ଖଣି ଚିନ୍ତା: ନିଲାମ ପୂର୍ବରୁ ଅନୁମତି କାର୍ଯ୍ୟ ସାରିବାକୁ ପରାମର୍ଶ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଖଣି ନିଲାମ ପୂର୍ବରୁ ସମସ୍ତ ପ୍ରକାର ଅନୁମତି(କ୍ଲିୟରାନ୍ସ) ଆଗୁଆ ଶେଷ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଖଣି ନିଲାମ ପାଇଁ ହେଉଥିବା ବିଳମ୍ବକୁ ଏଡାଇଦିଆଯିବା ସହ ବଡ ବଡ କମ୍ପାନୀଗୁଡିକୁ ଆକର୍ଷିତ କରାଯାଇପାରିବ। ଏପରି କି ଏ କ୍ଷେତ୍ରରେ ବିଦେଶୀ ପୁଞ୍ଜିବିନିଯୋଗକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ। ପାଇଲଟ ପ୍ରକଳ୍ପ ଆଧାରରେ ନିଲାମ ପୂର୍ବରୁ ଖଣି ସମ୍ପର୍କିତ ସମସ୍ତ ଅନୁମତି ଆଗୁଆ ନେବାକୁ ଖଣି ମନ୍ତ୍ରଣାଳୟ ଓଡିଶା ସମେତ ମଧ୍ୟପ୍ରଦେଶ ଏବଂ କର୍ନାଟକ ସରକାରଙ୍କୁ ଅନୁରୋଧ କରିଛି। ଖଣି ମନ୍ତ୍ରଣାଳୟ ସଚିବ ସୁଶିଲ କୁମାର ନୂତନ ଲିଜ୍‌ଧାରୀଙ୍କ ପାଇଁ ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସକୁ ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଭିଜନ-୨୦୨୪କୁ ଦୃଷ୍ଟିରେ ରଖି ନିଲାମ ପୂର୍ବରୁ ସମସ୍ତ କ୍ଲିୟରାନ୍ସ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ନିଷ୍ପତ୍ତ ହୋଇଥିଲା। ଏହି କମିଟିର ଘୋଷଣା ଅନୁଯାୟୀ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଖଣି ନିଲାମରେ ଅଂଶ ଗ୍ରହଣ କରିବା ପୂର୍ବରୁ ଲିଜ୍‌ଧାରୀଙ୍କୁ ୨୦ ପ୍ରକାର କ୍ଲିୟରାନ୍ସ ନେବାକୁ ପଡିଥାଏ। ସେଥିରୁ କେନ୍ଦ୍ର ସରକାରଙ୍କ ନିକଟରୁ ୯ ଓ ରାଜ୍ୟ ସରକାରଙ୍କ ନିକଟରୁ ୧୧ଟି ମଞ୍ଜୁରୀ ନେବାକୁ ବ୍ୟବସ୍ଥା ରହିଛି। ଏସବୁ କ୍ଲିୟରାନ୍ସ ନେବାକୁ ୨ରୁ ୩ ବର୍ଷ ସମୟ ଲାଗିଯାଉଛି। ଏଥିଯୋଗୁ ଲିଜଧାରୀ ନିଲାମ ନେବା ପରେ ମଧ୍ୟ ତୁରନ୍ତ ଖଣି କାର୍ଯ୍ୟ ଆରମ୍ଭ କରିପାରୁ ନାହାନ୍ତି। ଖଣି ଯେହେତୁ ରାଜ୍ୟ ମାଲିକାନାରେ ରହିଛି ସେହି ଦୃଷ୍ଟିରୁ ରାଜ୍ୟ ସରକାର ଏସବୁ କ୍ଲିୟରାନ୍ସ ନେବାକୁ ଆଗୁଆ କେନ୍ଦ୍ର ସରକାରଙ୍କୁ ଆବେଦନ କରିବାକୁ କୁହାଯାଇଛି। ପରିବେଶ ଓ ଜଙ୍ଗଲ ଏହି ଦୁଇଟି ଅନୁମତି ଖଣି ଖନନ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ। ପୂର୍ବ ସମନ୍ବୟ ସମିତି ବୈଠକରେ ମଧ୍ୟ ରାଜ୍ୟ ସରକାର ଏ ନେଇ ରାଜି ହୋଇଛନ୍ତି। ଏହାଦ୍ୱାରା ନିଲାମ ପ୍ରକ୍ରିୟା ଅଧିକ ଆକର୍ଷଣୀୟ ହୋଇପାରିବ। ଏ ଦିଗରେ ବୃହତ୍‌ ପୁଞ୍ଜିନିବେଶର ମଧ୍ୟ ବାଟ ଖୋଲିଯିବ। ଅନ୍ୟପକ୍ଷରେ ୪୬ଟି ନନ୍‌ କ୍ୟାପ୍ଟିଭ ଖଣିର ଲିଜ୍‌ ଅବଧି ୨୦୨୦ ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଛି। ଏମ୍‌ଏମ୍‌ଡିଆର ଆକ୍ଟ-୨୦୧୫ର ସେକ୍ସନ ୮(ଏ)(୬) ଅନୁଯାୟୀ ସେଗୁଡିକୁ ପୁଣି ଥରେ ନିଲାମ କରାଯିବ। ଇସ୍ପାତ ଉତ୍ପାଦନ ପାଇଁ ଏସବୁ ଖଣି ଆଇରନ ଓର୍‌, ମାଙ୍ଗାନିଜ, କ୍ରୋମାଇଟ ଭଳି ଖଣିଜ ପଦାର୍ଥ ଯୋଗାଇ ଆସୁଛନ୍ତି। କଞ୍ଚାମାଲ ଯୋଗାଣରେ ଯେପରି ବ୍ୟାଘାତ ନ ହେବ ଏହାକୁ ଦୃଷ୍ଟିରେ ରଖି ଖଣି ନିଲାମ ପ୍ରକ୍ରିୟା କେନ୍ଦ୍ର ସରକାର ଆରମ୍ଭ କରି ସାରିଲେଣି। ରାଜ୍ୟ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?