ଖଣିସଂସ୍ଥା ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଜିଲା ପ୍ରଶାସନର ପ୍ରୟାସ

କାଳିଆପାଣି,୩୦।୪(ଡିଏନଏ)- ଲକ୍‌ଡାଉନ ଯୋଗୁ ଯାଜପୁର ଜିଲାରେ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଖଣିସଂସ୍ଥାଗୁଡ଼ିକ ପ୍ରଭାବିତ ହୋଇଛି। କିଛି ଖଣିରେ ଆଶିଂକଭାବେ କ୍ରୋମ ଉତ୍ତୋଳନ ଓ ପରିବହନ ହେଉଥିବାବେଳେ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାଳିଆପାଣିସ୍ଥିତ ଓଡ଼ିଶା ଖଣିନିଗମ ଅତିଥି ଭବନରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲାପାଳ ମିହିର ମହାନ୍ତି, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, ବିଡିଓ ବିଶ୍ୱଜିତ ଦାସ, କଳିଙ୍ଗନଗର ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା, କାଳିଆପାଣି ଥାନାଧିକାରୀ ରମାକାନ୍ତ ମୁଦୁଲୀ, ଖଣି ନିରୀକ୍ଷକ ଅସିତ ବେହେରା, ବିଭିନ୍ନ ଖଣି ପରିଚାଳକମାନେ ଆଲୋଚନାରେ ଭାଗ ନେଇଥିଲେ। ଖଣି କାର୍ଯ୍ୟାଳୟ ପରିସରରେ କ୍ୱାରାଣ୍ଟାଇନ ସେଣ୍ଟର ତିଆରି କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପିନ୍ଧା କରାଇବା ପାଇଁ ଉପସ୍ଥିତ ଖଣି କର୍ତ୍ତୃପକ୍ଷ ପ୍ରତିନିଧିଙ୍କୁ କୁହାଯାଇଥିଲା। ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀ ନିଜ କମ୍ପାନୀର ପରିଚୟ ପତ୍ର ଦେଖାଇ ଆସିପାରିବେ। ସେହିପରି କର୍ମଚାରୀମାନେ ଆସୁଥିବା ବସ୍‌ ଓ ଖଣିକୁ ଆସୁଥିବା ଅନ୍ୟ ସମସ୍ତ ପ୍ରକାର ଗାଡ଼ିକୁ ସାନିଟାଇଜ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଜିଲାପାଳଙ୍କ ସହ କ୍ରୋମାଇଟ ପରିବହନ କରୁଥିବା ସଂସ୍ଥା ପ୍ରତିନିଧିଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଟ୍ରକ ଡ୍ରାଇଭରଙ୍କୁ ପରିବହନ ଠିକାସଂସ୍ଥା ମାସ୍କ ଦେବା ସହ କରୋନା ସମ୍ବନ୍ଧରେ ସଚେତନ କରାଇ ପରିବହନ କରିବେ। ଡ୍ରାଇଭର ସମ୍ପୂର୍ଣ୍ଣ ଘରର ଠିକଣା ଓ ବିବରଣୀ ପରିବହନ ସଂସ୍ଥା ରଖିବା ସହ ଦୈନନ୍ଦିନର କାର୍ଯ୍ୟ ବିବରଣୀ ଠିକାସଂସ୍ଥା ନିକଟରେ ଦାଖଲ କରିବା ପରେ ହିଁ ପୁନର୍ବାର ଖଣିରେ ଲୋଡିଂ ପାଇଁ ଅନୁମତି ମିଳିବ। ଯେଉଁ ଡ୍ରାଇଭରମାନେ ହଟସ୍ପଟ ଅଞ୍ଚଳକୁ ଲୋଡିଂ ନେଇ ଯିବେ ସେମାନେ ସର୍ବଦା ସାମାଜିକ ଦୂରତ୍ୱ ବଜାୟ ରଖିବା ସହ କେଉଁ କେଉଁ ସ୍ଥାନ ଓ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ କୁହାଯାଇଛି। ଏହି ବିବରଣୀରେ ତ୍ରୁଟି ପରିଲକ୍ଷିତ ହେଲେ ଡ୍ରାଇଭରଙ୍କୁ ୧୪ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯିବ ବୋଲି ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହାକୁ ପରଚାଳନା କରିବା ପାଇଁ ନୋଡାଲ ଅଫିସରଭାବେ ଖଣି ନିରୀକ୍ଷକ ବେହେରାଙ୍କୁ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକ ଦିବସୀୟ ଫୁଟବଲ୍‌: ନିମେଇସାପୁର ଚାମ୍ପିୟନ

ବିରିଡ଼ି/ବାଲିଆ,୧୩ା୧୧(ଡି.ଏନ.ଏ): ବିରିଡି ବ୍ଲକ ୨୨ମୌଜା ମଇଁନ୍ଦିପୁର-କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ୩୭ତମ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ବୈଦ୍ୟନାଥ କ୍ରୀଡ଼ା ସଂସଦ ଖେଳପଡିଆରେ ମଙ୍ଗଳବାର ଅନୁଷ୍ଠିତ...

ଉତ୍ସାହ ଭରିଲା ଶ୍ରେଣୀଗୃହ ପାଠପଢ଼ା

କଟକ ଅଫିସ,୮ା୨: ତୃତୀୟ ପର୍ଯ୍ୟାୟ କୋଭିଡ୍‌ ସଂକ୍ରମଣ ହ୍ରାସ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ସ୍କୁଲ କଲେଜ ଖୋଲାଯାଇଛି। ଏହି ଅବସରରେ ସୋମବାର ପ୍ରଥମ...

ଭିତ୍ତିଭୂମି ନାହିଁ, ନଁ। କୁ ଆଦର୍ଶ ବିଦ୍ୟାଳୟ

ବହଳଦା,୧୧ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାର ସୀମାନ୍ତବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ତିରିଂ ବ୍ଲକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ହୋଇ ରହିଛି। ଏହି ଅଞ୍ଚଳରେ ଶିକ୍ଷାର ପ୍ରସାର ଲାଗି ୪...

ଶିକ୍ଷାନୁଷ୍ଠାନର ୨ଶହ ମିଟର ଭିତରେ ଗୁଟ୍‌ଖା, ସିଗାରେଟ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

ଜୁନାଗଡ଼,୨୨।୧: କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ୨ଶହ ମିଟର ପରିସରରେ ଖୋଲା ହୋଇଥିବା ଦୋକାନରେ ଶୁକ୍ରବାର ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ...

ସତା ହରଉଛେ ତିରଶୁଲ ବଁଧ୍‌

ବେଲପଡା, ୨୬ା୪(ଡି.ଏନ.ଏ.):  ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସଦର ଗାଁ ବେଲପଡ଼ାରେ ରହିଛେ ପୁରାତନ ତିରଶୁଲ ବଁଧ୍‌। ୪୨ ନମ୍ବର ରାଜ୍ୟ ରାଜପଥ ତରାରେ ୬...

ଚାଷୀଙ୍କୁ ଭରସା ପବନଚାଳିତ ଶବ୍ଦଯନ୍ତ୍ର

ମହାକାଳପଡ଼ା,୨୨ା୩(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ବ୍ଲକ ମହାକାଳପଡ଼ା ଅଞ୍ଚଳର ରାମନଗର ପଞ୍ଚାୟତ ସ୍ଥାନୀୟ ବରଜ ବାହାକୁଦ ଗ୍ରାମର ଆମ୍ବଷୋଳଠାରେ କେତେଜଣ ଚାଷୀ ଖରାଦିନିଆ ଡାଳୁଅ ଧାନ ସହ...

କଣିହାଁରେ ପ୍ରତିଷ୍ଠା ହେବ ଜେଏମ୍‌ଏଫ୍‌ସି

କଣିହାଁ, ୪ା୨(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‌ଏଫସି) ପ୍ରତିଷ୍ଠା ହେବ। ଏ ନେଇ ସୋମବାର ଅପରାହ୍ନ ୫ଟାରେ...

ଶ୍ରୀମନ୍ଦିର ନାଟ ମଣ୍ଡପରେ ଚଢ଼ିଲେ ଯୁବକ

ପୁରୀ ଅଫିସ,୧୬।୪(ବ୍ୟୁରୋ): ଶ୍ରୀମନ୍ଦିର ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି । ଅଟକ ଯୁବକ ହେଲେ ରାକେଶ...

Advertisement
Archives

Model This Week