‘ଖୁସି’ ଯୋଜନା ଦିଗହରା

ଅନୁଗୋଳ ଅଫିସ୍‌, ୮।୨ – ଅନୁଗୋଳ ଜିଲାରେ ଦିଗହରା ହୋଇଯାଇଛି ସରକାରଙ୍କ ‘ଖୁସି’ ଯୋଜନା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ସାନିଟାରି ନାପକିନ ଜିଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ପଡ଼ି ନଷ୍ଟ ହୋଇଯାଇଛି। କାହିଁକି ଏହାର ଯତ୍ନ ନିଆଗଲା ନାହିଁ କି ସ୍କୁଲକୁ ବଣ୍ଟନ କରାଗଲା ନାହିଁ ତାହାର ଉତ୍ତର କାହା ନିକଟରେ ନାହିଁ। ତେବେ କେଉଁ କାରଣ ପାଇଁ ସରକାରୀ ଯୋଜନାକୁ ଏପରି ଦିଗହରା କରିଦିଆଯାଇଛି ତାହାର ତଦନ୍ତ କରାଯିବ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି।
ଋତୁସ୍ରାବକୁ ନେଇ ମହିଳାଙ୍କ ମଧ୍ୟରେ ଥିବା ସଙ୍କୋଚ ମନୋଭାବ ଦୂର ସହ ଏହି ସମୟରେ ସେମାନେ କିପରି ନିଜର ଆବଶ୍ୟକ ଯତ୍ନ ନେବେ ସେ ନେଇ ବିଦ୍ୟାଳୟସ୍ତରରୁ କିଶୋରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏବଂ ସେମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ଆରମ୍ଭ କରିଥିଲେ ଖୁସି ଯୋଜନା। ପ୍ରତ୍ୟେକ ସରକାରୀ ବିଦ୍ୟାଳୟ ସହ ଆଶ୍ରମ ସ୍କୁଲଗୁଡ଼ିକରେ ପଢ଼ୁଥିବା କିଶୋରୀମାନଙ୍କ ପାଇଁ ଏହି ନାପ୍‌କିନ୍‌ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଏଥିରେ ଲକ୍ଷ୍ୟ ରଖାଯାଇଥିଲା। ପ୍ରତି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କୁ ଏ ନେଇ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଅନୁଗୋଳ ଜିଲାରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ମଧ୍ୟ କାର୍ଯ୍ୟକାରୀ କରାଯିବା ସହ ସିଡିଏମ୍‌ଓଙ୍କୁ ଦାୟିତ୍ୱ ଦିଆଯାଇଥିଲା। ପ୍ରକଳ୍ପ ଆରମ୍ଭ ହେବାର କିଛି ଦିନ ପର୍ଯ୍ୟନ୍ତ ତାହା ସୁରୁଖୁରରେ ଚାଲିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଯୋଜନା କିପରି ବାଟବଣା ହୋଇଛି ତାହାର ଉଦାହରଣ ଏବେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଡ଼ି ନଷ୍ଟ ହୋଇଯାଇଥିବା ହଜାର ହଜାର ସାନିଟାରି ନାପକିନକୁ ଦେଖି ବେଶ୍‌ ବୁଝାପଡ଼ୁଛି ବୋଲି ସହରବାସୀ କହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲା ଟ୍ରକ୍‌ ମାଲିକ ସଂଘ ଦ୍ୱାରା ନିର୍ମିତ ସେବା ଭବନର ଠିକ୍‌ ପଛ ପାର୍ଶ୍ୱ ଘରର ଖୋଲା ଅଗଣାରେ ଉକ୍ତ ନାପ୍‌କିନ୍‌ଗୁଡ଼ିକ ଫୋପାଡ଼ି ଦିଆଯାଇଛି। ଦୀର୍ଘଦିନ ଧରି ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ତାହାକୁ ପକାଇ ରଖାଯାଇଥିବାରୁ ଲକ୍ଷ ଲକ୍ଷ ଟଙ୍କାର ସାନିଟାରି ନାପକିନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେମାନଙ୍କ ସୁସ୍ଥତା ସମ୍ପର୍କରେ କିଶୋରୀମାନଙ୍କୁ ସଚେତନ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନାପ୍‌କିନ୍‌ଗୁଡ଼ିକୁ କେଉଁ କାରଣରୁ ଏଠାରେ ପକାଇ ଦିଆଯାଇଛି ତାହାର ଉତ୍ତର କାହାରି ପାଖରେ ନାହିଁ। ଏପରି କି କେତେ ପରିମାଣରେ ନାପ୍‌କିନ୍‌ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗଚ୍ଛିତ ଥିଲା ସେ ସମ୍ପର୍କରେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଅବଗତ ନ ଥିବା ସୂଚନା ମିଳିଛି। ଏ ନେଇ ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଆସିଥିବା ନାପ୍‌କିନ୍‌ଗୁଡ଼ିକ ପ୍ରଥମରୁ ଧିମା ଗତିରେ ବିଦ୍ୟାଳୟଗୁଡ଼ିକୁ ବଣ୍ଟନ କରାଯାଇଥିଲା। ଫଳରେ ଠିକ୍‌ ସମୟରେ ଆବଣ୍ଟନ ହୋଇ ନ ଥିବାରୁ ଏପରି ସମସ୍ୟା ହୋଇଛି। ତେବେ ଏକ୍ସପାରି ଡେଟ୍‌ ଚାଲିଯାଇଥିବାରୁ ତାହାକୁ ଏପରି ଅବସ୍ଥାରେ ପକାଯାଇଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି। ଏ ନେଇ ସିଡିଏମ୍‌ଓ ଅମରେନ୍ଦ୍ରନାଥ ମହାନ୍ତିଙ୍କ ସହ ମୋବାଇଲ ନଂ ୯୪୩୯୯୮୧୩୩୧ରେ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ। ଅନ୍ୟପକ୍ଷରେ ଜିଲାପାଳ ମନୋଜ କୁମାର ମହାନ୍ତି ଏପରି ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି। ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ କାହାର ଏବଂ କେଉଁଠି ତ୍ରୁଟି ରହିଲା, କେଉଁ କାରଣରୁ ଏତେ ସଂଖ୍ୟାରେ ନାପ୍‌କିନ୍‌ ଅଗଣାରେ ଖୋଲାରେ ପକାଇ ରଖାଯାଇଥିଲା ତାହାର ତଦନ୍ତ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଯାତିତା ନାବାଳିକା ଆତ୍ମହତ୍ୟା ମାମଲା : ଜଙ୍ଗଲରୁ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଅଫିସ,୩୧।୭-ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳର ଜଣେ ନାବାଳିକା ଶାରୀରିକ ଏବଂ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ବିଷପିଇ ଆତ୍ମହତ୍ୟା କରିଥିଲେ। ଏହି...

ପେଟ୍ରୋଲ ୨୨, ଡିଜେଲ ୨୬ ପଇସା ହ୍ରାସ

ଭୁବନେଶ୍ୱର,୩୧।୩: ଗୋଟିଏ ସପ୍ତାହ ମଧ୍ୟରେ ଲଗାତର ତୃତୀୟ ଥର ଲାଗି ତେଲ ଦର ହ୍ରାସ ହୋଇଛି। ମଙ୍ଗଳବାର ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ଦର...

ନୋଟିସ ବଦଳରେ ନୋଟିସ

କେନ୍ଦ୍ରାପଡ଼ା ଅଫିସ, ୨୪ା୧୦: ଗତ ୧୮ ତାରିଖରେ ଜାରି ହୋଇଥିବା ଦୁଇ ନୋଟିସ ଏବେ ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦକୁ ଅଧିକ ରୋଚକ...

ଗ୍ରୀନ୍‌ ଜୋନ୍‌ରେ ଗଞ୍ଜାମ, ଏଣୁ ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ ହେବ: ଜିଲାପାଳ

ଛତ୍ରପୁର, ୨।୫(ଡି.ଏନ୍‌.ଏ.)- କରୋନା ମୁକାବିଲାକୁ ନେଇ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ତେବେ ଏହି ସମୟରେ...

ସରକାରୀ କର୍ମଚାରୀଙ୍କ ୫% ମହଙ୍ଗା ଭତ୍ତା ବୃଦ୍ଧି, ୨୦୨୦ ଜାନୁୟାରୀ ପହିଲାରୁ ପିଛିଲା ଭାବେ ହେବ ଲାଗୁ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ୫% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହା ୨୦୨୦ ଜାନୁୟାରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବା ନେଇ ଘୋଷଣା...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୩୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରୁ ସୋମବାର ଆଉ ୫୩୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୮୫,୩୭୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ସମୟରେ ସେ ସଂଘ...

ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘କର୍ତ୍ତବ୍ୟ’ ଶୁଭମୁକ୍ତି

ଭୁବନେଶ୍ୱର,୩।୯(ଶର୍ମିଷ୍ଠା ପାଣିଗ୍ରାହୀ)ବିଶିଷ୍ଟ ଅଭିନେତା ସ୍ବର୍ଗତ ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘କର୍ତ୍ତବ୍ୟ’ ଶନିବାର ଶୁଭମୁକ୍ତି ହୋଇଛି। ଗୁରୁ, ଶିଷ୍ୟ ଓ ଗୁରୁ ଦକ୍ଷିଣାର କାହାଣୀକୁ...

Advertisement
Archives

Model This Week