ଖୁବ୍‌ଶୀଘ୍ର ଆରମ୍ଭ ହେବ କେନ୍ଦୁପତ୍ର, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ

ଭୁବନେଶ୍ୱର,୧୫।୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ହ୍ରାସ କରିବା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ ବଳବତ୍ତର ରହିଛି। ହେଲେ ଏହାଯୋଗୁ ବିଭିନ୍ନ ଅର୍ଥନୈତିକ କାରବାର ବାଧାପ୍ରାପ୍ତ ହୋଇଛି। ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା କୃଷିଶ୍ରମିକ ଏବଂ ସହାୟକ ପ୍ରଭାବିତ ହୋଇଛନ୍ତି। ହେଲେ ସାଧାରଣ ଲୋକଙ୍କ ଜୀବିକାର୍ଜନକୁ ଦୃଷ୍ଟିରେ ରଖି କୃଷି ଓ ମତ୍ସ୍ୟ ଉତ୍ପାଦନ ସହ କେନ୍ଦୁପତ୍ର ତୋଳା ଭଳି କାର୍ଯ୍ୟ ପୂର୍ବପରି ଜାରି ରଖିବାକୁ ନିଷ୍ପତ୍ତି ହୋଇସାରିଛି। ଏହାଦ୍ୱାରା ରାଜ୍ୟରେ ଏକ ବୃହତ୍‌ ବର୍ଗ ରୋଜଗାରର ବାଟ ଖୋଲିଛି।
ଲକ୍‌ଡାଉନରୁ କେନ୍ଦୁପତ୍ର ତୋଳା କାର୍ଯ୍ୟକୁ ବାଦ୍‌ ଦିଆଯିବା ପରେ ଆଗାମୀ ଦିନରେ ପ୍ରାୟ ୫୦୦ କୋଟି ଟଙ୍କାର ବ୍ୟବସାୟ ଆଶା କରାଯାଉଛି। ରାଜ୍ୟର ପ୍ରାୟ ୯ ଲକ୍ଷରୁ ଊର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳି ରହିଛନ୍ତି। ପ୍ରକ୍ରିୟାକରଣ ହେଉଥିବା ଅଞ୍ଚଳରେ ଗୋଟିଏ କେରୀ(୨୦ ପତ୍ର) କେନ୍ଦୁପତ୍ର ତୋଳିଲେ ୪୦ ପଇସା ମିଳିଥାଏ। ସେହିପରି ପ୍ରକ୍ରିୟାକରଣ ହେଉ ନ ଥିବା ଅଞ୍ଚଳରେ କେରୀ(୪୦ ପତ୍ର) ପିଛା ୮୦ ପଇସା ମଜୁରି ମିଳିଥାଏ। ସରକାର କଟକଣା ଉଠାଇବା ପରେ ଏହାକୁ ସ୍ବାଗତ କରାଯାଇଛି। କେନ୍ଦୁପତ୍ର, ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ବିପଣନ ସହ ଜଡ଼ିତ ଥିବା ଚିତ୍ତରଞ୍ଜନ ପାଣି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କେନ୍ଦୁପତ୍ର ବିଭାଗ ଏବଂ ଟିଡିସିସି ଗମ୍ଭୀରତାର ସହ କେନ୍ଦୁପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରୁ। ଏହାଦ୍ୱାରା ଆଦିବାସୀ ଏବଂ ପଛୁଆବର୍ଗର ଉପକାର ହେବ। ତୋଳା ସହିତ ସରକାର ଏହାର ପରବର୍ତ୍ତୀ ବିପଣନ ଓ ପ୍ରକ୍ରିୟାକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ।
ଚଳିତ ମାସ ୧୫ ଅର୍ଥାତ ବୁଧବାରଠାରୁ କେନ୍ଦୁପତ୍ର ତୋଳା କାର୍ଯ୍ୟ ଆରମ୍ଭ ହେବା କଥା। ଏହା ପ୍ରାୟତଃ ମେ ୧୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡ଼ିଛି। ଆଉ କିଛି ଦିନ ମଧ୍ୟରେ ତୋଳା କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିିଛି। ରାଜ୍ୟରେ ଥିବା କେନ୍ଦୁପତ୍ର ସଙ୍ଗଠନ ଜରିଆରେ ପ୍ରାୟ ୪.୫ରୁ ୫ ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ସଂଗ୍ରହ କରାଯାଇଥାଏ। ହେଲେ ସାରା ଦେଶର କେନ୍ଦୁପତ୍ରକୁ ସଂଗ୍ରହ କରି ଭଲ ଭାବରେ ବିଡାକରି ବିକ୍ରି କରିବାରେ ଓଡ଼ିଶା ସୁନାମ ଅର୍ଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କୁ ବଡ଼ ବାର୍ତ୍ତା ଦେଲେ ମୋଦି

ଭଦୋଦରା,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଭଦୋଦରାରେ ପହଞ୍ଚିଥିଲେ। ସେଠାରେ ସେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ

ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି…

ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….

ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ସ୍କୁଲରେ ଚାଞ୍ଚଲ୍ୟ; ପାଇଖାନାରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଲକ୍ଷ୍ନୌ,୮।୯: ଉତ୍ତରପ୍ରଦେଶର ମବାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟିଛି ଦୁଃଖଦ ଘଟଣା। ସପ୍ତମ ଶ୍ରେଣୀର ୧୩ ବର୍ଷୀୟ ଛାତ୍ର କୁନାଲ ଶର୍ମାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଦିଲ୍ଲୀ ଆସିବା ପୂର୍ବରୁ ଭାରତର ଖୁବ ପ୍ରଶଂସା କଲା ଇରାନ, କହିଲା…

ତେହରାନ,୮।୯: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ, ତେହରାନ ଭାରତ ସହିତ ଏହାର ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri