Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ସ୍ବସ୍ତିଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୧୫ା୧ (କ୍ରୀଡ଼ା ପ୍ରତିନିଧି)- ସୋମବାର ରୌପ୍ୟ ପଦକ, ମଙ୍ଗଳବାର ସ୍ବର୍ଣ୍ଣ। ଏମିତି ସଫଳତା ସାଉଁଟିଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂ। ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌୍‌ ଗେମ୍ସର ମଙ୍ଗଳବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ସାଇକ୍ଲିଂ ବାଳିକା ସ୍କ୍ରାଚ୍‌ ରେସ୍‌ରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଏବଂ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ(ଆରଏସପି)କୁ ଗର୍ବିତ କରିଛନ୍ତି ଏହି ଉଦୀୟମାନ ଆଥଲେଟ୍‌। ୭.୫ କିଲୋମିଟର ବିଶିଷ୍ଟ ସ୍କ୍ରାଚ୍‌ ରେସ୍‌କୁ ୧୪:୫୩.୨୩୨ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସ୍ବସ୍ତି। ଏଥିସହ ନିଜ ଉଜ୍ଜ୍ୱଳ ଭବିଷ୍ୟତର ସେ ସୂଚନା ଦେଇଛନ୍ତି। କର୍ନାଟକର କୀର୍ତ୍ତି ରଙ୍ଗାସ୍ବାମୀ ତାଙ୍କଠାରୁ ୦.୨୪୬ ଏବଂ ଆସାମର ଚୟନିକା ଗୋଗୋଇ ୦.୪୫୨ ସେକେଣ୍ଡ ଅଧିକ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସ୍ବସ୍ତିଙ୍କ ସ୍ବର୍ଣ୍ଣିମ ସଫଳତାରେ ସ୍ବତଃ ଗର୍ବ ଅନୁଭବ କରୁଛନ୍ତି କୋଚ୍‌ ସୁଶୀଲ କୁମାର ଦାସ। କାରଣ ଆରଏସପିରେ ସୁଶୀଲଙ୍କ ପ୍ରଶିକ୍ଷଣରେ ନିଜ ଖେଳର ମୂଳଦୁଆ ପକାଇଥିବା ସ୍ବସ୍ତି ଏବେ ସଫଳତାର ଶୀଡ଼ି ଚଢ଼ିବା ଆରମ୍ଭ କରିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ସୋମବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ୬୦ କିଲୋମିଟର ବ୍ୟକ୍ତିଗତ ରୋଡ୍‌ ରେସ୍‌ରେ ସ୍ବସ୍ତି ରୌପ୍ୟ ପଦକ ହାସଲ କରିଥିଲେ। ଏହି ରେସ୍‌ରେ ୨:୧୧:୫୨.୨୧ ସେକେଣ୍ଡ ସମୟ ନେଇ ସେ ଅଳ୍ପକେ ସ୍ବର୍ଣ୍ଣ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ତେବେ ସେଥିରେ ନିରାଶ ନ ହୋଇ କିମ୍ବା କୌଣସି ଚାପର ବଶବର୍ତ୍ତୀ ନ ହୋଇ ଗୋଟିଏ ଦିନ ପରେ ନିଜ ଦକ୍ଷତା ଦେଖାଇଛନ୍ତି। ୧୫ ପ୍ରତିଦ୍ୱନ୍ଦ୍ୱୀବିଶିଷ୍ଟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟର ଟେକ ରଖିଛନ୍ତି। ତାଙ୍କ ପୂର୍ବରୁ ଓଡ଼ିଶାର ତଥା ଆରଏସପିର ଅନ୍ୟତମ ସାଇକ୍ଲିଷ୍ଟ ଦୀନେଶ କୁମାର ମଧ୍ୟ ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୨୧ ବର୍ଷରୁ କମ୍‌ ୩୦ କିଲୋମିଟର ଟାଇମ୍‌ ଟ୍ରାଏଲ ଇଭେଣ୍ଟରେ ୪୦:୧୧:୧୩୩ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ ଏହି ସାଇକେଲ ପ୍ରତିଭା। ସ୍ବସ୍ତିଙ୍କ ସାଫଲ୍ୟ ଫଳରେ ଚଳିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ସାଇକ୍ଲିଂ ଇଭେଣ୍ଟରୁ ହିଁ ଓଡ଼ିଶାକୁ ଏପର୍ଯ୍ୟନ୍ତ ସର୍ବାଧିକ ସଫଳତା ମିଳିଛି। ଉଭୟ ଦୀନେଶ ଓ ସ୍ବସ୍ତି ଆହୁରି ୨ଟି ଲେଖାଏ ଇଭେଣ୍ଟରେ ଭାଗ ନେବାକୁ ଥିବାରୁ ଏଥିରୁ ଓଡ଼ିଶାର ପଦକ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି।
ଜଗଦୀଶ ବାରିକ ଏହି ପ୍ରତିଯୋଗିତାର ଜିମ୍ନାଷ୍ଟିକ୍ସ ଇଭେଣ୍ଟରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ସେ ୧୭ ବର୍ଷରୁ କମ୍‌ ପୁରୁଷ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସର ଭଲ୍ଟ ଟେବୁଲରେ ସ୍ବର୍ଣ୍ଣ ଏବଂ ହରିଜୋଣ୍ଟାଲ ବାର୍‌ସରେ ରୌପ୍ୟ ପଦକ ହାସଲ କରିଥିଲେ।

୭.୫ କିମି ସ୍କ୍ରାଚ୍‌ ରେସ୍‌
୧: ସ୍ବସ୍ତି ସିଂ, ଓଡ଼ିଶା, ୧୪:୫୩.୨୩୨ ସେକେଣ୍ଡ
୨: କୀର୍ତ୍ତି ରଙ୍ଗାସ୍ବାମୀ, କର୍ନାଟକ, ୦.୨୪୬ ସେକେଣ୍ଡ ଅଧିକ
୩: ଚୟନିକା ଗୋଗୋଇ, ଆସାମ, ୦.୪୫୨ ସେକେଣ୍ଡ ଅଧିକ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri