Posted inଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଲୁକ୍କାୟିତ ପ୍ରତିଭା ନଜରକୁ ଆସିବେ

ନୂଆଦିଲ୍ଲୀ, ୧୪।୨-ଓଡ଼ିଶାରେ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୮ଟି ଲେଖାଏ ମହିଳା ଓ ପୁରୁଷ ହକି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଓ କଟକରେ ଚଳିତ ମାସ ୨୨ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବାକୁଥିବା ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ କେବଳ ହକି ଇଭେଣ୍ଟରେ ପାଖାପାଖି ୨୮୫ ପ୍ରତିଯୋଗୀ ଭାଗନେବେ। ଏହି ପ୍ରତିଯୋଗିତା ମାଧ୍ୟମରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଥିବା ଲୁକ୍କାୟିତ ପ୍ରତିଭାମାନେ ନଜରକୁ ଆସିବେ ଏବଂ ସେମାନେ ନିଜ ଦକ୍ଷତା ଦେଖାଇବା ସୁଯୋଗ ପାଇବେ ବୋଲି ପ୍ରକାଶ କରିଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆୟୋଜନ ନିଷ୍ପତ୍ତି ଭାରତ ସରକାରଙ୍କ ଏକ ବହୁତ ଭଲ ପଦକ୍ଷେପ। ପ୍ରଥମେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଓ ଏବେ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଏହି ଦୁଇ ପ୍ରତିଯୋଗିତା ଭାରତର ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ ବୋଲି ରାଣୀ କହିଛନ୍ତି। ଅନ୍ୟ ଦେଶରେ ଅନ୍ତର୍ଜାତୀୟ କ୍ରୀଡ଼ାକୁ ଆସିଥିବା ଅନେକ ଆଥଲେଟ୍‌ ବିଶ୍ୱବିଦ୍ୟାଳୟ ସ୍ତରର ଖେଳରୁ ହିଁ ଆସିଥାନ୍ତି। ଏବେ ଭାରତରେ ସେହି ରଣନୀତି ପ୍ରସ୍ତୁତ ହୋଇଛି। ବିଶ୍ୱବିଦ୍ୟାଳୟରେ ଥିବା ଅନେକ ଯୁବ ପ୍ରତିଭା ଏହାଦ୍ୱାରା ବାହାରକୁ ଆସି ପାରିବେ। ଖେଲୋ ଇଣ୍ଡିଆ ପ୍ରତିଯୋଗିତା ମାର୍ଜିତ ହୋଇ ନ ଥିବା ପ୍ରତିଭାଙ୍କ ପାଇଁ ଭଲ ପ୍ଲାଟଫର୍ମ ବୋଲି ରାଣୀ କହିଛନ୍ତି।
ରାଣୀ ସମ୍ପ୍ରତି ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟରେ ଇଂଲିଶ୍‌ରେ ଏମ୍‌ଏ କରୁଛନ୍ତି। ତେଣୁ ଭୁବନେଶ୍ୱରର କିଟ୍‌ରେ ହେବାକୁଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମହିଳା ହକିରେ ତାଙ୍କ ବିଶ୍ୱବିଦ୍ୟାଳୟ ସ୍ବର୍ଣ୍ଣ ପଦକ ଜିତୁ ବୋଲି ସେ ଚାହାନ୍ତି। ”ପ୍ରତିଯୋଗିତାର ମହିଳା ହକି କାଟେଗୋରିରେ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଭାଗ ନେଉଛି ଜାଣି ମୁଁ ବହୁତ ଖୁସି। ମୁଁ ଏହି ବିଶ୍ୱବିଦ୍ୟାଳୟରେ ସହ ଜଡ଼ିତ ଅଛି। ତେଣୁ ଭୁବନେଶ୍ୱରରେ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଦଳ ପଡ଼ିଆକୁ ଓହ୍ଲାଇଲେ ମୁଁ ନିଶ୍ଚିତ ସେମାନଙ୍କୁ ଉତ୍ସାହିତ କରିବି ବୋଲି ନିକଟରେ ଓ୍ବାଲର୍‌ଡ ଗେମ୍ସ ଆଥଲେଟ୍‌ ଅଫ ଦି ଇୟର-୨୦୧୯ ପୁରସ୍କାରପ୍ରାପ୍ତ ରାଣୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri