ଖୋର୍ଦ୍ଧା ଜିଲାରେ କରୋନା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର

ଖୋର୍ଦ୍ଧା ଅଫିସ,୨୯।୪: କୋରୋନା ପ୍ରସ୍ତୁତି ନେଇ ଖୋର୍ଦ୍ଧା ଜିଲାରେ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ । ବୁଧବାର ଆର୍‌ଡିସି ସାମଲ ଖୋର୍ଦ୍ଧା ଜିଲାପାଳଙ୍କ ସଦଭାବନା କକ୍ଷରେ ଜିଲାପାଳ ସିତାଂଶୁ ରାଉତଙ୍କ ସମେତ ଜିଲାର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସେହିପରି ଜିଲାକୁ ଫେରିବାକୁ ଥିବା ପ୍ରବାସୀ ଓ ଲାଗି କ୍ବାରାଣ୍ଟାଇନ କକ୍ଷ ବୁଲି ଦେଖିଛନ୍ତି। ଏପର୍ଯ୍ୟନ୍ତ ଖୋର୍ଦ୍ଧାରୁ ମୋଟ ୧,୦୯୭ ନମୁନା ପରୀକ୍ଷା କରାଯାଇଛି। ସମସ୍ତ ନମୁନା ନେଗେଟିଭ ରହିଛି। ପ୍ରବାସୀ ଓ କରୋନା ମୁକାବିଲା ନେଇ ଜିଲାରେ ୨୧୦ଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର କରାଯାଇଛି । ଗ୍ରାମାଞ୍ଚଳରେ ୨୦୧ଟି ସ୍ବାସ୍ଥ୍ୟ ଶିବିର କରାଯାଇଥିବା ବେଳେ ପୋରାଞ୍ଚଳରେ ୯ଟି ଶିବିର ହୋଇଛି। ଜିଲାକୁ ଫେରିବା ପାଇଁ ଏପର୍ଯ୍ୟନ୍ତ ୧୯,୧୯୨ ପଞ୍ଚିକୃତ କରିଛନ୍ତି। ଏମାନେ ଖୋର୍ଦ୍ଧାକୁ ଆସିଲେ କ୍ବାରାଣ୍ଟାଇନରେ ରହିବେ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ସମୀକ୍ଷା ବୈଠକରେ ଜିଲାପାଳ, ଅତିରିକ୍ତ ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦେଶକ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ଯୋଗୁ ବନ୍ଦ ହୋଇପାରୁନି ପଲିଥିନ୍‌

ମାଲକାନଗିରି,୧୯।୧୦ (ଡି.ଏନ୍‌.ଏ.)- ଅକ୍ଟୋବର ୨ରୁ ସାରା ରାଜ୍ୟରେ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରଚାରପ୍ରସାର କରାଯାଇଛି। ମାଲକାନଗିରି ପୌର...

ପୁରୀରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ

ପୁରୀ ଅଫିସ, ୧୫।୮: ପୁରୀ ଶରଧାବାଲିଠାରେ ଗୁରୁବାର ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସକାଳ ୯ଟା ୧୫ରେ ମୁଖ୍ୟଅତିଥିଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ...

ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୧୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର,୨।୨(ସ୍ବ.ପ୍ର.) : ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବାଇପାସ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...

ଚିତ୍ରରେ କରୋନା ସଚେତନତା ବାର୍ତ୍ତା

ଶେରଗଡ଼,୩ା୪(ଡି.ଏନ୍‌.ଏ.): କରୋନା ସଚେତନତା ଲାଗି ସମଗ୍ର ଦେଶବାସୀ ଯେମିତି ଅଣ୍ଟା ଭିଡ଼ିଛନ୍ତି। ସମସ୍ତଙ୍କୁ ସରକାର ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ...

କେନ୍ଦୁଝରରେ ଥମୁନି କଳା ପଲ୍‌ସର ଆତଙ୍କ: ପାଟଣାରେ ଦୁର୍ବୃତ୍ତ ଲୁଟି ନେଲେ ୧ ଲକ୍ଷ ୯୩ ହଜାର ଟଙ୍କା, ଲୁଟେରାଙ୍କ ଟେର୍‌ ପାଉନି ପୋଲିସ

ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଥମୁନି କଳା ପଲ୍‌ସର ଆତଙ୍କ। ବିଶେଷକରି ପର୍ବ ପର୍ବାଣୀ ସମୟରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ବିଭିନ୍ନ ଅଞ୍ଚଳରେ...

ସଚ୍ଚୋଟ ହୁଅ, ବୃତ୍ତିକୁ ଭଲପାଅ

ଢେଙ୍କାନାଳ ଅଫିସ, ୧୮।୧୨ ଢେଙ୍କାନାଳ ଜିଲା ଓକିଲ ସଂଘ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ‘ଭାରତୀୟ ସମାଜର ବିକାଶରେ ଆଇନଜୀବୀଙ୍କ ଭୂମିକା’ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ...

ବିଜେପୁର ଉପନିର୍ବାଚନରେ ନବୀନ ଲହର: ୫୦ହଜାର ଟପି ପାରିଲାନି ଭାଜପା; ଅମାନତ ହରାଇଲା କଂଗ୍ରେସ

ବରଗଡ଼ ଅଫିସ,୨୪।୧୦: ବିଜେପୁର ଉପନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜ୍ୟ ଭାଜପା ଏବଂ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ଭାଜପା ପକ୍ଷରୁ ପ୍ରଚାର ଭାର...

ବହୁ ମେଶିନ ଅଚଳ: ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ

କଟକ ଅଫିସ,୭ା୩: ଏସ୍‌ସିବି ମେଡିକାଲରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଥିବା ଅନେକ ମେଶିନ ଅଚଳ ହୋଇପଡ଼ିଛି। ଦିନବେଳା ପରୀକ୍ଷାଗାରଗୁଡିକରେ ତାଲା ପଡିରହୁଛି। କିଛି ପରୀକ୍ଷାଗାର...

Advertisement
Archives

Model This Week