ। ଶୁକ୍ରବାର ଜଗା-କାଳିଆଙ୍କୁୁ ଦିଲ୍ଲୀ ଏମ୍ସରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ...

ଡେଲାଙ୍ଗରେ ଲୁଣାର ଉଗ୍ରରୂପ

ପୁରୀ ଅଫିସ/କଣାସ/ଡେଲାଙ୍ଗ/ନିମାପଡ଼ା (ସ୍ବ.ପ୍ର./ଡି.ଏନ୍‌.ଏ), ୨ା୯ : ଦୟା, ରାଜୁଆ, ଭାର୍ଗବୀ, ଧନୁଆ ପରେ ଏବେ ପୁରୀ ଜିଲାରେ ଲୁଣା ନଦୀ ଉଗ୍ରରୂପ ଧାରଣ କରିଛି। ଲୁଣା...

ଖରିଫ ଧାନ ସଂଗ୍ରହ ଆରମ୍ଭରୁ ତେଜିଲା ଅସନ୍ତୋଷ

ଭବାନୀପାଟଣା/କୋକସରା,୨୫।୧୧(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଅନୁଷ୍ଠାନିକ ଭାବେ ଗୁରୁବାର ରଣମାଲ ମଣ୍ଡିରେ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ଚାଷୀଙ୍କ...

Advertisement
Archives

Model This Week