ଖୁଣ୍ଟ ଅଛି ଜଳୁନି ଲାଇଟ୍‌

କେନ୍ଦୁଝର, ୨୮ା୪(ସ୍ବ.ପ୍ର.)-କେନ୍ଦୁଝର ସହରାଞ୍ଚଳରେ ବିଦ୍ୟୁତ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହେଉଛି। କେଉଁଠି ନିମ୍ନମାନର ବିଦ୍ୟୁତ୍‌ ଖୁଣ୍ଟ ଓ ଲାଇଟ୍‌ ବ୍ୟବହାର ହୋଇଥିବାରୁ ଅଚଳ ହୋଇପଡିଛି ତ କେଉଁଠି ବିଦ୍ୟୁତଖୁଣ୍ଟ ଲାଇଟ ଲଗାଯାଇଥିଲେ ହେଁ ଜଳୁନାହିଁ । କେଉଁଠି ଗ୍ରାମାଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଓ ଲାଇଟ ଲଗାଯାଇ ସରକାରୀ ଅର୍ଥ ଅପବ୍ୟୟ କରାଯାଇଥିବା ଅଭିଯୋଗ ହୋଇଛି। ସହରରେ ଅନେକ ସ୍ଥାନରେ ଲାଗିଥିବା ବିଦ୍ୟୁତ ଲାଇଟ ଜଳୁନାହିଁ କିମ୍ବା ସଜଡା ଯାଉ ନ ଥିବାରୁ ଉକ୍ତ ଅଞ୍ଚଳ ଅନ୍ଧାରରେ ରହୁଛି ା ଏନେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ହେଁ ବ୍ୟାପକ ଆର୍ଥିକ ହେରଫେର ହୋଇଥିବା ଅଭିଯୋଗ କରି ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରିବାକୁ ଦାବି ହେଉଛି ା କିନ୍ତୁ ତଦନ୍ତ କରାଯାଉନାହିଁ। ସହରାଞ୍ଚଳ ଏହି ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥାରେ ଲଗାଯିବାକୁ ଥିବା ଲାଇଟକୁ ଗ୍ରାମାଞ୍ଚଳରେ ଲଗାଯାଇ ହେରଫେର ହୋଇଥିବା ଅଭିଯୋଗ ହୋଇଛି ା ଷ୍ଟେଶନ ରୋଡ ଗୁମୁରା ଗ୍ରାମରେ ବିଦ୍ୟୁତ ଖୁଂଟ ଓ ଲାଇଟ ଲଗାଯାଇଥିବା ଅଭିଯୋଗ ହୋଇଛି ା ତେବେ ଏହି ଲାଇଟ ଜଳୁ ନ ଥିବାରୁ ସେସବୁ ନଷ୍ଟ ହେବାକୁ ବସିଛି। ସେହିପରି ହୁଡକୋ କଲୋନୀକୁ ଯାଇଥିବା ରାସ୍ତାରେ ଖୁଣ୍ଟ ଲାଗିଥିଲେ ହେଁ ଲାଇଟ ଲାଗିନାହିଁ। ଫଳରେ ଅନ୍ଧାରରେ ଲୋକ ମାନେ ଯିବା ଆସିବା କରୁଛନ୍ତି। ଏସମ୍ପର୍କରେ ଅଭିଯୋଗ କଲେ ବା ସୂଚନା ଅଧିକାର ଆଇନ ବଳରେ ସୂଚନା ମାଗିଲେ ତଥ୍ୟ ମିଳୁ ନ ଥିବାରୁ ଅସନ୍ତୋଷ ବଢୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶୂନ୍ୟବ୍ରହ୍ମଙ୍କୁ ଆରାଧନା କଲେ ୫୦ ହଜାର ଶ୍ରଦ୍ଧାଳୁ

ଖଇରା,୨୮।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀସ୍ଥିତ ଐତିହାସିକ ଶୂନ୍ୟମଣ୍ଡପରେ ପଞ୍ଚୁକ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସମେତ ଆଖପାଖ ଜିଲାରୁ ୫୦ହଜାରରୁ...

ଏଟିଏମ୍‌ କାଟି ଅଖାରେ ପୂରାଇ ନେଇଗଲେ ୨୦ ଲକ୍ଷ

ବାହାନଗା, ୨୭ା୧୧(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବଜାର ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବଡଧରଣର ଲୁଟ୍‌ ହୋଇଛି। ବଜାରଠାରୁ ଶହେ ମିଟର...

ପୁରୀ ଯାଉଥିଲେ ରାସ୍ତାରେ ଜାଣିଲେ ନିଆଁ ଲାଗି ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ସୁନାଗହଣା, ନଗଦ ଟଙ୍କା

ଔପଦା, ୨୭।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଗରୁଡ଼ହତା ଗ୍ରାମର ବସନ୍ତ ରାଉତ ଓ ତାଙ୍କ ସାନ ଭାଇ ଶ୍ରୀକାନ୍ତଙ୍କ ଘରେ...

ଗୁଣାତ୍ମକ ଶିକ୍ଷା ପାଇଁ ମିଳିବ ନିର୍ଭରଯୋଗ୍ୟ ବିଜୁଳି

ବାଲେଶ୍ୱର,୨୨।୧୧ (ମାନସ ବିଶ୍ୱାଳ): ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିଏନଓଡିଏଲ) କେନ୍ଦୁଝର ଇଞ୍ଜିନିୟରିଂ କଲେଜ ଛାତ୍ରୀଛାତ୍ରଙ୍କ ଦୀର୍ଘଦିନ ଧରି ବିଦ୍ୟୁତ୍‌ ସରବରାହ ସମସ୍ୟାର ସମାଧାନ...

ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: ଫାଣ୍ଡି ଆଗରେ ଦମ୍ପତିଙ୍କୁ ପିଟିଲେ

ନୀଳଗିରି, ୨୦।୧୧(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଈଶ୍ୱରପୁର ପଞ୍ଚାୟତ ବାହାବଳପୁର ଗାଁରେ ବାଡଘେରାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏ...

ଚିନ୍ତାରେ ଯାତ୍ରୀ, ଅଞ୍ଚଳବାସୀ

ଖଇରା,୨୦।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଅଞ୍ଚଳର ପ୍ରମୁଖ ସଡ଼କ ପଥ ସୋର-କୁପାରୀ ପୂର୍ତ୍ତ ବିଭାଗ ରାସ୍ତାରେ ବହୁ ସଂଖ୍ୟକ ଚିପ୍ସ ଓ ପଥର ବୋଝେଇ...

୧୫ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ୍‌ ଦଳରେ ନୀଳଗିରିର ଶୁଭଲକ୍ଷ୍ମୀ

ନୀଳଗିରି,୧୬ା୧୧(ପ୍ରଶାନ୍ତ ବିଶ୍ୱାଳ)ନୀଳଗିରି ନିର୍ବାଚନ ମଣ୍ଡଳୀ ସିଆଡ଼ିମାଳ ଗ୍ରାମର ବାବୁଲା ସିଂଙ୍କ ଝିଅ ଶୁଭଲକ୍ଷ୍ମୀ ୧୫ ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି।...

ବାଣ ନିଆଁରେ ଜଳିଗଲା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରୂପସା,୧୩।୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ବାଉଁଶବଣି ଗ୍ରାମରେ ରବିବାର ଦୀପାବଳି ପର୍ବରେ ତ୍ରିଲୋଚନ ଦାସଙ୍କ ଘରେ ଅଗ୍ନିକାଣ୍ଡ ଘଟି ୨ ବଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri