ଖୁଣ୍ଟ ଅଛି, ମିଟର ବସିଛି, ଅନ୍ଧାରରେ ଗ୍ରାମବାସୀ

କେନ୍ଦୁଝର,୧୧ା୬(ସ୍ବ.ପ୍ର.): ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ଜିଲାର ବହୁ ଗ୍ରାମରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଛି, ଘରେ ମିଟର ଓ ପାଇପ ଲଗାଯାଇଛି କିନ୍ତୁ ଲୋକମାନେ ବର୍ଷବର୍ଷ ଧରି ଅନ୍ଧାରରେ ରହୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକ ପୀଠଗୋଳା ଗ୍ରାମ ଘୋଡ଼ାମୁଣ୍ଡା ସାହି (୧୧ନମ୍ବର) ଓ୍ବାର୍ଡରେ। ଏହି ସାହିରେ ୩୦ ଆଦିବାସୀ ଓ ଅନ୍ୟ ସମ୍ପ୍ରଦାୟର ପରିବାର ବସବାସ କରୁଛନ୍ତି। ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୫୦କିମି ଦୂର ଦୁର୍ଗମ ଇଲାକାର ଏହି ଗ୍ରାମରେ ବିଦ୍ୟୁତ୍‌ ସତେ ଯେମିତି ସାତସପନ ପାଲଟିଛି। ୨୦୧୯ ମସିହାରେ ବିଦ୍ୟୁତ୍‌ ସଂଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହା ଦେଖି ଗ୍ରାମବାସୀ ଖୁସି ହୋଇଯାଇଥିଲେ। ଇତିମଧ୍ୟରେ ବର୍ଷେ ବିତିଥିଲେ ହେଁ ଗ୍ରାମବାସୀ ଆଲୋକ ଦେଖିପାରି ନାହାନ୍ତି। ଏନେଇ ଗ୍ରାମବାସୀ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟକୁ ବାରମ୍ବାର ଧାଇଁ ନୟାନ୍ତ ହୋଇଥିଲେ ହେଁ ଆଲୋକ ଦେଖିପାରିନାହାନ୍ତି ବୋଲି ସ୍ଥାନୀୟ ଅଧିବାସୀ ଦୁଃଖବନ୍ଧୁ ସାହୁ କହିଛନ୍ତି। ଗତ ଡିସେମ୍ବରରେ ଅଭିଯୋଗ କରିବା ପରେ ୭ ଦିନ ମଧ୍ୟରେ ବିଦ୍ୟୁତ୍‌ ଯୋଗାଣ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଅଦ୍ୟାବଧି ବିଦ୍ୟୁତ ସେବା ମିଳିନାହିଁ। ଏଣୁ ଏନେଇ ଶକ୍ତି ସଚିବ ଓ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବୁ ବୋଲି ସ୍ଥାନୀୟ ମଙ୍ଗଲୁ ଦେହୁରୀ, ବାସୁଦେବ ଦେହୁରୀ, ରଞ୍ଜନା ଦେହୁରୀ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ : ଉତ୍ତେଜନା, ରାସ୍ତାରୋକୋ

ଢେଙ୍କାନାଳ ଅଫିସ, ୧୨।୫- ଢେଙ୍କାନାଳ ସଦର ଥାନା ମଙ୍ଗଳପୁର ଗ୍ରାମରେ ଶୁକ୍ରବାର ରାତିରେ ଟ୍ରାକ୍ଟର ଧକ୍କାରେ ବାସୁଦେବ ବରାଳ(୨୪)ଙ୍କ ମୃତ୍ୟୁ ଘଟିଛି। ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ...

ବାଉଁଶ ଦେଉଛି ସୁରକ୍ଷା

ଚମ୍ପୁଆ,୧ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ଗାନ୍ଧୀଛକଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ ଅସୁରକ୍ଷିତ ଅବସ୍ଥାରେ ରହିଛି। ଉପର ମହଲାର ସୁରକ୍ଷା ବାଡ଼ ଭାଙ୍ଗିଯାଇଥିବା ବେଳେ ସାହାରା ପାଇଁ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଘରୋଇ ସେବା ଅଭିଯୋଗ : ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୧୧।୭ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର ବୁଧବାର ମେଡିକାଲରେ ଥାଇ ବି ଏକ ଘରୋଇ ଚିକିତ୍ସାଳୟର କାର୍ଯ୍ୟ...

ଦମକଳକୁ ବାଟ ଓଗାଳିଲା ମିକ୍ସଚର ମେଶିନ

ବଲାଙ୍ଗୀର ଅଫିସ, ୨୫ା୫:  ବଲାଙ୍ଗୀର ସହରର ବରପାଲିପଡାରେ ଶନିବାର ଏକ ଟ୍ରାନ୍ସଫର୍ମରରେ ନିଅଁା ଲାଗି ଜଳି ଯାଇଛି। ଏ ନେଇ ଫୋନ୍‌ ପାଇବା ପରେ ଅଗ୍ନିଶମ...

ବାଲିଆପାଳ ତହସିଲରେ ଅଚଳାବସ୍ଥା: ପ୍ରତିବାଦରେ ଓକିଲ, ମୋହରିର ସଂଘର ଧାରଣା

ବାଲିଆପାଳ, ୬।୬(ସ୍ବ.ପ୍ର.)-ବାଲିଆପାଳ ତହସିଲରେ ଦୀର୍ଘଦିନ ହେଲା ଲାଗି ରହିଛି ଅଚଳାବସ୍ଥା। ଆବେଦନ କରିବାର ମାସ ମାସ ପରେ ମଧ୍ୟ ହିତାଧିକାରୀଙ୍କୁ ମିଳୁନି ବିଭିନ୍ନ ପ୍ରମାଣପତ୍ର ଏବଂ...

ଧୋଇଗଲା ଅସ୍ଥାୟୀ ପୋଲ

ରାଇକିଆ,୧୪ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ି କୁପୁଡ଼ାଠାରେ ଦାରିଙ୍ଗିବାଡ଼ି-ରାଇକିଆକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନରେ ଧୋଇ ଯିବାରୁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ...

ବରୁଣେଇରେ ଧର୍ମେନ୍ଦ୍ର, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କଲେ

ଖୋର୍ଦ୍ଧା ଅଫିସ,୭।୧୨: ବରୁଣେଇରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ପୂର୍ବରୁ ଶନିବାର ସେ ପ୍ରସ୍ତୁତିର ସମୀକ୍ଷା କରିଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ,...

ଅପହରଣକାରୀ ଭାବି ପୋଲିସକୁ ନିସ୍ତୁକ ମାଡ଼

ତିଗିରିଆ,୨।୧୨(ଡି. ଏନ୍‌. ଏ.):କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଦୁର୍ଗା ବଜାରରେ ଗୁରୁବାର ସାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଏକ ନାବାଳିକା ଅପହରଣ...

Advertisement
Archives

Model This Week