ଖବର କାଗଜ ଅବା ଚିଠିରେ ବ୍ୟାପେନା କରୋନା

ଓ୍ବାଶିଂଟନ,୨୬।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନାର ସଂକ୍ରମଣ ନେଇ ନାନା ଗୁଜବ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଏରୋସଲ ବୈଜ୍ଞାନିକ ଲିନ୍ସେ୍‌ ମାରେ କହିଛନ୍ତି ଯେ, କରୋନା ଖବର କାଗଜ ଅବା ଚିଠି ଦ୍ୱାରା ବ୍ୟାପେନା। ଯଦି ଏନେଇ ମନରେ କିଛି ସନ୍ଦେହ ସୃଷ୍ଟି ହୁଏ ତେବେ ଚିଠି ଅବା ଖବର କାଗଜକୁ ବାହାରେ ୪-୫ ଘଣ୍ଟା ପାଇଁ ରଖିଦେଲେ ଭଲ। ମାତ୍ର ଚିଠି କିମ୍ବା ଖବର କାଗଜ ଦ୍ୱାରା କରୋନା ସଂକ୍ରମଣ ଘଟିଥିବାରୁ କୌଣସି ରିପୋର୍ଟ ବର୍ତ୍ତମାନ ସୁଦ୍ଧା ମିଳି ନ ଥିବା ସେ କହିଛନ୍ତି। ସେହିପରି କେଶ, ଦାଢ଼ି ନିଶ ଏବଂ ପୋଷାକ ଦ୍ୱାରା ଏହା ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ କମ୍‌ ରହିଛି। ସାମାଜିକ ଦୂରତା ବଜାୟ ରଖିଲେ କରୋନା ସଂକ୍ରମଣରୁ ସହଜରେ ଦୂରେଇ ରହିହେବ ବୋଲି ସେ କହିଛନ୍ତି। ସେହିପରି ସଂକ୍ରମିତଙ୍କ ପୋଷାକ ଧୋଇବାରେ ଗରମ ପାଣିର ବ୍ୟବହାର କଲେ ଭୂତାଣୁ ନଷ୍ଟ ହୋଇଯାଇଥାନ୍ତି। ତେଣୁ ସଂକ୍ରମିତଙ୍କ ଧୁଆ ପୋଷାକକୁ ଅନ୍ୟମାନଙ୍କ ଲୁଗାପଟା ସହିତ ମିଶାଇ ରଖିଲେ କୌଣସି ବିପଦର ଆଶଙ୍କା ନ ଥାଏ। ସେହିପରି ଜୋତା ସୋଲ୍‌ ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା କମ୍‌ ରହିଛି। ଚାଇନାରେ କେତେକ ସ୍ବାସ୍ଥ୍ୟକର୍ମୀଙ୍କ ଜୋତା ସୋଲ୍‌ରେ କରୋନା ଭୂତାଣୁ ରହିଥିବା ଜଣାପଡ଼ିଥିଲା। ସେମାନେ ସଂକ୍ରମିତଙ୍କ ସହିତ ରହୁଥିବାରୁ ଏଭଳି ହୋଇଥିବା ଆଶଙ୍କା କରାଯାଇଥିଲା। ମାତ୍ର ସାଧାରଣ ଭାବେ ଜୋତା ସୋଲ୍‌ରୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅତି କମ୍‌ ବୋଲି ମାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଆକାଉଣ୍ଟ ହ୍ୟାକ୍‌

ଓ୍ବାଶିଂଟନ୍‌, ୨୬ା୮(ଏଏଫ୍‌ପି):ମହାକାଶରେ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍‌ ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ୍ୟ। ଏହି ଘଟଣାର ତଦନ୍ତ କରିବାକୁ ଯାଉଛି ଆମେରିକାର ମହାକାଶ ଗବେଷଣା...

୨୨୫ ଟଙ୍କାରେ ମାତ୍ର ୧୫ ମିନିଟରେ ହୋଇପାରିବ କରୋନା ଚିହ୍ନଟ !

ଢାକା,୩୦।୩: ସାରା ପୃଥିବୀରେ କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରତି ଦେଶର ବୈଜ୍ଞାନିକ କରୋନାକୁ ରୋକିବା ଲାଗି ଔଷଧ ତଥା ଯାଞ୍ଚ୍‌...

ୟୁକ୍ରେନ ବିମାନ ଦୁର୍ଘଟଣା: ଇରାନରେ ୩୦ ଗିରଫ

ତେହେରାନ,୧୫ା୧(ପି.ଟି.): ୟୁକ୍ରେନ ବିମାନ ଦୁର୍ଘଟଣାକୁ ନେଇ ଇରାନରେ ସରକାର ବିରୋଧୀ ବିକ୍ଷୋଭ ତେଜିବା ପରେ ମଙ୍ଗଳବାର ୩୦ ଜଣଙ୍କୁ ଗିରଫ କରାଯାଇଛି। ଗତ ୮ ତାରିଖରେ...

କରୋନା ସତର୍କତା:ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ବୃଦ୍ଧି

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ସମୟ ବୃଦ୍ଧି କରିଛନ୍ତି। ଏ ନେଇ...

ଓଡ଼ଗାଁ ଏନ୍‌ଏସି, ପୋଲିସର ମିଳିତ ଚଢ଼ାଉ: ମାସ୍କ ନ ପିନ୍ଧି ଗଣିଲେ ଜରିମାନା

ଓଡ଼ଗାଁ,୧୯ା୪(ସ୍ବ.ପ୍ର.): ସମଗ୍ର ରାଜ୍ୟରେ କରୋନା ପାଇଁ କଟକଣା ଲାଗି ରହିଥିବା ବେଳେ ପ୍ରତିକାର ନିମନ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ଏପରିସ୍ଥଳେ ନୟାଗଡ଼ ଜିଲା ଓଡ଼ଗାଁ...

ବୃହସ୍ପତିଙ୍କ ମକରରୁ କୁମ୍ଭ ଚଳନ: ଜାଣନ୍ତୁ ଏହାର ଫଳାଫଳ…

ଦେବଗୁରୁ ବୃହସ୍ପତି ସୋମବାର ରାତି ୧ଟା ୫୦ରେ ମକର ରାଶିରୁ କୁମ୍ଭକୁ ଚଳନ କରିବେ। ଗୁରୁ ଆସନ୍ତା ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିବେ।...

ରୋମରେ ଥିବା ୨୬୩ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଚାଇନାର ମୃତ୍ୟୁହାରକୁ ଟପି ଗଲାଣି ଇଟାଲିର କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର। ଏବେ...

ନିଜ ଇଚ୍ଛାରେ କରୋନା ସଂକ୍ରମିତ ହେବାକୁ ଚାହୁଁଛନ୍ତି ୩୦ ହଜାରରୁ ଅଧିକ ଲୋକ !

ନୂଆଦିଲ୍ଲୀ,୫।୭: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାର କୌଣସି ଔଷଧ ବା ଟିକା ବାହାରି ପାରି...

Advertisement


Archives

Model This Week

Why Dharitri