ଖାଇବା ପରେ ଥଣ୍ଡାପାଣି ପିଇଲେ ବଢେ ହୃଦ୍‌ଘାତ ଆଶଙ୍କା

ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଥାଏ। ଏଥିପାଇଁ ପିଇବା ପାଣିର ତାପମାତ୍ରା ୨୦ ରୁ ୨୨ ଡିଗ୍ରୀ ମଧ୍ୟରେ ରହିବା ଉପଯୁକ୍ତ। କେତେକ ବ୍ୟକ୍ତି ଖାଇବା ପରେ ଫ୍ରିଜ୍‌ ପାଣି ପିଇଥାଆନ୍ତି। କିନ୍ତୁ ଏହି ପାଣି ଯଦି ଅତ୍ୟଧିକ ଥଣ୍ଡା ହୋଇଥାଏ, ତେବେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ପାଣି ଅଧିକ ଥଣ୍ଡା ଥିଲେ ଏବଂ ତାହାକୁ ପିଇଲେ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ। ଅପରପକ୍ଷରେ ଏହାର ସିଧାସଳଖ ପ୍ରଭାବ ପାଚନ କ୍ରିୟା ଉପରେ ପଡ଼ିଥାଏ। ଥଣ୍ଡା ପାଣି ପିଇବା ମାତ୍ରକେ ଢୋକିବା ପାଇଁ ସମୟ ଲାଗେ। କାରଣ ଏହି ପାଣିର ତାପମାତ୍ରା କିଛି ପରିମାଣରେ ସାମାନ୍ୟ ହେବା ପରେ ଗଳାରୁ ଖସିଥାଏ। କିନ୍ତୁ ନିରନ୍ତର ଖାଇବା ପରେ ସ୍ବାସ୍ଥ୍ୟ ଥଣ୍ଡାପାଣି ପିଇବା କ୍ଷତିକାରକ ଭାବେ ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡା ପାଣି ପିଇବା ଦ୍ୱାରା ଟନ୍‌ସିଲ ସମସ୍ୟା ଉପୁଜିଥାଏ। ଥଣ୍ଡା ପାଣି ଦ୍ୱାରା ପେଟର ଅନ୍ତଃନଳୀ ସଙ୍କୁଚିତ ହୋଇଯାଏ, ଯଦ୍ୱାରା କଫ ସମସ୍ୟା ଦେଖାଦିଏ। ତେଣୁ କଫ ସମସ୍ୟା ଭୋଗୁଥିବା ଲୋକେ ଥଣ୍ଡା ପାଣିଠୁ ଦୂରରେ ରହିବା ଭଲ। ଖାଇବା ପରେ ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ହୃଦ୍‌ଘାତର ଆଶଙ୍କା ବଢ଼ିଥାଏ ବୋଲି ଆମେରିକୀୟ ବିଶେଷଜ୍ଞମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ଭିତରେ ଅଛି କି ଏହି ୪ ଗୁଣ: ହେବେନାହିଁ କେବେ ପ୍ରେମ ଏବଂ ବୈବାହିକ ସମ୍ପର୍କରେ ବିଫଳ

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ପବିତ୍ର ବୋଲି ବିବେଚନା କରାଯାଏ। ଏହି ଦୁଇଟି ସମ୍ପର୍କରେ ବିଫଳ ନ ହେବା ପାଇଁ ମଣିଷଟିଏ ସବୁବେଳେ...

ତମ୍ବା ପାତ୍ରର ଖାଦ୍ୟ ଶରୀର ପାଇଁ କ୍ଷତିକାରକ

ବର୍ତ୍ତମାନ ଲୋକେ ଯେତେ ସ୍ବାସ୍ଥ୍ୟ ସଚେତନ ହୋଇଛନ୍ତି ପୂର୍ବରୁ ତାହା ଏତେଟା ନ ଥିଲା। ଏହା ସତ ହେଲେ ଏବେ ଅଧିକାଂଶ ଲୋକେ ବିଭିନ୍ନ ରୋଗର...

ଏସବୁ କାରଣ ଯୋଗୁ ପ୍ରେମ ସମ୍ପର୍କରେ ଆସିଥାଏ ତିକ୍ତତା

ପ୍ରେମରେ ମନୋମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ସାଧାରଣ କଥା। ହେଲେ ଅନେକ ସମୟରେ ଏହି ଝଗଡ଼ା ସମ୍ପର୍କ ଭାଙ୍ଗିଦେଇଥାଏ। ସାମାନ୍ୟ କଥାରେ ଅଲଗା ହୋଇଯିବା...

ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ...

ଖାଦ୍ୟପେୟରେ ସାମିଲ କରନ୍ତୁ ଏହି ୭ ଜିନିଷ: ମଧୁମେହରୁ ପାଇବେ ମୁକ୍ତି

ଆଜିକାଲି ସମୟରେ ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ଏହାର କବଳରେ ବିଶ୍ୱର ଅଧିକାଂଶ ଲୋକ କହିଲେ ଭୁଲ୍‌ ମଧ୍ୟ ହେବ ନାହିଁ।...

ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଥିଲେ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି

ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଛନ୍ତି କି? ତେବେ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି। ଜାଣନ୍ତୁ ଏ ସମ୍ପର୍କରେ… ଚା’କୁ ଗ୍ୟାସ୍‌ରୁ...

ଆଙ୍ଗୁଠି ଫୁଟାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ…

କାର୍ଲିଫର୍ନିଆ : କେତେକ ନିଜର ଆଙ୍ଗୁଠି ଫୁଟାଇଥାନ୍ତି। ଏହା ଦ୍ୱାରା ଆଙ୍ଗୁଠି ଜଏଣ୍ଟ ଆରାମ ଲାଗିଥାଏ। ତେବେ ବାରମ୍ବାର ଏପରି କରିବା ଦ୍ୱାରା ଆର୍ଥରାଇଟିସ୍‌ ସମସ୍ୟା...

ଓଡ଼ିଶୀ ମାୟାରେ ମନୀଷା

ଅଦମ୍ୟ ବିଶ୍ୱାସ ଏବଂ ପ୍ରଗାଢ଼ ଚେଷ୍ଟା ବଳରେ ନିଜର ସ୍ବପ୍ନକୁ ସାକାର କରିହୁଏ। ଗୋଟିଏ ପଟେ ଶିକ୍ଷାଦାନ ଅନ୍ୟପଟେ ଓଡ଼ିଶୀ ନୃତ୍ୟରେ ନିଜର ଦକ୍ଷତା ପ୍ରତିପାଦନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *