ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଅଫିସ୍‌ ଗୃହ ନାହିଁ

ପାରାଦୀପ,୨୧ା୨(ସ୍ବ.ପ୍ର.):ଦେଶ, ରାଜ୍ୟ ଏବେ ବିକାଶ ଅଭିମୁଖେ ଗତି କରୁଛି ବୋଲି ସରକାରୀ ଭାବେ ପ୍ରଚାର ପ୍ରସାର ଚାଲିଛି। ମନ୍ଦିର, ଷ୍ଟାଡିୟମ, ରାସ୍ତା, କାନ୍ଥ ବାଡରେ ସୌନ୍ଦର୍ଯ୍ୟକରଣ କରାଯାଉଛି। କିନ୍ତୁ ସାଧାରଣ ଲୋକଙ୍କ ସ୍ବାର୍ଥ, ସୁରକ୍ଷା, ନିରାପତ୍ତା ଜଡ଼ିତ ଥିବା ସରକାରୀ କାର୍ଯ୍ୟାଳୟ ପ୍ରତି ଅଣଦେଖା କରାଯାଉଛି। ସେମିତି ଏକ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଜଗତ୍‌ସିଂହପୁର ଜିଲା ପାରାଦୀପରେ ଦେଖିବାକୁ ମିଳିଛି। ତାହା ହେଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ। ଗୋଟିଏ ଛୋଟ ଏୟାର ବ୍ୟାଗ ମଧ୍ୟରେ ଅଫିସର ସମସ୍ତ ଆସବାବପତ୍ର। ସ୍ବତନ୍ତ୍ର କାର୍ଯ୍ୟାଳୟ ଗୃହ ନାହିଁ। ଅଧିକାରୀ ଜଣକ ବିଜୁ ମେମୋରିଆଲ ହସ୍ପିଟାଲର ଉପର ମହଲାରେ ଥିବା ଇଞ୍ଜେକସନ୍‌ ହଲ ଭିତରେ ବସୁଛନ୍ତି। କାର୍ଯ୍ୟାଳୟ ନ ଥିବାରୁ ବସିବା ପାଇଁ ଚୌକି, ଟେବୁଲ, ନାହିଁ। ଫାଇଲ ନାହିଁ କି ଫାଇଲ ରଖିବା ପାଇଁ ଆଲମାରୀ ନାହିଁ। ଇଞ୍ଜେକସନ୍‌ ହଲ ମଧ୍ୟରେ ଯେଉଁଦିନ ଟିକାକରଣ ଥାଏ ସେଦିନ ଅଫିସର ବାହାର ବାରଣ୍ଡାରେ ସେମାନଙ୍କ ପାଇଁ ଥିବା ଚୌକି ଆଣି ପକାଇ ବସିଥାନ୍ତି। ଏପରି ଏକ ଅଫିସ ପାରାଦୀପରେ ଅଛି ବୋଲି ଊଣା ଅଧିକ ଲୋକଙ୍କ ପାଖରେ ସୂଚନା ନ ଥିବା କହିଲେ ଚଳେ।
ଜଗତ୍‌ସିଂହପୁର ଜିଲାରେ ପୂର୍ବରୁ ମାତ୍ର ଜଣେ ଖାଦ୍ୟ ସୁରକ୍ଷା ନିରୀକ୍ଷା ଅଧିକାରୀ ଥିଲେ। ତାଙ୍କ ଅଫିସ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଚାଲିଛି। ୨୦୨୨ ଜୁଲାଇରେ ଓଡ଼ିଶାର ଅନେକ ସ୍ଥାନରେ ନୂଆ ଅଧିକାରୀ ନିଯୁକ୍ତି ପାଇଛନ୍ତି। ଏବେ ସମଗ୍ର ରାଜ୍ୟରେ ୫୩ ଜଣ ଅଧିକାରୀ ଥିବା ପାରାଦୀପ ଖାଦ୍ୟ ସୁରକ୍ଷା ନିରୀକ୍ଷା ଅଧିକାରୀ ପ୍ରୀତିଶ ଦାସ କହିଛନ୍ତି। ଏହା ଏବେ ଡିପିଏଚଓ (ଡିଷ୍ଟ୍ରିଟ ପବ୍ଲିକ ହେଲଥ୍‌ ଅଫିସର)ଙ୍କ ନିୟନ୍ତ୍ରଣରେ ଅଛି। ପରୋକ୍ଷ ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦେଖୁଛନ୍ତି। ପାରାଦୀପ ପାଇଁ ମୋତେ ପୋଷ୍ଟିଂ କରାଯାଇଛି, କିନ୍ତୁ କୌଣସି ଆନୁଷଙ୍ଗିକ ଆସବାବପତ୍ର ଦିଆଯାଇନାହିଁ ବୋଲି ଦାସ କୁହନ୍ତି। ନିଜର ଲ୍ୟାପଟପ୍‌ ବ୍ୟାଗ ଧରି କାମ କରୁଛି। ଏଥିରେ କିପରି ସହରାଞ୍ଚଳରେ ଥିବା ହୋଟେଲଗୁଡିକରେ ବିକ୍ରି ହେଉଥିବା ଖାଦ୍ୟର ମାନ ଯାଞ୍ଚ କରିବି ବୋଲି ସେ ନିରାଶ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ଚାଳଘରେ ଖାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ସଜନାଗଡ଼,୭।୧(ଡି.ଏନ.ଏ.): ବାଲେଶ୍ୱର ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ଷ୍ଟେଶନରେ ମେମୁ ଟ୍ରେନ ଚଳାଚଳ ଶୁଭାରମ୍ଭ ଓ ନୀଳଗିରି ଗୋପୀନାଥପୁରରେ ଷ୍ଟେଶନ ଶିଳାନ୍ୟାସ କରିବା...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୯୦ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୫।୭(ବ୍ୟୁରୋ)-ରାଜ୍ୟରେ ରବିବାର ପୁଣି ୨୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୯୯ ଜଣ ଥିବାବେଳେ ଗଜପତିରୁ ୫୬,...

କାମ ସରିନି, ରାସ୍ତାରୁ ପିଚୁ ଉଠିଲାଣି

ମୋରଡ଼ା,୩୦।୬(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ପଞ୍ଚାୟତର ପୁରୁଣାପାଣି-ଗଡ଼ିିଗଁା ରାସ୍ତାକାମ ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିର୍ମାଣ କାର୍ଯ୍ୟ ନ ସରୁଣୁ ରାସ୍ତାରୁ...

୭ ମେଡିକାଲରେ ୧୮ ଡାକ୍ତର ପଦବୀ ଖାଲି

ଲଙ୍ଗଳେଶ୍ୱର, ୭।୧୧(ଡି.ଏନ.ଏ.) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ସହ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି। ହେଲେ...

ଓଡ଼ଗାଁ ଏନ୍‌ଏସିକୁ ପୁଣି ଫେରିଲା ଗୁଟ୍‌ଖା, ପଲିଥିନ

ଓଡ଼ଗାଁ,୯ା୩(ସ୍ବ.ପ୍ର.): କିଛିଦିନର ବ୍ୟବଧାନ ପରେ ଓଡଗାଁ ଏନ୍‌ଏସି ସମେତ ନିକଟ ବଜାରକୁ ପୁଣି ଥରେ ଗୁଟ୍‌ଖା ଓ ପଲିଥିନ ଫେରିଥିବା ନେଇ ଚର୍ଚ୍ଚା ହେଉଛି। ପଲିଥିନ...

ଆଧାରକାର୍ଡ ପାଇଁ ଆଖି ବାଧକ

ଭୁବନ, ୬।୫(ଡି.ଏନ.ଏ.) – ଜନ୍ମରୁ ଆଖି ନାହିଁ। ଆଖି ନ ଥିବାରୁ ହୋଇପାରୁନି ଆଧାରକାର୍ଡ। ଆଧାରକାର୍ଡ ନ ଥିବାରୁ ମିଳୁନି କୌଣସି ସରକାରୀ ସହାୟତା। ଏପରି...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ମୋରଡା,୭ା୧୧(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳାତ୍କାର କରିଥିବା ଓ ନାବାଳିକା ଜଣକ ୫ ମାସର...

କେନ୍ଦୁଝର ସଦରଥାନା ଅଞ୍ଚଳରେ ଟ୍ରକ୍‌-ହାଇଓ୍ବା ଦୁର୍ଘଟଣା: ଜଣେ ମୃତ

କେନ୍ଦୁଝର:୬।୭ (ସ୍ବ.ପ୍ର.): କେନ୍ଦୁଝର ସଦରଥାନା ଅନ୍ତର୍ଗତ ବାଲିଆ ଗୋଡ଼ା ଛକ ନିକଟରେ ଶନିବାର ସକାଳ ପ୍ରାୟ ୬ଟାରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଇରନ ବୋଝେଇ...

Advertisement
Archives

Model This Week