ଖଲ୍ଲିକୋଟ କଲେଜ ଏମ୍‌ସିଏ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଚିଙ୍କାରା ଗିରଫ, ଆନ୍ଧ୍ର ପୋଲିସକୁ ହସ୍ତାନ୍ତର

ଛତ୍ରପୁର,୧୫।୭(ଡି.ଏନ୍‌.ଏ)- ଗଞ୍ଜାମ ଜିଲା ଖଲ୍ଲିକୋଟ କଲେଜର ଏମ୍‌ସିଏ ଛାତ୍ରୀ ତଥା ଛତ୍ରପୁରର ବିବେକାନନ୍ଦ ପଣ୍ଡାଙ୍କ ଝିଅ ତୃପ୍ତିମୟୀଙ୍କୁ ୨୦୧୬ ଅଗଷ୍ଟ ୨୫ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଛତ୍ରପୁର ଷ୍ଟେଶନ ରୋଡ୍‌ର ଚିଙ୍କାରା ବେହେରାଙ୍କୁ ରବିବାର ରାତି ୧୦ ଟା ୨୦ ମିନିଟ୍‌ରେ ଛତ୍ରପୁର ପୋଲିସ ଧରିବାରେ ସକ୍ଷମ ହୋଇଛି। ଏହା ପରେ ବିଳମ୍ବିତ ରାତିରେ ଏସମ୍ପର୍କରେ ଖବର ପାଇ ଆନ୍ଧ୍ର ପ୍ରଦେଶର ବାରୁଆ ଥାନା ପୋଲିସ ଛତ୍ରପୁର ଥାନାରେ ପହଞ୍ଚିଥିଲେ। ଛତ୍ରପୁର ପୋଲିସ କବ୍‌ଜାରେ ଥିବା ଚିଙ୍କାରାଙ୍କୁ ଆନ୍ଧ୍ର ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

ଛତ୍ରପୁର ବାଇପାସ ଜାତୀୟ ରାଜପଥ ନିକଟରେ ଚିଙ୍କାରା ବୁଲୁଥିବା ନେଇ ରାତିରେ ଛତ୍ରପୁର ପୋଲିସକୁ ଖବର ମିଳିଥିଲା। ପରେ ସେଠାରେ ଛତ୍ରପୁର ପୋଲିସର ଟିମ୍‌ ପହଞ୍ଚି ଚିଙ୍କାରାଙ୍କୁ ଧରି ଥାନାକୁ ଆଣିଥିଲେ ବୋଲି ସୋମବାର ଛତ୍ରପୁର ଥାନା ଆଇଆଇସି ପ୍ରିୟସ ରଂଜନ ଛୋଟରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏହି ହତ୍ୟା ମାମଲା ବାରୁଆ ଥାନାରେ ରୁଜୁ ହୋଇଥିବାରୁ ଉକ୍ତ ପୋଲିସକୁ ଚିଙ୍କାରାକୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ହତ୍ୟା ମାମଲାରେ ଆହୁରି ୨ ଜଣ ସମ୍ପୃକ୍ତ ଥିବା ଜଣାପଡିଛି।

ସୂଚନାଯୋଗ୍ୟ, ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ କଲେଜରେ ଏମ୍‌ସିଏରେ ପଢୁଥିବା ତୃପ୍ତିମୟୀ ଏକ ଘରୋଇ ହଷ୍ଟେଲରେ ରହୁଥିଲୋ ୨୦୧୬ଅଗଷ୍ଟ ୨୫ ତାରିଖରେ ତୃପ୍ତି ମାର୍କେଟିଂ କରି ଫେରୁଥିବା ବେଳେ ଖଲ୍ଲିକୋଟ କଲେଜ ନିକଟରୁ ଏକ ବୋଲେରୋରେ କେତେକ ଯୁବକ ତାଙ୍କୁ ଅପହରଣ କରି ନେଇଯାଇଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଥିଲା।  ଅଗଷ୍ଟ ୨୬ରେ ତାଙ୍କ ମୃତଦେହକୁ ଆନ୍ଧ୍ରପ୍ରଦେଶର ବାରୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରମ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ତାଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଏନେଇ ବାରୁଆ ଥାନା ପୋଲିସ ଏକ ମାମଲା (ନଂ-୪୩/୧୬) ରୁଜୁ କରିଥିଲେ। ପରେ ଚିଙ୍କାରାଙ୍କ ନାଁରେ ପୋଲିସ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri