ଖୁଣ୍ଟସମଲାଇ ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ: ପ୍ରଶାସନ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇ ନ ଥିବାରୁ ଗ୍ରାମରେ ଉତ୍ତେଜନା

ପାଟଣାଗଡ଼,୨୩।୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ସଂଗୋରଧ କେନ୍ଦ୍ରରେ ଶନିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୁଣ୍ଟସମଲାଇ ଗ୍ରାମର ଟିକେମଣି ତଅଁଲା(୬୨)।
ପ୍ରକାଶ ଯେ, ଟିକେମଣି ସ୍ତ୍ରୀଙ୍କ ସହ ଗତ ୧୭ ତାରିଖରେ ଗାଁକୁ ଫେରିଥିଲେ। ବାହାରୁ ଆସିଥିବାରୁ ତାଙ୍କୁ ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚ ରଖିଥିଲେ। କିଛି ଦିନପରେ ତାଙ୍କର ଝାଡାବାନ୍ତି ହେବାରୁ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ଫଳରେ ଚିକିତ୍ସା ପାଇଁ ସରପଞ୍ଚ ଡାକ୍ତରୀ ଟିମ୍‌ ଡାକି ତାଙ୍କୁ ଘସିଏନ୍‌ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ବଲାଙ୍ଗୀର ଏବଂ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଏ ନେଇ ଟିକେମଣିଙ୍କ ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ କୌଣସି ଖବର ଦିଆଯାଇ ନ ଥିଲା। ତେବେ ଶନିବାର ସକାଳୁ ସ୍ତ୍ରୀ ଟିକେମଣିଙ୍କ ମୃତଦେହ ନେଇ ଗ୍ରାମରେ ପହଞ୍ଚିବା ପରେ ସମସ୍ତେ ହତବାକ ହୋଇଯାଇଥିଲେ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନ ତରଫରୁ ପରିବାର ଲୋକଙ୍କୁ କାହିଁକି ଖବର ଦିଆଗଲା ନାହିଁ ବୋଲି ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ପରେ ପାଟଣାଗଡ଼ ଏସ୍‌ଡିପିଓ ସୁରେଶ ନାଏକଙ୍କ ସହ ଏସ୍‌ଡିଏମଓ ଡାକ୍ତର ଦିଲୀପ ବିଶ୍ୱାଳ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ପୋଲିସ ଫୋର୍ସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ପାଇବା ପରେ ମୃତଦେହ ସତ୍କାର ହୋଇଗଲା। ସଂଗରୋଧ କେନ୍ଦ୍ରରେ ଏଭଳି ଘଟଣା ଘଟିଥିବା କାରଣରୁ ଲୋକଙ୍କ ମନରେ ଭିନ୍ନ ଆଶଙ୍କା ରହିଥିବା ବେଳେ ସେପଟିସେମିଆ ରୋଗରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଡା. ବିଶ୍ୱାଳ ସୂଚନା ଦେଇଛନ୍ତି। ଏ ବିଷୟରେ କୌଣସି ପ୍ରଶାନିକ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନାଗଡ ଅବକାରୀ ବିଭାଗର ଚଢ଼ାଉ: ୪୧ ଲିଟର ଚୋରାମଦ ଜବତ, ୩ କୋର୍ଟ ଚାଲାଣ

ଜୁନାଗଡ,୧୫।୮(ଡି.ଏନ.ଏ.)  ଜିଲା ଅବକାରୀ ଅଧୀକ୍ଷକ ବିଶ୍ୱନାଥ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଜୁନାଗଡ ଅବକାରୀ ବିଭାଗ ଓ ଜିଲା ଭ୍ରାମ୍ୟମାଣ କର୍ମଚାରୀଙ୍କ ମିଳିତି ଉଦ୍ୟମରେ ବୁଧବାର ଜୁନାଗଡ ବ୍ଲକର...

ବିଶ୍ୱରେ ୧୭,୨୫୦ କରୋନା ମୃତ୍ୟୁ

ନୂଆଦିଲ୍ଲୀ୨୫ା୩: ବିଶ୍ୱବ୍ୟାପୀ କରୋନା ମୃତ୍ୟୁସଂଖ୍ୟା ମଙ୍ଗଳବାର ୧୭, ୨୫୦ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୩୯୬,୨୩୬ ଛୁଇଁଛି। ଚାରିଆଡ଼େ ଲୋକଙ୍କ ମନରେ ଭୟର ବାତାବରଣ। ବିଭିନ୍ନ...

ପ୍ରଶାସନ ନିର୍ଦ୍ଦେଶ ମାନୁନାହାନ୍ତି ରାଜ୍ୟ ବାହାରୁ ଫେରିଥିବା ଲୋକେ, ଜିଲାପାଳଙ୍କୁ ଚିଠି

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ହେଲେ ବିଭିନ୍ନ ଗଁା ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ତଦାରଖ...

ଭୁବନେଶ୍ୱରରେ କୋହଳ ହେଲା କଟକଣା

ଭୁବନେଶ୍ୱର,୨୯ା୪(ବ୍ୟୁରୋ):  ଭୁବନେଶ୍ୱରରେ ବ୍ୟବସାୟିକ କଟକଣାକୁ କୋହଳ କରାଯାଇଛି। ଏନେଇ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବୁଧବାରଠାରୁ ବିଏମ୍‌ସି ଅଞ୍ଚଳରେ ସମସ୍ତ...

ମିଛ ସୂଚନା ପୋଷ୍ଟ କରି ଅଡୁଆରେ ନାରୀନେତ୍ରୀ

ସମ୍ବଲପୁର,୧୫।୫ (ବ୍ୟୁରୋ): ସମ୍ବଲପୁରରେ କରୋନା ପଜିଟିଭି ଚିହ୍ନଟ ହୋଇଥିବା ମିଛ ସୂଚନା ଦେଇ ଏବେ ଜଣେ ମହିଳା ନେତ୍ରୀ ଅଡ଼ୁଆରେ ପଡ଼ିଛନ୍ତି। ସେ ହେଲେ ଭାରତୀ...

ଚାଷୀଙ୍କୁ ଗୋଇଠା ମାରିଲେ ପୂର୍ବତନ ସଭାପତି

କାମାକ୍ଷାନଗର, ୨୫।୨(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଏବଂ ତାଙ୍କ ପୁଅ ତଥା ସମିତିର...

ଆଇଏଫ୍‌ଏଫ୍‌ଏମ୍‌ରେ ପ୍ରଦର୍ଶିତ ହେବ ‘କାଲିର ଅତୀତ’

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ପଦ୍ମଶ୍ରୀ ଓ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌...

ସଂଗ୍ରାମଙ୍କୁ ଯୁବ ପ୍ରେରଣା ସମ୍ମାନ

ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ଯୁବ ପ୍ରତିଭା ତଥା ଶୁଭପଲ୍ଲବ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଯୁବ ପ୍ରେରଣା...

Advertisement


Archives

Model This Week