ଖାଦ୍ୟରେ ଲୁଣ କମ୍‌ କରିବାକୁ ଚାହୁଁଛନ୍ତି….. ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହାକୁ ନେଇ ଡାକ୍ତର ଅନେକ କିଛି ଖାଇବାକୁ ବାରଣ କରିଥାନ୍ତି । ସେଥି ମଧ୍ୟରୁ ଲୁଣ ଅନ୍ୟତମ। ଖାଦ୍ୟରେ ଅଧିକ ଲୁଣର ବ୍ୟବହାର କ୍ଷତିକାରକ। ଏହା କେବଳ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ନୁହେଁ ବରଂ ଅଧିକ ଲୁଣ ଖାଇବା ଫଳରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହାଦ୍ୱାରା ଦେହରୁ  ଜଳୀୟଅଂଶ ମଧ୍ୟ କମ୍‌ ହୋଇଥାଏ। ଏପରିକି କ୍ୟାନ୍‌ସର, କିଡ୍‌ନୀ ଷ୍ଟୋନ୍‌ ଏବଂ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଯାଇଥାଏ। ଏଣୁ ଲୁଣକୁ ଅନେକ ଲୋକେ କମ୍‌ ଖାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଉଛନ୍ତି। ତେବେ ଜାଣନ୍ତୁ ଲୁଣ ଛାଡିବା ଲାଗି କିଛି ସହଜ ଉପାୟ:

-ଖାଦ୍ୟରେ ହର୍‌ବ ଲୁଣ ବ୍ୟବହାର କରନ୍ତୁ। ଏହା ବଜାରରେ ସହଜରେ ମିଳିଥାଏ। ନଚେତ ଜୁଆଣି ପତ୍ର, ପୋଦିନା, ଧଣିଆ, ତୁଳସୀପତ୍ର ବ୍ୟବହୃତ ଲୁଣ ବ୍ୟବହାର କରିବାକୁ ପଡ଼ିଥାଏ।

-ଗାମାସିଓ ଏକ ସ୍ବତନ୍ତ୍ର ଲୁଣ । ଖାଦ୍ୟରେ ଲୁଣ ଭାଗ କମ୍‌ କରିବାକୁ ଜାପାନ ଲୋକ ଏହାର ବ୍ୟବହାର କରିଥାନ୍ତି। ଏହା ସହ ଖାଦ୍ୟ ପ୍ରସ୍ତୁତିରେ ଅଧିକ ପରିମାଣରେ ଅଦାର ବ୍ୟବହାର କରନ୍ତୁ। ଏହାକୁ ତିଆରି କରିବା ପାଇଁ ରାଶି ମଞ୍ଜିର ୫ ଭାଗରେ ୧ ଭାଗ ଲୁଣ ମିଶିଥାଏ।

-ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରିବା ଉଚିତ । କିଛି ତରକାରିରେ ଅଳ୍ପ ଲୁଣ ମିଶାଇବାର ଥିଲେ ସେଠାରେ ଆପଣ ଜିରା, ପିଆଜ, ଅଦା ପାଉଡର, ପୋଦିନା ପାଉଡର ଆଦି ପକାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରେନ୍‌ବୋ ଫ୍ୟାଶନ

କଲରଫୁଲ୍‌ ଗେଟ୍‌ଅପ୍‌ ଯୁବପିଢିଙ୍କର ସବୁବେଳେ ପସନ୍ଦ। ଏମିତିରେ କିଛିଦିନ ହେବ ସପ୍ତରଙ୍ଗୀ ବା ରେନ୍‌ବୋ କଲର ଆଉଟଫିଟ୍‌ କଲେକ୍ସନ୍‌ ସେମାନଙ୍କ ଲାଗି ଲାଟେଷ୍ଟ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ...

ମ୍ୟାଙ୍ଗୋ ଫେସ୍‌ ପ୍ୟାକ

ଖରାଦିନେ ସହଜରେ ମିଳୁଥିବା ଆମ୍ବରୁ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ। ଏହି ଫେସପ୍ୟାକକୁ ଖରାଦିନେ ବ୍ୟବହାର କଲେ ତ୍ୱଚାର ଚମକ ବଢ଼ିବା ସହିତ ତ୍ୱଚା ଅଧିକ ସୁନ୍ଦର...

ଏହି ୩ ଅଭ୍ୟାସ ଦେଖାଏ ସଫଳତାର ରାସ୍ତା: ଜାଣନ୍ତୁ ଏମିତି କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପଦୋନ୍ନତି, ବୈବାହିକ ଜୀବନ, ବନ୍ଧୁତା, ଶତ୍ରୁତା ଏବଂ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ...

ସକାରାତ୍ମକ ମାନସିକତା ଓ କାର୍ଯ୍ୟଦକ୍ଷତା

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜର ମାନସିକତାକୁ ସକାରାତ୍ମକ ରଖିବା ସହଜ ନୁହେଁ। ତଥାପି କେତେକେ ଏଥିପ୍ରତି ସଚେତନ ଥିବା ବେଳେ ଅଧିକାଂଶ ଟେନ୍‌ସନ ଏବଂ ଅବସାଦରୁ...

ସଂକ୍ରମଣ ଯୋଗୁ ନଖର ରଙ୍ଗ ହୁଏ ଏଭଳି…

କେତେକ କାରଣ ଯୋଗୁ କିଛି ଲୋକଙ୍କ ହାତ ଏବଂ ଗୋଡ଼ ନଖ ସଂକ୍ରମିତ ହୋଇଥାଏ। ଏହା ଯୋଗୁ ନଖ ରଙ୍ଗ ବଦଳି ହଳଦିଆ ବା ଧଳା...

ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ..

ଆଜିକାଲି ମଧୁମେହ, ରକ୍ତଚାପ ଜନିତ ସମସ୍ୟା ସାଧାରଣ କଥା ପାଲଟିଲାଣି। ହେଲେ ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ। ସାରା ଜୀବନ ଏହା ପିଛା ଛାଡ଼ି ନ...

ସ୍ବା ସ୍ଥ୍ୟ ସୂ ଚ ନା

ରୋଗ ବିଷୟରେ ଡାକ୍ତର ଆପଣଙ୍କୁ ଯାହା ପଚାରୁଛନ୍ତି ନିଃସଙ୍କୋଚରେ ସମସ୍ତ ପ୍ରଶ୍ନର ଠିକ୍‌ ଉତ୍ତର ଦିଅନ୍ତୁ। କାରଣ ଯଦି କୌଣସି ବିଷୟକୁ ଆପଣ ପ୍ରକାଶ ନ...

ପାରାଲିସିସ୍‌ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ସକାଳୁ ଖାଲି ପେଟରେ ଦୁଇକୋଲା ରସୁଣ ଚୋବାଇ ଖାଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ହୃଦ୍‌ଘାତରେ ଏହା ମହୌଷଧୀ...

Advertisement


Archives

Model This Week