ଖୋର୍ଦ୍ଧାରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୫ା୩ (ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ମଙ୍ଗଳବାର ରାତିରେ ଖୋର୍ଦ୍ଧାରେ ଚଢ଼ାଉ କରି ୩୦୫ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିବା ସହ ସମ୍ପୃକ୍ତ ଜଣେ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ପ୍ରିୟବ୍ରତ ଦାସ। ତେବେ ଚଢାଉବେଳେ ଅନ୍ଧାରର ସୁଯୋଗ ନେଇ ୨ ସହଯୋଗୀ ଭାଲିଆବାଡ଼ିର ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ଓ ଉପରସାହିର ଦୀପକ ସ୍ବାଇଁ ଓରଫ ଗୁଡ଼ିଚୋର ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୩୦ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଏସ୍‌ଟିଏଫ୍‌ ସୂତ୍ରରୁ ଜଣାପଡିଛି।
ସୂଚନା ମୁତାବକ, ପ୍ରିୟବ୍ରତ ଓ ୨ ସହଯୋଗୀ କୋଲକତା ଏବଂ ବାଲେଶ୍ବରରୁ ବ୍ରାଉନସୁଗାର ଆଣି ଏଠାରେ ଦୀର୍ଘଦିନ ଧରି ବେପାର ଚଳାଇଛନ୍ତି। ଚୋରା ପଥରଖଣି ଓ ନିଶା କାରବାର ଉପରେ ଏସଟିଏଫ୍‌ର ନଜର ପଡିବା ପରେ ଏମାନେ ସେମାନଙ୍କ ବେପାରର ଧାରାକୁ ବଦଳାଇ ଦେଇଛନ୍ତି। ବାଇକରେ ରାଜଧାନୀ ତଥା ଉପକଣ୍ଠ ଅଞ୍ଚଳରେ ଥିବା ଛୋଟ ଛୋଟ ବେପାରୀଙ୍କୁ ବ୍ରାଉନସୁଗାର ଯୋଗାଇ ଆସୁଥିଲେ। ଏସ୍‌ଟିଏଫ୍‌ ପୂର୍ବରୁ ସୂଚନା ପାଇବା ସହ ସେମାନଙ୍କ ଉପରେ ନଜର ରଖିଥିଲା। ମଙ୍ଗଳବାର ରାତିରେ ଖୋର୍ଦ୍ଧା ଜେଲ ରୋଡ୍‌ରେ ଏକ ବଡ ଡିଲ୍‌ କରିବାକୁ ସେମାନେ ବାଇକ୍‌ରେ ଯାଉଥିବାବେଳେ ଏସଟିଏଫ୍‌ ଟିମ୍‌ ଚାରିପଟୁ ଘେରି ଯାଇଥିଲା। ତେବେ ଗିରଫ ପ୍ରିୟବ୍ରତଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ଟିଏଫ୍‌ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଲ ବର୍ଷିଲା ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର,୨୨ା୯(ବ୍ୟୁରୋ): ଚଳିତ ମୌସୁମୀ ଋତୁରେ ରାଜ୍ୟକୁ ଭଲ ବର୍ଷା ମିଳିଛି। ଦକ୍ଷିଣ ପଶ୍ଚିମ ମୌସୁମୀର ଓଡ଼ିଶା ଉପରେ ଶୁଭଦୃଷ୍ଟି ରହିଛି। ରାଜ୍ୟରେ ବର୍ଷା ସ୍ବାଭାବିକଠାରୁ ୫%...

ପ୍ରସିଦ୍ଧ ଭଦ୍ରକ କାଳୀପୂଜା: ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର

ଭଦ୍ରକ ଅଫିସ,୨୯।୧୦- ଦୀପାବଳିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା।୧୧ଟି ଅସ୍ଥାୟୀ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ଆବାହନ କରାଯାଇଛି। ସୋମବାର...

ରାଜଧାନୀରେ ବୋଲ ମାନୁନି କରୋନା: ଚିହ୍ନଟ ହେଲେ ଆଉ ୩୪୨ କରୋନା ପଜିଟିଭ୍‌; ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ୩୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୬୯୩୩କୁ ବୃଦ୍ଧି ପାଇଛି। ସେଥିରୁ...

ଚୋରି ପାଇଁ ବନ୍ଦୋବସ୍ତ

ଭୁବନେଶ୍ୱର,୪।୧୦: ୨୦୧୫ ଅଗଷ୍ଟରେ ସ୍ଥାନୀୟ ନୟାପଲ୍ଲୀ ମମ୍‌ତାଜ ହାଇସ୍କୁଲ ସମ୍ମୁଖ ଖୋଲା ନାଳରେ ପଡ଼ି ଜଣେ ଛାତ୍ର ପ୍ରାଣ ହରାଇଥିଲେ। ଉକ୍ତ ଘଟଣାକୁ ନେଇ ସହରବାସୀଙ୍କ...

ଲୋୟର ପିଏମ୍‌ଜିରେ ଅଙ୍ଗନଓ୍ବାଡି କର୍ମୀ:୧୬ ଦଫା ଦାବି ନେଇ ଗର୍ଜିଲେ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ):ଦୀର୍ଘ ଦିନରୁ ଦାବି ପୂରଣ ହେଉ ନ ଥିବାରୁ ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡି ଳେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ କର୍ମୀମାନେ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆସୋସିଏଶନ...

ରାଜ୍ୟବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଆଜି ହେଉଛି ପଣାସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବାର୍ତ୍ତାରେ...

ବାଲେଶ୍ୱରରେ ହେବ ୧୦୦ଶଯ୍ୟା ବିଶିଷ୍ଟ ଇଏସ୍‌ଆଇସି ହସ୍ପିଟାଲ

ନୂଆଦିଲ୍ଲୀ,୨୧।୨:ଉତ୍ତର ଓଡ଼ିଶାରେ ବସବାସ କରୁଥିବା ଶ୍ରମଜୀବୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବାଲେଶ୍ୱରଠାରେ ଏକ ଅତ୍ୟାଧୁନିକ ୧୦୦ଶଯ୍ୟା...

୧୯ ପର୍ଯ୍ୟନ୍ତ ସ୍ବଳ୍ପ ବର୍ଷା, ୩୫ ଡିଗ୍ରୀ ଟପିଲା ତାତି

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେଉଛି। ଏହିଭଳି ବର୍ଷା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ସୋମବାର କନ୍ଧମାଳ,...

Advertisement
Archives

Model This Week