ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି?

ଛୋଟବେଳେ ଆପଣ ସାଇକେଲ ଶିଖିଲା ବେଳେ ହେଉ ବା ଖେଳିଲା ବେଳେ ପଡ଼ିଯାଇ ଖଣ୍ଡିଆଖାବରା ହୋଇଥିବେ ନିଶ୍ଚୟ। କିମ୍ବା ଗାଡ଼ି ଦୁର୍ଘଟଣାରେ ଖଣ୍ଡିଆ ହୋଇଥିଲେ ଘା’ ଶୁଖିଯାଇଥାଏ ହେଲେ ଦାଗ ଲିଭି ନ ଥାଏ। ତେବେ ଖଣ୍ଡିଆ ହୋଇ ଶରୀରରେ ଏହି ଦାଗ ରହିଲେ ଏହା ସୁନ୍ଦର ଦେଖାଯାଇନଥାଏ। ଫଳରେ ଆମେ ବିଭିନ୍ନ ଉପାୟ ମାଧ୍ୟମରେ ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ। କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ କରାଇଥାନ୍ତି। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ ସବୁ ଲୋକ ଏଭଳି ଚିକିତ୍ସା କରିବାକୁ ସକ୍ଷମ ମଧ୍ୟ ହୋଇ ନଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ଖଣ୍ଡିଆ ଦାଗକୁ କିପରି ଘରୋଇ ଉପଚାରରେ ଭଲ କରିପାରିବା।
ଚନ୍ଦନ:ଯଦି ଆପଣଙ୍କ ଗୋଡ଼ ହାତ ବା ଅନ୍ୟ କୌଣସି ସ୍ଥାନରେ ଖଣ୍ଡିଆର ଦାଗ ରହିଛି ତା’ହାଲେ ଆପଣ ଚନ୍ଦନ ବ୍ୟବହାର କରି ସେହି ଦାଗକୁ ଲିଭାଇ ପାରିବେ। ଏଥିପାଇଁ ଆପଣ ଗୋଟେ ଚାମଚ ଚନ୍ଦନ ପାଉଡର୍‌ ନେଇ ସେଥିରେ ଗୋଲାପ ଜଳ ଏବଂ କ୍ଷୀର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାପରେ ଦାଗ ନ ଲିଭିବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହି ପେଷ୍ଟକୁ ଖଣ୍ଡିଆ ହୋଇ ରହିଯାଇଥିବା ଦାଗ ଉପରେ ଲଗାନ୍ତୁ। କିଛି ଦିନ ଭିତରେ ଦେଖିବେ ଆପଣଙ୍କ ଦାଗ ଲିଭିଯିବ।
ଲେମ୍ବୁ: ଲେମ୍ବୁକୁ ବହୁ ଜିନିଷରେ ଆମେ ପ୍ରୟୋଗ କରିପାରିବା। ଏହାଦ୍ୱାରା ଆପଣ ନିଜ ଦାଗ ମଧ୍ୟ ଲିଭାଇପାରିବେ। ଲେମ୍ବୁରେ ଥିବା ଭିଟାମିନ ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ। ଏକ ଲେମ୍ବୁ ନେଇ ଦାଗ ଉପରେ ଘଷନ୍ତୁ। ପ୍ରତ୍ୟେକ ଦିନ କିଛି ସମୟ ପାଇଁ ଏପରି କଲେ ଧୀରେ ଧୀରେ ଦାଗ ଲିଭିଯିବ।
ମହୁ:ମହୁ ଆମ ଶରୀର ପାଇଁ ବହୁ ଉପକାରୀ ବୋଲି ସମସ୍ତେ ଜାଣନ୍ତି। ଏଥିସହ ଆମ ତ୍ୱଚାକୁ ମଧ୍ୟ ଏହା ବହୁତ ଫାଇଦା ଦେଇଥାଏ। ଏହା ତ୍ୱଚାରେ ଅନାବଶ୍ୟକ ବା ଡେଡ ଟିସୁକୁ ବାହାର କରିବାରେ ସାହାଯ୍ୟ କରିଥାଏ। ତେବେ ଆପଣ ମହୁକୁ ଦାଗ ଲିଭାଇବାରେ ମଧ୍ୟ ବ୍ୟବହାର କରିପାରିବେ। ପ୍ରତ୍ୟେକ ଦିନ ଆପଣ କିଛି ବୁନ୍ଦା ମହୁ ନେଇ ଦାଗ ଥିବା ସ୍ଥାନରେ ଲଗାନ୍ତୁ। କିଛି ଦିନ ପରେ ଦେଖିବେ ଦାଗ ଧୀରେ ଧୀରେ ଲିଭିବା ଆରମ୍ଭ କରିଦେବ।
କାକୁଡ଼ି: କାକୁଡ଼ି ମଧ୍ୟ ତ୍ୱଚା ଏବଂ ଶରୀର ପାଇଁ ବହୁ ଲାଭଦାୟକ। ଏହା ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ। ଖଣ୍ଡିଆ ପରେ ରହିଯାଇଥିବା ଦାଗକୁ ଭଲ କରିବା ପାଇଁ ଆପଣ କାକୁଡ଼ି ପେଷ୍ଟ ଲଗାଇ ପାରିବେ କିମ୍ବା କାକୁଡ଼ିକୁ ଉକ୍ତ ସ୍ଥାନରେ ଘସି ପାରିବେ। ଏହାଦ୍ୱାରା ଆପଣଙ୍କ ଦାଗ ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡଲ; ଗ୍ରୀନ କରିଡ଼ରରେ ୮୦ କିମି ଗଲେ, ଓଡ଼ିଶାରେ ପ୍ରଥମ

କୃଷ୍ଣପ୍ରସାଦ,୩୦।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଭୁଦତ୍ତ ଜେନାଙ୍କ ପାଇଁ ସାଇକେଲ ସାଜିଲା…

ଫସଲ ବୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ଦାବି, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ହିତ ପାଇଁ ୮ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri