ଖଣ୍ଡଗିରି ଯାତ୍ରା: ନଗ୍ନନୃତ୍ୟ ବିରୋଧରେ ତେଜିଲା ସ୍ବର; ଥାନାରେ ଅଭିଯୋଗ କଲା ଓଡ଼ିଶା ନାରୀ ସଚେତନ ମଞ୍ଚ

ଭୁବନେଶ୍ୱର, ୯ା୨(ବ୍ୟୁରେ): ଖଣ୍ଡଗିରି ଯାତ୍ରାରେ ନଗ୍ନନୃତ୍ୟ ପ୍ରଦର୍ଶନକୁ ଓଡ଼ିଶା ନାରୀ ସଚେତନ ମଞ୍ଚ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ମଞ୍ଚ ସଭାପତି ଡଲି ରଥଙ୍କ ନେତୃତ୍ୱରେ ଏକ ଦଳ ପୋଲିସ କମିଶନର(ସିପି) ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାବିପତ୍ର ଦେବାକୁ ଯାଇଥିଲେ। ସିପି ନ ଥିବାରୁ ତାଙ୍କ ଉଦ୍ଦେଶ୍ୟରେ ମଞ୍ଚ ପକ୍ଷରୁ ଜଣେ ଏସିପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମଞ୍ଚ ନେତ୍ରୀମାନେ ଖଣ୍ଡଗିରି ଥାନାକୁ ଯାଇ ଅଭିଯୋଗ କରିଥିଲେ। ସେମାନେ ଅଭିଯୋଗରେ ଦର୍ଶାଇଥିଲେ ଯେ, ବିଏମ୍‌ସି, କମିଶନରେଟ ପୋଲିସ ଓ ଜିଲା ପ୍ରଶାସନର କଟକଣା କରାଯାଇଥିଲା। ଏହାସତ୍ତ୍ୱେ ଖଣ୍ଡଗିରି ଯାତ୍ରାରେ ଜଣେ ବିଧାୟକଙ୍କ ଯାତ୍ରାପାର୍ଟିରେ ନଗ୍ନ ନୃତ୍ୟ ପ୍ରଦର୍ଶନ କରାଯାଉଛି। ତେଣୁ ଯାତ୍ରା ପାର୍ଟି ମାଲିକ, ଆୟୋଜକ ଏବଂ ନଗ୍ନନୃତ୍ୟ କରୁଥିବା ଯୁବତୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉ। ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଅଭିଯୋଗ ରଖିବା ସହ ଏହା ଉପରେ ନଜର ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯଦି ପୁନର୍ବାର ଯାତ୍ରାରେ ନଗ୍ନନୃତ୍ୟ କରାଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ମହାପାତ୍ର ସେମାନଙ୍କୁ କହିଥିଲେ।

ମଞ୍ଚର ସଭାପତି ଡଲି ରଥ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ନଗ୍ନ ନୃତ୍ୟ ପ୍ରଦର୍ଶନ କଲେ ଆଇନଗତ ଅପରାଧ। ତେଣୁ ଆୟୋଜକ, ଯାତ୍ରାପାର୍ଟି ମ୍ୟାନେଜର ଓ ଡ୍ୟାନ୍ସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ରହିଛି। ହେଲେ ପୋଲିସ ଜାଣିଶୁଣି ଚୁପ୍‌ ରହିଛି। ଜଣେ ବିଧାୟକଙ୍କ ଯାତ୍ରାପାର୍ଟିରେ ଏଭଳି ନଗ୍ନ ନୃତ୍ୟ ପ୍ରଦର୍ଶନ ହେଉଛି। ତେଣୁ ଏଭଳି ନୃତ୍ୟ କରାଇବା ପାଇଁ ପରୋକ୍ଷରେ ବିଧାୟକଙ୍କ ସମର୍ଥନ ରହିଥିବା ସେ ଅଭିଯୋଗ କରିଛନ୍ତି। ଯଦି ଆଗାମୀ ଦିନରେ ଏଭଳି ନଗ୍ନ ନୃତ୍ୟ ପ୍ରଦର୍ଶନ କରାଯାଏ ତେବେ ମଞ୍ଚ ପକ୍ଷରୁ ଯାତ୍ରା ପାର୍ଟିରେ ଗେଟ୍‌ ଆଗରେ ଆନ୍ଦୋଳନ କରାଯିବ ବୋଲି ରଥ କହିଛନ୍ତି।
ଥାନାରେ ଅଭିଯୋଗ କରିବା ପରେ ନାରୀ ନେତ୍ରୀମାନେ ନଗ୍ନନୃତ୍ୟ ପ୍ରଦର୍ଶନ କରାଯାଉଥିବା ଯାତ୍ରା ପାର୍ଟି ନିକଟକୁ ଯାଇଥିଲେ। ସେଠାରେ ଯାତ୍ରାପାର୍ଟିର ମୁଖ୍ୟ ଗେଟ୍‌ ଆଗରେ ଲଗାଯାଇଥିବା ବ୍ୟାନ୍‌ରଗୁଡିକୁ ସେମାନେ ଯାଞ୍ଚ କରିଥିଲେ, ଯେଉଁଥିରେ ଅଶ୍ଳିଳତା ପ୍ରଦର୍ଶନ କରାଯାଇଥିଲା ତାହାକୁ ଚିରିବା ପାଇଁ ଉଦ୍ୟମ କରିଥିଲେ। ମହିଳା ନେତ୍ରୀମାନେ ଯାତ୍ରା ଆୟୋଜକ କମିଟି ସଦସ୍ୟ ଗୁଗୁଲି ରଥଙ୍କ ସହ ଆଲୋଚନା କରିଥିଲେ। ପୁଣି ଯଦି ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କରାଯାଏ ତେବେ ଆମେ ଆଇନ ହାତକୁ ନେବୁ ବୋଲି ନାରୀ ନେତ୍ରୀମାନେ ଚେତାବନୀ ଦେଇଥିଲେ। ଏନେଇ ଆୟୋଜକଙ୍କ ପକ୍ଷରୁ ଆଉ ନଗ୍ନନୃତ୍ୟ ହେବନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା: ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୫ା୫(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟତଃ ବାହାରୁ...

ଅନ୍‌ଲାଇନ୍‌ ଶିକ୍ଷା: ବାଦ୍‌ ପଡ଼ୁଛନ୍ତି ବହୁ ପିଲା

ଭୁବନେଶ୍ୱର, ୮।୭(ବ୍ୟୁରୋ): କରୋନା ଯୋଗୁ ଶିକ୍ଷାକ୍ଷେତ୍ର ଅବ୍ୟବସ୍ଥିତ ହୋଇପଡ଼ିଛି। ରାଜ୍ୟ ସରକାର ସ୍କୁଲ, କଲେଜକୁ ଅଗଷ୍ଟ ୩୧ପର୍ଯ୍ୟନ୍ତ ବନ୍ଦ ରଖିଥିବାବେଳେ ଏହା କେବେ ଖୋଲିବ ସେନେଇ...

ଚିପ୍‌ ଫେରାଇବାକୁ ୧୦ ହଜାର ମାଗିଥିଲେ ମାନସ, କରିଥିଲେ ବ୍ଲାକ୍‌ମେଲ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୭ା୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌...

ରାଜ୍ୟର ୪ ବନ୍ଦର ପାଇଁ ୧ ନଂ ବିପଦ ସଙ୍କେତ

ଭୁବନେଶ୍ୱର,୮।୫(ବ୍ୟୁରୋ): ଦକ୍ଷିଣପୂର୍ବ ବଙ୍ଗୋପସାଗରେ ସୃଷ୍ଟ ଅବପାତ ବାତ୍ୟା ‘ଅସାନି’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, କାହିଁକି…

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବାବଦରେ ଓଡ଼ିଶାର ୧୦୮୮.୭୨ କୋଟି ଟଙ୍କା କେନ୍ଦ୍ର ଉପରେ ବକେୟା ପଡ଼ିଛି। ଏଥିରେ ୩୭୭.୯୧ କୋଟି ଦରମା ଏବଂ ୭୧୦.୮୧ କୋଟି ଟଙ୍କା...

CORONAVIRUS UPDATE: ରାଜ୍ୟରେ ପୁଣି ୧୪୩ ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩କୁ ବୃଦ୍ଧି

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ସୋମବାର ରାଜ୍ୟରେ ପୁଣି ୧୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ...

ଅସୁରକ୍ଷିତ ଶ୍ରେଣୀଗୃହରେ ଶିକ୍ଷାଦାନ

ଖଣ୍ଡପଡା,୧୯।୧୦(ସ୍ବ.ପ୍ର.)-ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ମାତ୍ର ଅନେକ ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ...

ମୃତ କର୍ମଚାରୀ ପରିବାରକୁ ମିଳିବ ଚତୁର୍ଥଶ୍ରେଣୀ ପଦବୀ

ଭୁବନେଶ୍ୱର, ୮ା୨ (ବ୍ୟୁରୋ): ସରକାରୀ ଚାକିରିରେ ଥାଇ ମୃତ୍ୟୁ ଘଟୁଥିବା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରେ କେବଳ ଚତୁର୍ଥ ଶ୍ରେଣୀ ପଦବୀ ମିଳିବ। ଏନେଇ...

Advertisement
Archives

Model This Week