ଖାଦାନରୁ କଳାପଥର ଲୁଟ ରୋକିବାରେ ପ୍ରଶାସନ ବିଫଳ: ପାର୍ଶ୍ୱ ରାସ୍ତାରେ ଚାଲିଛି ପରିବହନ

ଯାଜପୁର ଅଫିସ,୬।୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନରେ ଥିବା ବିଭିନ୍ନ ଖାଦାନରୁ କଳାପଥର ଲୁଟ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଚଢେଇଧରା-ଢେଙ୍କାନାଳ ଓ ଡଙ୍କାରୀ-୫୩ ନମ୍ବର ଜାତୀୟ ରାଜପଥ ଆଦି ୫ଟି ସ୍ଥାନରେ ଲୁହା ଗେଟ ଲଗାଯାଇଛି। ଏଥିଯୋଗୁ ବେଆଇନ କଳାପଥର ସହ ବିଭିନ୍ନ କ୍ରଶରରୁ ଚିପ୍ସ, ଗେଟି ଆଦି ଚୋରାଚାଲାଣ ରୋକାଯାଇ ପାରିବ ବୋଲି ପ୍ରଶାସନ ଆଶା ରଖିଥିଲା। କିନ୍ତୁ ବେଆଇନ କାରବାର ଚଳାଇଥିବା ପଥର ମାଫିଆମାନେ ଗଳାବାଟ ଦେଇ ଚୋରାଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏହାବାଦ କେତେକ ମେଗା କ୍ରଶର ବେଆଇନ କଳାପଥର ଆଣି କାରବାର କରୁଥିବା ଦେଖିବାକୁ ମିଳିଛି। ଏହାର ହିସାବ କରିବାକୁ ଏକ ସ୍ବତନ୍ତ୍ର ଦଳ ଗଠନ ହୋଇଥିବା ସୂଚନା ମିଳିଛି।
ଗତ ବିଧାନସଭା ଅଧିବେଶନରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ରାଜ୍ୟ ତଥା ଯାଜପୁର ଜିଲାର ଡଙ୍କାରୀରେ ଲଘୁ ଖଣି ପଦାର୍ଥର ବେଆଇନ ଖନନ ଓ ଚୋରା ଚାଲାଣକୁ ରୋକିବାକୁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ବିବରଣୀ ପ୍ରଦାନ କରିଥିଲେ। ବିବରଣୀ କ୍ରମିକ ସଂଖ୍ୟା ୧୧ରେ ସେ ଦର୍ଶାଇଥିଲେ ଯେ, ଲଘୁ ଖଣିଜ ପଦାର୍ଥ ଚୋରି ତଥା ବେଆଇନ ଚାଲାଣ ରୋକିବା ନିମନ୍ତେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିନଯୋଗ କରିବାକୁ ପ୍ରସ୍ତାବ ରହିଛି। ଡଙ୍କାରୀ ପାହାଡର ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ବନ୍ଦ କରାଯାଇଛି। ଏନଜିଟିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିନିଧି, ଯାଜପୁର ଜିଲାପାଳ, ସିଆ ପ୍ରତିନିଧିଙ୍କୁ ନେଇ ଏକ ଯୁଗ୍ମ ତଦନ୍ତ କମିଟି ଗତ ୫ା୧୦ା୨୦୧୮ରେ କ୍ଷେତ୍ର ପରିଦର୍ଶନରେ ଯାଇ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ସେହି ଅନୁସାରେ ଡଙ୍କାରୀ ପାହାଡର କଳାପଥର ଖାଦାନର ପରିବେଶ ମଞ୍ଜୁରୀ ରଦ୍ଦ କରାଯାଇଥିଲା। ଡଙ୍କାରୀ ତଥା ଏହାର ଚାରିପାଖ ଅଞ୍ଚଳରେ ଲଘୁ ଖଣି ପଦାର୍ଥର ଚୋରାଚାଲାଣ ରୋକିବା ପାଇଁ ୪ଟି ପ୍ରବର୍ତ୍ତନ ସ୍କ୍ବାର୍ଡ ଯାଜପୁର ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ତ୍ୱରନ୍ବିତ ହେଉଛି। ସେହିସ୍ଥାନକୁ ଯାଇଥିବା ବିଜୁଳି ସଂଯୋଗକୁ କାଟି ଦିଆଯାଇଛି ଏବଂ ଡଙ୍କାରୀ ନିକଟରେ ଥିବା ୱେ-ବ୍ରିଜକୁ ନଷ୍ଟ କରିଦିଆଯାଇଛି। ଡଙ୍କାରୀ ପାହାଡ଼ରେ ଥିବା ୧୬ଗୋଟି ପଥର ଖଣିକୁ ସଂଯୋଗ କରୁଥିବା ରାସ୍ତାକୁ କଟାଯାଇଛି ବୋଲି ବିଧାନସଭାରେ ମନ୍ତ୍ରୀ ବିବୃତି ରଖିଥିଲେ। ଏହାସହ ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଲୁହାଗେଟ ଲଗାଯାଇଛି। କିନ୍ତୁ ଚୋରାଚାଲାଣକାରୀମାନେ ଲୁହାଗେଟ କଡ ଦେଇ ଅନାୟାସରେ ବେଆଇନ ପଥର ଓ ଚିପ୍ସ ପରିବହନ କରୁଛନ୍ତି। ଡଙ୍କାରୀ ପାହାଡ ପାଦଶେରେ ଏଆରଏସଏସ ସହ ଜେଲ, ତାପ୍ତି, କୋଣାର୍କ, ରକସାଣ୍ଡ, ମାଚଣ୍ଡୀ, ମାକ୍ରଶର ଆଦି ମେଗା କ୍ରଶର ଚାଲିଛି। ତେବେ ଏଥିମଧ୍ୟରୁ କେବଳ ଏଆରଏସଏସ ଟଲରରେ ଦୈନିକ ପ୍ରାୟ ୫ହଜାର ଟନ ଚିପ୍ସ, ମେଟାଲ ଆଦି ପରିବହନ କରୁଛି। ଅର୍ଦ୍ଧାଧିକ ବେଆଇନ ଖାଦାନ ବନ୍ଦ ପଡିଥିବାବେଳେ ଏଥିପାଇଁ କୋଉ ଖାଦାନରୁ ଏତେ ପରିମାଣର କଳାପଥର ଆସୁଛି ତାହା ସାଧାରଣରେ ସନ୍ଦେହ ଜାତ ହୋଇଛି। କଟକଣା ଲାଗିଥିବା ପଥର ଖାଦାନଗୁଡ଼ିକରେ ଲୁଚାଛପା ଉତ୍ତୋଳନ ହୋଇ କ୍ରଶରକୁ ଯାଉଛି ବୋଲି କୁହାଯାଉଛି। ଏଣୁ ରାଜସ୍ବ ଠକିବାକୁ ଏହି କ୍ରଶରରୁ ପରିବହନ ହେଉଥିବା ଚିପ୍ସ, ଗେଟି ଆଦି ସାମଗ୍ରୀ ଲୁହାଗେଟ ଲାଗିଥିବା କଡ ରାସ୍ତାରେ ଚଳାଚଳ କରୁଛି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ପଚାରିବାରୋ ସେ କହିଛନ୍ତି ବେଆଇନ କଳାପଥର ଖାଦାନ ଓ ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି। ଅଞ୍ଜିରା, ଆରୁହା, ବିଛାଖଣ୍ଡି, ଡଙ୍କାରୀ ଆଦି ଖାଦାନରେ ମାପଚୁପ ଚାଲିଛି। ମାପରେ ଅଧିକ ଉତ୍ତୋଳନ ହୋଇଥିବା ଜଣାପଡିଲେ ସମ୍ପୃକ୍ତ ଲିଜଧାରୀଙ୍କ ନାମରେ ଡିମାଣ୍ଡ ନୋଟିସ ହେବ। ଏହାସହ କ୍ରଶରଗୁଡିକରେ ମଧ୍ୟ ଯାଞ୍ଚ ଚାଲିଛି। ଯେଉଁ କ୍ରଶର ନିର୍ଦ୍ଧାରିତ ପରିମାଣରୁ ଅଧିକ ପରିବହନ କରୁଥିବ ସେହି କ୍ରଶର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲୁହାଗେଟ କଡରେ ଯାତାୟତ କରୁଥିବା ସଂସ୍ଥା ନାମରେ ମଧ୍ୟ ମାମଲା ରୁଜୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri