ଖଣିରେ ନିଯୁକ୍ତି ଓ ପରିବହନ ବିବାଦ: ଦୁଇ ଗୋଷ୍ଠୀ ମୁହାଁମୁହିଁ 

ଯୋଡ଼ା, ୪।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଖଣିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ପରିବହନ ସୁବିଧା ଦେବାପାଇଁ ମାରାଙ୍ଗବୁରୁ ଡେଭେଲପମେଣ୍ଟ କମିଟି ଦାବି କରି ଆସୁଥିବାବେଳେ ଏହାକୁ ଅନ୍ୟ କେତେକ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ବୁଧବାର ପୂର୍ବାହ୍ନରେ ମାରାଙ୍ଗବୁରୁ ଡେଭେଲପମେଣ୍ଟ କମିଟି ପକ୍ଷରୁ ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଖଣି କର୍ତ୍ତୃପକ୍ଷ ଦାବି ପୂରଣ ନେଇ କୌଣସି ଆଲୋଚନ ନ କରିବାରୁ କମିଟି ପକ୍ଷରୁ ଏହି ଧାରଣା ଦିଆଯାଇଥିଲା। ଏମାନଙ୍କୁ ବିରୋଧ କରୁଥିବା ନିକଟବର୍ତ୍ତୀ କେତେକ ଗ୍ରାମର ଶତାଧିକ ମହିଳାପୁରୁଷ ଠେଙ୍ଗା ବାଡି ଧରି ଅପରାହ୍ନ ବେଳକୁ ଖଣିର ପରିବହନ ଗେଟ୍‌ ସମ୍ମୁଖରେ ପହଞ୍ଚି ଅନଶନକାରୀଙ୍କ ଉପରେ ଚଢ଼ାଉ କରିଥିଲେ। ସେଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବାମେବାରୀ ଥାନା ଓଆଇସି ପରେଶ କୁମାର ମହାନ୍ତି ଏକ ପ୍ଲାଟୁନ୍‌ ଫୋର୍ସ ସହ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହି ସମୟ ମଧ୍ୟରେ ଧାରଣାକାରୀମାନେ ଉତ୍ତେଜିତ ହୋଇ ପ୍ରତିଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ। ପୋଲିସ ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଉଭୟ ପକ୍ଷ ଖଣି ପରିସରରୁ ନ ହଟିବାକୁ ଜିଦ୍‌ ଧରିଥିଲେ। ପରିସ୍ଥିତି ଅଣାୟତ ହେବାରୁ ଅପରାହ୍ନ ୩ଟା ସମୟରେ ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ଏବଂ ତହସିଲଦାର କ୍ଷୀରୋଦ କୁମାର ବେହେରା ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରି ଖଣିର ପରିବହନ କାର୍ଯ୍ୟ ଚାଲୁ କରିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ବଡବିଲ ତହସିଲଦାର ବେହେରା ଉଭୟ ପକ୍ଷର ମୁଖ୍ୟଙ୍କୁ ଡକାଇ ଏହାର ସମାଧାନ କରାଯିବ ବୋଲି କହିଥିଲେ। ଖବର ଲେଖା ହେଲା ବେଳକୁ ପରିସ୍ଥିତି ମଧ୍ୟ ଉତ୍ତେଜନା ପୂର୍ଣ୍ଣ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର,୧୪।୫(ବ୍ୟୁରୋ): କୋଭିଡ୍‌-୧୯ ଦ୍ୱିତୀୟ ଲହର ଭୟାବହତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ, କିଶୋରୀ କିଶୋର, ଗର୍ଭବତୀ ଓ ପ୍ରସବ...

ରାୟଗଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ

ରାୟଗଡ଼ା,୨୬।୧(ସ୍ବ.ପ୍ର.): ରାୟଗଡ଼ା ଜିଲାରେ ବିଜେଡି ଏବେ ଦୁଇ ଗୋଷ୍ଠୀରେ ପରିଣତ ହୋଇଛି। ଦଳର ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ବିବାଦ ଏଭଳି ପରିସ୍ଥିତି ସୃଷ୍ଟି କରିଥିବା...

ଶୈଳଶ୍ରୀକ୍ଷେତ୍ରରୁ ଉଡ଼ିଗଲା ନେତ, ରୁକିଲା ଟ୍ରେନ୍‌

ଅନୁଗୋଳ ଅଫିସ, ୩୦ା୫: ଭୀଷଣ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅନୁଗୋଳବାସୀ ଅଥୟ ହୋଇପଡ଼ିଥିଲେ। ପାରଦ ୪୦ ଡିିଗ୍ରୀ ତଳକୁ ଖସୁ ନ ଥିବାରୁ ଲୋକମାନେ...

ଆଖଣ୍ଡଳମଣି-ଭଦ୍ରକ ରାଜ୍ୟ ରାଜପଥ: ହେଲମେଟ ପିନ୍ଧିବାକୁ ସଚେତନ କଲେ ସ୍ବେଚ୍ଛାସେବୀ

ଆରଡ଼ି,୪।୯(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଦୋହରା ପାଟଣା ଛକରେ ବୁଧବାର ବାଇକ୍‌ ଚାଳକଙ୍କୁ ହେଲମେଟ ପିନ୍ଧିବାକୁ ସଚେତନ କରାଯାଇଛି। ଦୋହରା ପାଟଣାର ନୀଳମାଧବ ୟୁଥ୍‌...

ଝାରସୁଗୁଡ଼ାରେ ହେବ କୋଲ୍‌ ଟ୍ରିବ୍ୟୁନାଲ

ଭୁବନେଶ୍ୱର/ଝାରସୁଗୁଡା (ଡି.ଏନ୍‌.ଏ.):୪।୨: ଝାରସୁଗୁଡାରେ ଏକ କୋଲ୍‌ ବିୟରିଂ ଟ୍ରିବ୍ୟୁନାଲ (ସିବିଟି) ସ୍ଥାପନ ନେଇ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। କୋଇଲା ଖଣି ମାମଲାଗୁଡିକର...

ଆହୁରି ୨୪ ଘଣ୍ଟା ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର, ୨୮ା୫(ବ୍ୟୁରୋ): ଗତ କିଛିଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଗୁଳୁଗୁଳି ଯୋଗୁ ଘର ଭିତରେ...

ସ୍ବାମୀଙ୍କ ଘରୁ ଚୋରି କରି ଚମ୍ପଟ ହେବା ଘଟଣା: ଉତ୍ତରପ୍ରଦେଶରୁ ସ୍ତ୍ରୀ ଗିରଫ

ରୂପ୍‌ସା, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ମାଣିକପୁରା ଗ୍ରାମର ଖଗେନ୍ଦ୍ର ପରିଡ଼ାଙ୍କ ଘରୁ ବିଭିନ୍ନ ଘରକରଣା ସାମଗ୍ରୀ ସହ ସୁନାଗହଣା ଚୋରି ଅଭିଯୋଗରେ ପନତ୍ୀ ଟିକିଲି ପରିଡ଼ାଙ୍କୁ...

ହଇରାଣ ହେଉଛନ୍ତି ୨ହଜାର ମତ୍ସ୍ୟଜୀବୀ ପରିବାର

ପୁରୀ ଅଫିସ,୯ା୪: ପୁରୀ ପେଣ୍ଠକଟା ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି । ଯେଉଁମାନଙ୍କର ମୁଖ୍ୟ ବେଉସା ହେଉଛି ମାଛ ମାରିବା...

Advertisement
Archives

Model This Week