ଖୋଜା ଚାଲିଛି କରୋନା ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କୁ!

ବେଜିଂ,୯।୩: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଏବେ ଚାଇନା କରୋନା ସଂକ୍ରମିତ ପ୍ରଥମ ବ୍ୟକ୍ତି ବା ଜିରୋ ପେସେଣ୍ଟଙ୍କୁ ଖୋଜୁଥିବା ଜଣାପଡିଛି। ଭାଇରସ ବା ବ୍ୟାକ୍ଟେରିଆରେ ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କୁ ଜିରୋ ପେସେଣ୍ଟ ବୋଲି କୁହାଯାଇଥାଏ। ବିବିସିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜିରୋ ପେସେଣ୍ଟଙ୍କ ସନ୍ଧାନ ମିଳିଲେ କରୋନା ଭାଇରସର ଚିକିତ୍ସା ପଦ୍ଧତି ସରଳ ହୋଇ ପାରିବ ବୋଲି ଚାଇନାର ବିଶେଷଜ୍ଞମାନେ କହିଛନ୍ତି। ଏମାନେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ସନ୍ଧାନ ମିଳିଲେ ଏହା କେବେ, କେଉଁଠୁ ଓ କିପରି ଆରମ୍ଭ ହେଲା ହୋଇଥିଲା ତାହା ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଚାଇନାରେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ପ୍ରଥମେ ଶୁଣିବାକୁ ମିଳିଥିଲା କି ଏହା ବିଷାକ୍ତ ସାପ ଦେହରୁ ଆସିଛି। ଏହାପରେ ପୁଣି ଶୁଣିବାକୁ ମିଳିଲା ଯେ ବାଦୁଡି ମାଧ୍ୟମରେ ଏହା ବ୍ୟାପୁଛି। ହେଲେ ଏହାକୁ ନେଇ କୌଣସି ସଠିକ୍‌ ତଥ୍ୟ ମିଳିପାରିଲା ନାହିଁ। ଫେବୃୟାରୀ ମାସର ଶେଷ ବେଳକୁ ଚାଇନା ଖବରକାଗଜ ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ କହିଲା ଏହା ଉହାନର ସି-ଫୁଡ ମାର୍କେଟରୁ ଆସିଛି। ପୁଣି କୁହାଗଲା କି ଏହା ଚାଇନାର ଜୈବିକ ଯୁଦ୍ଧାସ୍ତ୍ର। ଉହାନରେ ଥିବା ପରୀକ୍ଷାଗାରରେ ଅସାବଧାନତା ଯୋଗୁ ଏହା ବାହାରକୁ ଆସିଯିବାରୁ କରୋନା ଭାଇରସର ସ୍ଥିତି ଅସମ୍ଭାଳ ହୋଇଗଲା। ଆଉ ଉହାନ ସହରରେ ଥିବା ଲୋକେ ଅଧିକ ମାତ୍ରାରେ ଏଥିରେ ସଂକ୍ରମିତ ହେଲେ। ହେଲେ ଏପର୍ଯ୍ୟନ୍ତ ଏହାର ସଠିକ୍‌ କାରଣ ଜଣା ନ ପଡିଥିବା ବେଳେ ଚାଇନା କୁଆଡେ ଏବେ କରୋନା ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କୁ ଖୋଜୁଛି ବୋଲି କୁହାଯାଉଛି। ଏପଟେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବେବି ଅନୁମାନ କରୁଛି କି କୌଣସି ଜଙ୍ଗଲି ପ୍ରାଣୀଙ୍କ ଦ୍ୱାରା କରୋନା ଭାଇରସ ବ୍ୟାପିଥାଇ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ଓ୍ବାର୍ଡ ଗେମ୍‌ ‘ଓ୍ବାର୍ଡଲେ’

ନ୍ୟୁୟର୍କ,୧୩।୧: ମହାମାରୀବେଳେ ଲୋକେ ଅଧିକ ସମୟ ଘରେ ବିତାଉଥିବାବେଳେ ଏକ ମଜାଦାର ଗେମ୍‌ ଅନଲାଇନରେ ବେଶ୍‌ ଲୋକପ୍ରିୟ ହୋଇଛି। ସହଜ ଏବଂ କୌତୁହପୂର୍ଣ୍ଣ ହୋଇଥିବାରୁ ବହୁ...

