ଖରାଦିନେ କରୋନା ସଂକ୍ରମଣ କମିବା ଆଶଙ୍କା କମ୍‌: ଭାରତ-ବ୍ରାଜିଲ୍‌ରେ ୨ ଗୁଣା ବେଗରେ ପାଉଛି ବୃଦ୍ଧି; ଶୀତପ୍ରଧାନ ଦେଶରେ ରଚିଥିଲା ୯୦ ଦିନର ମୃତ୍ୟୁ ତାଣ୍ଡବ !

ଓ୍ବାଶିଂଟନ,୧୪।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀର ଆତଙ୍କ ଦେଖାଦେଇଛି। ଗତ ୯୦ ଦିନ ଧରି କରୋନା ପୃଥିବୀର ଶୀତପ୍ରଧାନ ଦେଶଗୁଡ଼ିକରେ ମୃତ୍ୟୁର ତାଣ୍ଡବ ରଚିଥିଲା। ଏବେ ଗତ ୧୨ ଦିନ ଧରି ଗ୍ରୀଷ୍ମପ୍ରଧାନ ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ଗ୍ରୀଷ୍ମପ୍ରଧାନ ଦେଶ ଭାରତରେ ଗତ ୪ ଦିନ ମଧ୍ୟରେ କରୋନା ସଂକ୍ରମଣ ୨ ଗୁଣା ବଢ଼ିଛି ବୋଲି ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ବ୍ରାଜିଲ୍‌ରେ ୬ ଦିନ ମଧ୍ୟରେ ଏହାର ବେଗ ୨ ଗୁଣାହୋଇଛି। ସମ୍ପ୍ରତି ଭାରତର ତାପମାତ୍ରା ହାରାହାରି ୩୨ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ରହିଛି। ଏପ୍ରିଲ୍‌ ମାସର ପ୍ରଥମ ୧୨ ଦିନରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୭୮୦୦ ବଢ଼ିଛି। ୟୁଏଇରେ ତାପମାତ୍ରା ପ୍ରାୟ ୩୨ ଡିଗ୍ରୀ ଥିବାବେଳେ ଏଠାରେ ଗତ ୧୨ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୫୦୦ ଛୁଇଁଛି। ବ୍ରାଜିଲ୍‌ର ତାପମାତ୍ରା ଏହି ସମୟ ମଧ୍ୟରେ ହାରାହାରି ୨୬ ଡିଗ୍ରୀ ଥିବାବେଳେ ଏଠାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାରରେ ପହଞ୍ଚିଛି। ଇକ୍ୱାଡୋରରେ ୫.୫ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୨ଗୁଣା ହେଉଥିବାବେଳେ ଚିଲିରେ ୬, ପେରୁରେ ୩.୫, କଲମ୍ବିଆରେ ୭ ଏବଂ ଆର୍ଜେଣ୍ଟିନାରେ ୧୨.୫ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣା ହେବାରେ ଲାଗିଛି। ଚାଇନାର ଗବେଷକ ମତପୋଷଣ କରିଥିଲେ ଯେ, ଖରାଦିନେ କରୋନା ସଂକ୍ରମଣ କମିଯିବ। ତେବେ ଏବେ ଏହି ଥିଓରୀ ଭାରତ ସମେତ ଅନ୍ୟ ଗ୍ରୀଷ୍ମପ୍ରଧାନ ଦେଶରେ ଫେଲ୍‌ ହୋଇଥିବା କୁହାଯାଉଛି। କିନ୍ତୁ କରୋନା ସଂକ୍ରମଣ ତାପମାତ୍ରା ବୃଦ୍ଧି ପାଇଲେ କମିବନି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭…

‘ହର୍ମୁଜକୁ କଣ୍ଟ୍ରୋଲ କରୁଛି ଇରାନୀ ସେନା, କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ,’ ଟ୍ରମ୍ପଙ୍କୁ କଡ଼ା ଭାଷାରେ କହିଲେ ଆରାଘଚି

ତେହରାନ,୨୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ସତ୍ତ୍ୱେ, ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଏପର୍ଯ୍ୟନ୍ତ କମି ନାହିଁ। ଏହି ସମୟରେ, ତେହରାନ ସ୍ପଷ୍ଟ କରିଛି ଯେ…

୧୩ ଜୁଆଙ୍ଗଙ୍କ ମୃତ୍ୟୁ, କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

୩ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ୬୫ ବର୍ଷୀୟ ବୃଦ୍ଧ, ପରେ ପଥରରେ ଛେଚି ମାରିଦେଲେ

ମୁମ୍ବାଇ,୨୯।୬: ପୁଣେରେ ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ପୁଣେର ଏକ ସ୍ୱତନ୍ତ୍ର ଅଦାଲତ ୬୫…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

RBIର ନୂଆ ପ୍ଲାନ! ଅନଲାଇନରେ ଟଙ୍କା ପଠାଇବା ନିୟମରେ ହେବ ପରିବର୍ତ୍ତନ, ଲାଗିବ….

ନୂଆଦିଲ୍ଲୀ,୨୯।୬: ଡିଜିଟାଲ୍ ପେମେଣ୍ଟର ବର୍ଦ୍ଧିତ ଧାରା ମଧ୍ୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। RBI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri