ଖନ୍ତାପଡ଼ା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ:ଭଙ୍ଗା ଚାବି, ଶାବଳ ଜବତ

ବାହାନଗା, ୫।୬(ଡି.ଏନ.ଏ.)-ବାହାନଗା ବ୍ଲକ ଖନ୍ତାପଡା ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ସୋମବାର ବିଳମ୍ବିତ ରାତିରେ କେତେଜଣ ଯୁବକ ଚୋରି ଉଦ୍ୟମ କରୁଥିବା ବଳେ ପୋଲିସ ଭ୍ୟାନ ଦେଖି ଦୌଡି ପଳାଇଥିଲେ। ତେବେ ପୋଲିସ ବ୍ୟାଙ୍କ ନିକଟକୁ ଆସି ଦୁଇଟି ଚାବି ଭଙ୍ଗାଯାଇଥିବା ବେଳେ ଏକ ଶାବଳ ପଡିଥିବା ଦେଖି ଜବତ କରିଥଲା। ଏହାପରେ ପୋଲିସ ତରଫରୁ ବ୍ୟାଙ୍କର ଶାଖା ପରିଚାଳକ ଯୋଗେଶ୍ୱର ପ୍ରଧାନଙ୍କୁ ଖବର ଦିଆଯାଇଥିଲା। ମଙ୍ଗଳବାର ସକାଳେ ବ୍ୟାଙ୍କ ପରିଚାଳକ ପ୍ରଧାନ ପହଞ୍ଚି ଥାନାରେ ଅଭିଯୋଗ କରିଥିଲେ ା ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା (ନଂ.୧୨୨/୧୯) ରୁଜୁ କରାଯାଇଛି। ପୋଲିସ ଏପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କ ଟେର ପାଇପାରିନାହିଁ। ସେହି ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ବାରମ୍ବାର ଚୋରି ଉଦ୍ୟମ କରାଯାଉଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହାରେ ସେହି ବ୍ୟାଙ୍କର ପଛପଟ ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଚୋରି ଉଦ୍ୟମ କରି ବିଫଳ ହୋଇଥିଲେ। ସେତେବେଳେ ମଧ୍ୟ ପୋଲିସ ଏକ ମାମଲା ରୁଜୁ କରି ଚୁପ୍‌ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?