ଶ୍ରୀଲଙ୍କାରୁ ହଟିଲା ୩୬ ଘଣ୍ଟିଆ କର୍ଫ୍ୟୁ, ନୂଆ କ୍ୟାବିନେଟର ହେବ ଗଠନ

କଲମ୍ବୋ,୪ ।୪: ଶ୍ରୀଲଙ୍କାରେ ଦେଖାଯାଇଥିବା ରାଜନୈତିକ ଅଶାନ୍ତିକୁ ଲକ୍ଷ୍ୟ କରି ଯେଉଁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଥିଲା ତାହା ସୋମବାର ହଟାଇ ଦିଆଯାଇଛି । ଶ୍ରୀଲଙ୍କାରେ...

ଚାଇନା କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ: ୪ ମୃତ

ବେଜିଂ,୧୫।୧୦: ଦକ୍ଷିଣ ଚାଇନାର ଗୁଆଙ୍ଗଜି ଜୁଆଙ୍ଗ ଅଟୋନମସ ରିଜିଅନରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ମଙ୍ଗଳବାର ବିସ୍ଫୋରଣ ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହେବା...

ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ କ୍ୟାବିନେଟର ପ୍ରଥମ ହିନ୍ଦୁ ମନ୍ତ୍ରୀ ହେଲେ ଅନିତା ଆନନ୍ଦ

ଓଟାଓ୍ବା,୨୧।୧୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ତାଙ୍କ କ୍ୟାବିନେଟର ଘୋଷଣା କରିଛନ୍ତି। ଏଥିରେ ସାମିଲ ହୋଇଥିବା ୭ ନୂଆ ମୁହଁଙ୍କ ମଧ୍ୟରେ ଭାରତୀୟ ମୂଳ...

ଚାଇନାର ଗୁପ୍ତ ବୁଡ଼ାଜାହାଜ, ଭାରତ-ଆମେରିକା-ଜାପାନ ପାଇଁ ବିପଦ…

ବେଜିଂ, ୧୦।୨ : ବିଶ୍ୱର ବିଭିନ୍ନ ଦେଶକୁ ଧମକ ଦେଉଥିବା ଚାଇନା ଏକ ନୂତନ ଗୁପ୍ତ ବୁଡ଼ାଜାହାଜ ଏହାର ପ୍ରତିରକ୍ଷା ସେବାରେ ସାମିଲ୍‌ କରିଛି। ଏହି...

ଡ୍ରାଇଭର ଜିତିଲେ ୪୦ କୋଟି ଟଙ୍କା

ନୂଆଦିଲ୍ଲୀ,୭।୭: କେରଳର କୋଲାମ ଜିଲା ଛାଡ଼ି ୨୦୦୮ରେ ସପରିବାର ଦୁବାଇ ଚାଲିଯାଇଥିଲେ ରଞ୍ଜିଥ ସୋମରାଜନ। ସେଠାରେ ସେ ଟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଦଶନ୍ଧିରୁ...

କରୋନାକୁ ପ୍ରଭାବହୀନ କରିବ ବିକଶିତ ଆଣ୍ଟିବଡି

ଜେରୁସଲମ୍‌, ୬ା୫: କରୋନା ଭୂତାଣୁ ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୨୧୨ ଦେଶର ସହସ୍ରାଧିକ ଲୋକ ଏଥିରେ...

ଆଫଗାନିସ୍ତାନରେ ବିମାନ ଆକ୍ରମଣ: ଜଣେ ଶିଶୁଙ୍କ ସମେତ ୮ ସାଧାରଣ ନାଗରିକଙ୍କ ମୃତ୍ୟୁ

କାବୁଲ,୧୫।୨: ଆଫାଗାନିସ୍ତାନର ପୂର୍ବାଞ୍ଚଳରେ ଥିବା ନଙ୍ଗାହାରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ବିମାନ ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ୮ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା...

Advertisement
Archives

Model This Week