ଖଣି ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ

ଯୋଡ଼ା, ୮।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲାର ଖଣିଖାଦାନ ଭରା ଯୋଡା ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଗ୍ରାହକ ହଇରାଣ ହେଉଛନ୍ତି। ଯୋଡା ସହରରେ ଥିବା ପରିବା ବଜାରକୁ ପରିବା ଝାଡ଼ଖଣ୍ଡ ରାଜ୍ୟର ମନୋହରପୁର, ଟାଟା, ପଶ୍ଚିମବଙ୍ଗ ରାଜ୍ୟର ମେଦିନୀପୁର, ଝାଡଗା୍ରମ୍‌ ପ୍ରଭୃତି ଅଞ୍ଚଳରୁ ବେପାରୀମାନେ ଆଣିଥାନ୍ତି॥ ଏତଦବ୍ୟତୀତ ଚମ୍ପୁଆ , ଭଣ୍ଡା, ପର୍ସଳା, ରିମୁଳି, ଝୁମ୍ପୁରା, କଣ୍ଡରା, ଚମକପୁର, ଗୋବିନ୍ଦପୁର, ନାରଦପୁର ପ୍ରଭୃତି ପାଖ ଅଞ୍ଚଳରୁ ପରିବା ଯୋଡା ବଜାରକୁ ଚାଷୀମାନେ ମଧ୍ୟ ଆଣି ବ୍ୟବସାୟ କରିଥାନ୍ତି। ଗୁରୁବାର ଯୋଡା ପରିବା ବଜାରରୁ ହସ୍ତଗତ ହୋଇଥିବା ପରିବା ମୂଲ୍ୟ ଏପରି ରହିଛି। ପୋଟଳ କେଜି ୮୦ଟଙ୍କା ବିକ୍ରି କରାଯାଉଥିବାବେଳେ ଗାଜର ୮୦, ବିନ୍‌ସ୍‌ ୮୦, ବାଇଗଣ ୬୦, ଭେଣ୍ଡି ୬୦, ବିଲାତି ୬୦ , କାଙ୍କଡ ୬୦, କଞ୍ଚା କଦଳୀ ଗୋଟା ୧୦ ଟଙ୍କା ଏବଂ ସଜନା ଛୁଇଁ କିଲୋ ୩ଶହ ଟଙ୍କା ରହିଛି। ଆଳୁ ୨୦, ପିଆଜ ୭୦ ଟଙ୍କା ରହିଛି ା ପରିବା କିଣୁଥିବା ଖାଉଟି ଦୁଖବନ୍ଧୁ ଦେହୁରୀ , ସୋମନାଥ ମହାନ୍ତି ମନିନ୍ଦ୍ର ସୁନ୍ଦର ବାରିକ , ମହିଳା ପୁଷ୍ପାଞ୍ଜଳୀ ବେହେରା ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗ୍ରାମାଞ୍ଚଳରୁ ବ୍ୟବସାୟ ପାଇଁ ଆସୁଥିବା ପରିବା ଚାଷୀମାନେ ଅନ୍ୟ ବାହାର ବ୍ୟବସାୟୀ ମାନଙ୍କର ଚଢା ଦର ଦେଖି ପରିବା ଦର ବୃଦ୍ଧି କରୁଛନ୍ତି। ଯାହାଫଳରେ କି , ସାଧାରଣ ଲୋକଙ୍କୁ ବିଶେଷ ଭାବରେ ଚଡକ ପଡିଛି ା ପିଆଜ ଦର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିଲେ ହେଁ ସରକାର ଏହାକୁ ନିୟନ୍ତ୍ରଣ କରିବାରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ା ଏ ସମ୍ପର୍କରେ ଯୋଡା ବ୍ଲକ କୃଷୀ ବିଭାଗର ବାମେବାରୀ ସହକାରୀ କୃଷୀ ଅଧିକାରୀ ପ୍ରଫୁଲ କୁମାର ପ୍ରଧାନ କହିଛନ୍ତି ଯେ, ବର୍ଷାର ଅନିୟମିତା ଯୋଗୁ ପରିବା ଚାଷ ଉପରେ ବ୍ୟାପକ ପ୍ରଭାବ ପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri