ଖଣି ଓ ନିଶା ମାଫିଆଙ୍କୁ ଏନ୍‌କାଉଣ୍ଟର ଭୟ: କୋର୍ଟରେ ଆତ୍ମସମର୍ପଣ କଲେ ଛୋଟା

ଭୁବନେଶ୍ୱର,୧୦ା୭(ବ୍ୟୁରୋ)/ଖୋର୍ଦ୍ଧା ଅଫିସ: ଖୋର୍ଦ୍ଧାରେ ବ୍ରାଉନସୁଗାର ଓ ବେଆଇନ ପଥରଖଣିରେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆରମ୍ଭ କରିଛି ‘ଅପରେଶନ କ୍ଲିନ୍‌’। ଖୋଜି ଖୋଜି ଗ୍ୟାଙ୍ଗଷ୍ଟାରମାନଙ୍କୁ ଗିରଫ କରୁଛି ଏସ୍‌ଟିଫ୍‌। ଏନ୍‌କାଉଣ୍ଟର ପରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ଷ୍ଟରମାନେ ଭୟଭୀତ ହୋଇପଡିଲେଣି। ମଙ୍ଗଳବାର ଏସ୍‌ଟିଏଫ୍‌ର ଓ୍ବାଣ୍ଟେଡ୍‌ ଥିବା ଖୋର୍ଦ୍ଧା ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରର ଶୁଭ୍ରାଂଶୁ ପରିଡା ଓରଫ ଛୋଟା(୪୫) ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ଏସ୍‌ଟିଏଫ୍‌ ଜାଲ ବିଛାଇଥିବା ଜାଣିପାରି ଗିରଫରୁ ବର୍ତ୍ତିବା ପାଇଁ ଛୋଟା ଓକିଲ ଧରି ଆତ୍ମସମର୍ପଣ କରିବାକୁ ଯୋଜନା କରିଥିଲା। ଏ ସମ୍ପର୍କରେ ଆଗୁଆ ସୂଚନା ପାଇବା ପରେ କୋର୍ଟ ଆଗରେ ଏସ୍‌ଟିଏଫ୍‌ର ୫ଜଣିଆ ଟିମ୍‌ ସାଦାପୋଷାକରେ ଛକି ରହିଥିଲେ। ହେଲେ ଛୋଟା ଚକମା ଦେଖାଇ ଓକିଲଙ୍କ ଗହଳି ଭିତରେ କୋର୍ଟ ଭିତରକୁ ପଶି ଯାଇଥିଲେ। ଏସ୍‌ଟିଏଫ୍‌ କୋର୍ଟ ଭିତରୁ ତାଙ୍କୁ ଗିରଫ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଓକିଲମାନେ ବିରୋଧ କରିଥିଲେ। ଏହାକୁ ନେଇ ଏସ୍‌ଟିଏଫ୍‌ ଓ ଓକିଲଙ୍କ ମଧ୍ୟରେ କୋର୍ଟ ଆଗରେ କିଛି ସମୟ ଯୁକ୍ତତର୍କ ହୋଇଥିଲା। ଶେଷରେ ଏସ୍‌ଟିଏଫ୍‌ ଆଉ ଗିରଫ ନ କରିପାରି ଖାଲି ହାତରେ ଫେରିଥିଲା। ଏହାପରେ ଛୋଟା ବିରୋଧରେ ଅଧିକ ପ୍ରମାଣ ପାଇଁ ଏସ୍‌ଟିଏଫ୍‌ ତାଙ୍କ ଦ୍ୱାରିକାନଗର ଘର, ଅଫିସ୍‌ ସମେତ ଅନ୍ୟ ଦୁଇଟି ସ୍ଥାନରେ ଚଢାଉ କରିଥିଲା। ତେବେ ତାଙ୍କ ଗ୍ୟାଙ୍ଗ୍‌ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଛୋଟାଙ୍କୁ ଏସ୍‌ଟିଏଫ୍‌ ରିମାଣ୍ଡରେ ଆଣିବ। ଦୁଇଦିନ ଭିତରେ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଏସ୍‌ଟିଏଫ୍‌ ଇନ୍ସପେକ୍ଟର ଆଲୋକ ଜେନା କହିଛନ୍ତି।
ଅନ୍ୟପକ୍ଷରେ ନିଶା କାରବାର ଓ ବେଆଇ ପଥର ଖଣି ଚଳାଉଥିବା ଦାରୁଠେଙ୍ଗର ସୂର୍ଯ୍ୟ ହାତଖଣ୍ଡିକୁ ଏସ୍‌ଟିଏଫ୍‌ ମଙ୍ଗଳବାର ଗିରଫ କରିଛି। ତାଙ୍କ ବିରୋଧରେ ଏସ୍‌ଟିଏଫ୍‌ କେସ୍‌ ନଂ-୭/୧୯, ଦଫା ୩୭୯, ୪୧୧, ୪୬୭, ୪୬୮, ୪୭୧, ୧୨୦(ବି) ଓ ୨୫/୨୭ ଆର୍ମସ ଆକ୍ଟ ଲଗାଇ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନ ମିଳିବାରୁ ତାଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ସେ ମଧ୍ୟ ଖୋର୍ଦ୍ଧାରେ ବ୍ରାଉନସୁଗାର ବ୍ୟବସାୟ କରିବା ସହ ବେଆଇନ ପଥର ଉତ୍ତୋଳନ ଓ ଚୋରା ଚାଲାଣ କରୁଥିଲେ। ସେ ପ୍ରଥମେ ଛୋଟା ଓ ଲେଡି ଡନ୍‌ ଗ୍ୟାଙ୍ଗରେ କାମ କରୁଥିଲେ। ପରେ ସୂର୍ଯ୍ୟ ନିଜେ ଏକ ଗ୍ୟାଙ୍ଗ ଗଢି ଖୋର୍ଦ୍ଧା ଅଞ୍ଚଳରେ ଥିବା ଏକାଧିକ ପଥର ଖାଦାନରୁ ପଥର ଚାଲାଣ କରୁଥିଲେ।
ତେବେ ନିଶା ଓ ପଥର କାରବାରରେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ସମ୍ପୃକ୍ତିକୁ ଗୁରୁତ୍ୱର ସହ ନେଇଛି ଏସ୍‌ଟିଏଫ୍‌। ସେମାନଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ରହିଥିବା ଜାଣିବା ପରେ ସେମାନଙ୍କ ସମ୍ପତ୍ତିର ଖୋଳତାଡ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଏସ୍‌ଟିଏଫ୍‌ ଚିଠି ଲେଖିବ ବୋଲି ଜଣାପଡିଛି।

