ଖାଇବାକୁ ମିଳୁନି, ଋଣ ଅସୁଲ ପାଇଁ ବଢୁଛି ଚାପ : ବିଧାୟକଙ୍କୁ ଅଭିଯୋଗ କଲେ ଏସଏଚ୍‌ଜି ମହିଳା

ସଜନାଗଡ଼, ୧୩।୬(ଡି.ଏନ.ଏ.)-ସରକାର ବିଭିନ୍ନ ଫାଇନାନ୍ସ କମ୍ପାନୀଗୁଡ଼ିକ ଋଣ ଅସୁଲ କରିବା ଉପରେ ରୋକ ଲଗାଇଛନ୍ତି। ହେଲେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳନ ନ କରି ଏସ୍‌ଏଚ୍‌ଜି ଉପରେ ଋଣ ଅସୁଲ ପାଇଁ ଚାପ ପକାଉଛି। ଟଙ୍କା ଦେବାକୁ ଅସମର୍ଥ ଥିବା ଜଣାଇଲେ ମଧ୍ୟ କମ୍ପାନୀ ଏହାକୁ ବୁଝିବାକୁ ନାରାଜ। ଲକ୍‌ଡାଉନ୍‌ ପାଇଁ ରୋଜଗାର ବନ୍ଦ ହୋଇପଡ଼ିଛି। ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡ଼ିଲାଣି। ଶୁକ୍ରବାର ଏନେଇ ବାଲେଶ୍ୱର ଜିଲା ନୀଳଗିରି ଗରଡ଼ି ଅଞ୍ଚଳର ମହିଳାମାନେ ଏକାଠି ହୋଇ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କଠାରେ ଅଭିଯୋଗ କରି ଦାବିପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଋଣ ଦେବା ସମୟରେ ଫାଇନାନ୍ସ କମ୍ପାନୀ ଆଦର ସମ୍ମାନରେ ମହିଳାଙ୍କୁ ଋଣ ଦେଇଥିଲେ। ମହିଳାମାନେ ଉକ୍ତ ଟଙ୍କାକୁ ନେଇ ବ୍ୟବସାୟରେ ଲଗାଇଥିଲେ। କରୋନା ପାଇଁ ଲକ୍‌ଡାଉନ କଟକଣା ଯୋଗୁ ବ୍ୟବସାୟ ବନ୍ଦ ହୋଇଯାଇଛି। ଫଳରେ ଆୟ ହୋଇପାରୁନାହଁି। ହେଲେ କମ୍ପାନୀ କର୍ମଚାରୀମାନଙ୍କୁ ଏ ବିଷୟରେ ବୁଝାଇଲେ ବି ବୁଝୁନାହାନ୍ତି। ଟଙ୍କା ଅସୁଲ କରିବା ପାଇଁ ଜିଦ୍‌ ଧରି ବସିଛନ୍ତି। ସେମାନଙ୍କୁ ଲକ୍‌ଡାଉନ୍‌ ଖୋଲିବା ପର୍ଯ୍ୟନ୍ତ ସମୟ ମାଗିଲେ ମଧ୍ୟ ଶୁଣୁନାହାନ୍ତି। ତେଣୁ ଏ ଦିଗରେ ସ୍ଥାନୀୟ ବିଧାୟକଙ୍କ ମାଧ୍ୟମରେ ପ୍ରଶାସନକୁ ହସ୍ତକ୍ଷେପ କରି କମ୍ପାନୀଗୁଡ଼ିକର ଋଣ ଅସୁଲ ବନ୍ଦ କରିବା ଏବଂ ସୁଧ ଛାଡ଼ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳାମାନେ ଦାବି କରିଛନ୍ତି। ବିଧାୟକ କେତେଜଣ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ସହ ଫୋନ୍‌ ଯୋଗେ କଥା ହେବା ପରେ ଆସନ୍ତା ମଙ୍ଗଳବାର ଏନେଇ ଫାଇନାନ୍ସ କମ୍ପାନୀ ଓ ଏସ୍‌ଏଚ୍‌ଜିଙ୍କ ମଧ୍ୟରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦାବିପତ୍ର ଦେବା ସମୟରେ ଏସ୍‌ଏଚ୍‌ଜିର ଭଗବତୀ ମହାନ୍ତି, ସବିତା ସେଠୀ, ଧରିତ୍ରୀ ଦାସ ମହାପାତ୍ର, ଭାରତୀୟ ବାରିକ ଓ ପ୍ରଭାତି ମହାପାତ୍ର ପ୍ରମୁଖ ମହିଳା ଉପସ୍ଥିତ ଥିଲେ।

୧-ବାଲେଶ୍ୱର-ଶୁକ୍ରବାର-
ଏସ୍‌ଏଚ୍‌ଜି ମହିଳାଙ୍କ ସହ ବିଧାୟକ ଆଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri