ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି?

ଛୋଟବେଳେ ଆପଣ ସାଇକେଲ ଶିଖିଲା ବେଳେ ହେଉ ବା ଖେଳିଲା ବେଳେ ପଡ଼ିଯାଇ ଖଣ୍ଡିଆଖାବରା ହୋଇଥିବେ ନିଶ୍ଚୟ। କିମ୍ବା ଗାଡ଼ି ଦୁର୍ଘଟଣାରେ ଖଣ୍ଡିଆ ହୋଇଥିଲେ ଘା’ ଶୁଖିଯାଇଥାଏ ହେଲେ ଦାଗ ଲିଭି ନ ଥାଏ। ତେବେ ଖଣ୍ଡିଆ ହୋଇ ଶରୀରରେ ଏହି ଦାଗ ରହିଲେ ଏହା ସୁନ୍ଦର ଦେଖାଯାଇନଥାଏ। ଫଳରେ ଆମେ ବିଭିନ୍ନ ଉପାୟ ମାଧ୍ୟମରେ ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ। କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ କରାଇଥାନ୍ତି। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ ସବୁ ଲୋକ ଏଭଳି ଚିକିତ୍ସା କରିବାକୁ ସକ୍ଷମ ମଧ୍ୟ ହୋଇ ନଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ଖଣ୍ଡିଆ ଦାଗକୁ କିପରି ଘରୋଇ ଉପଚାରରେ ଭଲ କରିପାରିବା।
ଚନ୍ଦନ:ଯଦି ଆପଣଙ୍କ ଗୋଡ଼ ହାତ ବା ଅନ୍ୟ କୌଣସି ସ୍ଥାନରେ ଖଣ୍ଡିଆର ଦାଗ ରହିଛି ତା’ହାଲେ ଆପଣ ଚନ୍ଦନ ବ୍ୟବହାର କରି ସେହି ଦାଗକୁ ଲିଭାଇ ପାରିବେ। ଏଥିପାଇଁ ଆପଣ ଗୋଟେ ଚାମଚ ଚନ୍ଦନ ପାଉଡର୍‌ ନେଇ ସେଥିରେ ଗୋଲାପ ଜଳ ଏବଂ କ୍ଷୀର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାପରେ ଦାଗ ନ ଲିଭିବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହି ପେଷ୍ଟକୁ ଖଣ୍ଡିଆ ହୋଇ ରହିଯାଇଥିବା ଦାଗ ଉପରେ ଲଗାନ୍ତୁ। କିଛି ଦିନ ଭିତରେ ଦେଖିବେ ଆପଣଙ୍କ ଦାଗ ଲିଭିଯିବ।
ଲେମ୍ବୁ: ଲେମ୍ବୁକୁ ବହୁ ଜିନିଷରେ ଆମେ ପ୍ରୟୋଗ କରିପାରିବା। ଏହାଦ୍ୱାରା ଆପଣ ନିଜ ଦାଗ ମଧ୍ୟ ଲିଭାଇପାରିବେ। ଲେମ୍ବୁରେ ଥିବା ଭିଟାମିନ ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ। ଏକ ଲେମ୍ବୁ ନେଇ ଦାଗ ଉପରେ ଘଷନ୍ତୁ। ପ୍ରତ୍ୟେକ ଦିନ କିଛି ସମୟ ପାଇଁ ଏପରି କଲେ ଧୀରେ ଧୀରେ ଦାଗ ଲିଭିଯିବ।
ମହୁ:ମହୁ ଆମ ଶରୀର ପାଇଁ ବହୁ ଉପକାରୀ ବୋଲି ସମସ୍ତେ ଜାଣନ୍ତି। ଏଥିସହ ଆମ ତ୍ୱଚାକୁ ମଧ୍ୟ ଏହା ବହୁତ ଫାଇଦା ଦେଇଥାଏ। ଏହା ତ୍ୱଚାରେ ଅନାବଶ୍ୟକ ବା ଡେଡ ଟିସୁକୁ ବାହାର କରିବାରେ ସାହାଯ୍ୟ କରିଥାଏ। ତେବେ ଆପଣ ମହୁକୁ ଦାଗ ଲିଭାଇବାରେ ମଧ୍ୟ ବ୍ୟବହାର କରିପାରିବେ। ପ୍ରତ୍ୟେକ ଦିନ ଆପଣ କିଛି ବୁନ୍ଦା ମହୁ ନେଇ ଦାଗ ଥିବା ସ୍ଥାନରେ ଲଗାନ୍ତୁ। କିଛି ଦିନ ପରେ ଦେଖିବେ ଦାଗ ଧୀରେ ଧୀରେ ଲିଭିବା ଆରମ୍ଭ କରିଦେବ।
କାକୁଡ଼ି: କାକୁଡ଼ି ମଧ୍ୟ ତ୍ୱଚା ଏବଂ ଶରୀର ପାଇଁ ବହୁ ଲାଭଦାୟକ। ଏହା ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ। ଖଣ୍ଡିଆ ପରେ ରହିଯାଇଥିବା ଦାଗକୁ ଭଲ କରିବା ପାଇଁ ଆପଣ କାକୁଡ଼ି ପେଷ୍ଟ ଲଗାଇ ପାରିବେ କିମ୍ବା କାକୁଡ଼ିକୁ ଉକ୍ତ ସ୍ଥାନରେ ଘସି ପାରିବେ। ଏହାଦ୍ୱାରା ଆପଣଙ୍କ ଦାଗ ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ହିତରେ ବୈଶ୍ୱିକ ବିଜ୍ଞାନ

ଜାତୀୟ ବିଜ୍ଞାନ ଦିବସ ଅବସରରେ ଚଳିତ ବର୍ଷ ବାର୍ତ୍ତା ରହିଛି ‘ବିଶ୍ୱ ହିତରେ ବୈଶ୍ୱିକ ବିଜ୍ଞାନ (ଗ୍ଲୋବାଲ ସାଇନ୍ସ ଫର୍‌ ଗ୍ଲୋବାଲ୍‌ ଓ୍ବେଲ୍‌ବିଙ୍ଗ୍‌)। ବିଶ୍ୱର ହିତ...

ଖାଇସାରିବା ପରେ ଶୀଘ୍ର ପାଣି ପିଇବା ବିଷ ପିଇବା ସଙ୍ଗେ ସମାନ

ସାଧାରଣ ଜୀବନଚର୍ଯ୍ୟା ମଧ୍ୟରେ ଆବଶ୍ୟକ ମୁତାବକ ପାଣି ପିଇବା ଜରୁରୀ। ଏ ନେଇ ଅଧିକ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ମାତ୍ର ଅନେକେ ଖାଇବା...

କେବଳ କନ୍ୟାର ସୌନ୍ଦର୍ଯ୍ୟ ଦେଖନ୍ତୁ ନାହିଁ, ଏଭଳି ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି।...

ଆପଣଙ୍କ ହାତରେ ଅଛି କି ଏମିତି ରେଖା, ଭାଙ୍ଗିଦେବ ବୈବାହିକ ଜୀବନ

ଜୀବନ ସହିତ ଜଡ଼ିିତ ସମସ୍ତ କଥାକୁ ହାତର ରେଖା ଦ୍ୱାରା ପୂର୍ବାନୁମାନ କରାଯାଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ଲେଖାଅଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ହାତର ରେଖା ମଧ୍ୟ ବୈବାହିକ...

ମୁଣ୍ଡବିନ୍ଧାର କାରଣ, ନିରାକରଣ

ଆଜିକାଲି ମୁଣ୍ଡବିନ୍ଧା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ଅଧିକାଂଶ ଲୋକଙ୍କର ସପ୍ତାହକୁ ୨-୩ ଥର ମୁଣ୍ଡବିନ୍ଧା ହୋଇଥାଏ। ଏହାର ଅନେକ କାରଣ ମଧ୍ୟ ରହିଛି। ମାନସିକ...

ପଏଣ୍ଟନେମୋ

ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ଶ୍ରେଷ୍ଠ ଜୀବ ମଣିଷ ନିଜ ଆବଶ୍ୟକତା ଅନୁସାରେ ଗବେଷଣା ଓ ନବଭାବର ପ୍ରବର୍ତ୍ତନ କରିଥାଏ। ଜିଜ୍ଞାସୁ ମଣିଷ କେତେବେଳେ ପୃଥିବୀକୁ...

ଅଷ୍ଟିଓପୋରୋସିସ୍‌ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ସାଲାଡ୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ସାଲାଡ୍‌ରେ ବିଭିନ୍ନ ଭିଟାମିନ୍‌, ଫୋଲିକ୍‌ ଏସିଡ୍‌, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ ଓ ପୋଟାସିୟମ ଭଳି ପୁଷ୍ଟିକର...

ଶିଙ୍ଗ କାରିଗରି

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ। ବିଭିନ୍ନ ସ୍ଥାନର ସ୍ବତନ୍ତ୍ରତା ବେଶ୍‌ ବାରିହୋଇପଡ଼େ। ଏଥିପାଇଁ ସେହି...

Advertisement
Archives

Model This Week