ବ୍ରାଉନସୁଗାରରୁ ପଥର ମାଫିଆ ଓ ଲେଡି ଡନ୍‌ ଗ୍ୟାଙ୍ଗ୍‌

ଖୋର୍ଦ୍ଧାରେ ବ୍ରାଉନସୁଗାର ବ୍ୟବସାୟର ମାଷ୍ଟରମାଇଣ୍ଡ୍‌ ଥିଲେ ଛୋଟା। ସେ ବାଲେଶ୍ୱର ଓ ବାଂଲାଦେଶରୁ ବ୍ରାଉନସୁଗାର ଆଣି ଖୋର୍ଦ୍ଧାରେ ବିକ୍ରି କରୁଥିଲେ। ଖୋର୍ଦ୍ଧା ଅଞ୍ଚଳରେ ନିଶା ସାମ୍ରାଜ୍ୟ ବିସ୍ତାର କରିସାରିବା ପରେ ବେଆଇନ ପଥର ଖନନ ଓ ଚୋରା ଚାଲାଣ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଲେଡି ଡନ୍‌ଙ୍କୁ ଗ୍ୟାଙ୍ଗ୍‌ରେ ସାମିଲ୍‌ କରିଥିଲେ। ତାଙ୍କୁ ବେଆଇନ ପଥର ଉତ୍ତୋଳନ ଓ ଚାଲାଣ ଦାୟିତ୍ୱ ଦେଇଥିଲେ। ଲେଡି ଡନ୍‌ ବନ୍ଧୁକ ଧରି ପଥର ଖଣି ଇଲାକାରେ ରାଜ୍‌ କରିବା ସହ ଆତଙ୍କ ଖେଳାଇଥିଲେ। ପୋଲିସ ଲେଡି ଡନ୍‌ ଓ ଛୋଟାଙ୍କୁ ଗିରଫ କରିବାକୁ ସାହସ କରୁ ନ ଥିଲେ। ଏପରିକି ଗ୍ରାମବାସୀ ଓ ସ୍ଥାନୀୟ ନେତାଙ୍କୁ ଲେଡିଡନ୍‌ ମାସିକ ବଟି ଦେଉଥିଲେ। ଏନେଇ ସମସ୍ତେ ଜାଣୁଥିଲେ ମଧ୍ୟ ଚୁପ୍‌ ରହୁଥିଲେ। ଏସ୍‌ଟିଏଫ୍‌ ଖୋଳତାଡ଼ କରିବା ପରେ ଛୋଟାର ନଁା ଆସିଥିଲା। ତାଙ୍କୁ ଧରିବା ପାଇଁ ମାସେ ହେବ ଏସ୍‌ଟିଏଫ୍‌ ଜାଲ ବିଛାଇଥିଲା। ହେଲେ ସେ ଏସ୍‌ଟିଏଫ୍‌କୁ ଚକ୍‌ମା ଦେଇ ଖସିଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ରେ ଓଡ଼ିଶା ଆସିବେ ଆନ୍ନା ହଜାରେ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ...

ରାଜ୍ୟରୁ ୨୬୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୭ ଜଣ କ୍ୱାରାଣ୍ଟାଇନ୍‌ରୁ...

ଅନ୍‌ଲାଇନ୍‌ ଠକେଇରୁ ସୁରକ୍ଷା ଦେବ ‘ପ୍ରୋଜେକ୍ଟ ସୁରକ୍ଷିତ’

ଭୁବନେଶ୍ୱର, ୮।୨(ବ୍ୟୁରୋ): ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଭାବେ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ Google.org ସହାୟତାରେ ହେଲ୍ପ ଏଜ୍‌ ଇଣ୍ଡିଆ ଏହାର ଦେଶବ୍ୟାପୀ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ସୁରକ୍ଷିତ’...

ଅବ୍ୟବସ୍ଥାରେ ଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ: ୧୨ ଶିକ୍ଷକ ବଦଳରେ ଅଛନ୍ତି ୬

ଚନ୍ଦ୍ରପୁର, ୧୭।୧୨ (ଡି.ଏନ୍‌.ଏ.) – ଗୁଣାତ୍ମକ ଶିକ୍ଷା ପାଇଁ ଅନେକ ସରକାରୀ ଯୋଜନା ରହିଛି। ସେଗୁଡିକର ଫାଇଦା କିନ୍ତୁ ସବୁଠି ମିଳୁନି। କେଉଁଠି ଆବଶ୍ୟକ ସଂଖ୍ୟକ...

ବିଡିଏ ସେକ୍ସନ ଅଫିସରଙ୍କ ଘରେ ଭିଜିଲାନ୍ସ ଯାଞ୍ଚ: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ, ୧୯।୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସେକ୍ସନ ଅଫିସର (ଏଷ୍ଟାବ୍ଲିସମେଣ୍ଟ) ବିଭୂତି ଭୂଷଣ ରାୟଙ୍କ ଘରେ...

ଅଜନା ରୋଗ୍‌ରେ ପୀଡ଼ିତ ଗୟାଧର: ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ମା’ବାପ୍‌

  ପର୍ଲା,୧୪।୧(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗଁାର ଗୟାଧର ଲୋହାର(୨୫)। ସେ ଅନେକ୍‌ ଦିନ୍‌ ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ...

ସରୋଜଙ୍କ ଲାଏ ଡିଟେକ୍‌ଶନ ଟେଷ୍ଟ କଲା ଏସ୍‌ଆଇଟି: ମା’ ଓ ଭଉଣୀଙ୍କୁ ଛାଡ଼ିଲା

ନୟାଗଡ଼ ଅଫିସ,୨୦ା୧୨: ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଯଦୁପୁର ଗାଁର...

ମା’ପରି କିଏ ହେବ

ଜଣେ ମହିଳାଙ୍କ ପ୍ରେରଣା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଫଳତା ଆଣି ଦେଇଥାଏ। ମାତ୍ର ଜଣେ ମାଆ ପାଇଁ ଏହି ପ୍ରେରଣା ନିଜ ପିଲାଙ୍କ କ୍ଷେତ୍ରରେ ବହୁଗୁଣିତ ହୋଇଥାଏ।...

Advertisement
Archives

Model This Week