ଖଣିଜ ଉତ୍ତୋଳନ ଅନିୟମିତତା ମାମଲା:୧୫ଖଣି ଲିଜ୍‌ଧାରୀଙ୍କୁ ଝଟକା

ଯୋଡ଼ା,୧୭।୫(ଡି.ଏନ.ଏ.):ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜ୍‌ଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟକା ଲାଗିଛି। କ୍ଷତିପୂରଣ ଦାଖଲ ପାଇଁ ରାଜ୍ୟ ସରକାର କରିଥିବା ନୋଟିସ ବିରୋଧରେ ୧୫ ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜ୍‌ଧାରୀ କେନ୍ଦ୍ର ଇସ୍ପାତ୍‌ ଓ ଖଣି ମନ୍ତ୍ରଣାଳୟଙ୍କ ଟ୍ରିବ୍ୟୁନାଲ୍‌ର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଏମ୍‌ଏମ୍‌ଡିଆର ଆଇନ ୧୯୫୭ ଅଧୀନରେ କେନ୍ଦ୍ର ଖଣି ଓ ଖଣିଜ ବିଭାଗର ଅଭିଯୋଗ ଶୁଣାଣି ଟ୍ରିବ୍ୟୁନାଲ ତଥା ଯୁଗ୍ମ ସଚିବ ନିରଞ୍ଜନ କେ.ସିଂ ଫାଇନାଲ ଅର୍ଡର ନଂ ୩୧/୨୦୧୯ରୁ ୪୫/୨୦୧୯/ତା. ୯।୫।୨୦୧୯ ରିଖରେ ଲିଜ୍‌ଧାରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଏପରି କି ଯେଉଁ ଖଣି କମ୍ପାନୀ କ୍ଷତିପୂରଣ ଦାଖଲ ନ କରିବେ ସେମାନଙ୍କ ଲିଜ୍‌ ବାତିଲ ପାଇଁ ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଟ୍ରିବ୍ୟୁନାଲ ରାୟରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ମିନେରାଲ କନ୍‌ସେସନ ରୁଲ୍‌- ୨୦୧୬ ର ରୁଲ୍‌ ନଂ୧୨(୧୦) ଓ ଏମ୍‌ଏମ୍‌ଡିଆର ଆଇନ ୧୯୫୭ର ସେକ୍ସନ ୨୧(୫) ଅଧୀନରେ ୧୫ ଖଣି ଲିଜ୍‌ଧାରୀଙ୍କ ବିରୋଧରେ କ୍ଷତିପୂରଣ ଦାଖଲ ନୋଟିସ ଦେଇଥିଲେ। ଏପରି କି ଉକ୍ତ ନୋଟିସ ପାଇବାର ୬୦ ଦିନ ମଧ୍ୟରେ ପ୍ରଚଳିତ ସୁଧ ହାର ସହ ରାଜ୍ୟ ସରକାରଙ୍କୁ କ୍ଷତିପୂରଣ ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରାପ୍ୟ ଅନାଦାୟ କ୍ଷେତ୍ରରେ ରାଜ୍ୟ ସରକାର ଖଣି ଲିଜ୍‌ ବାତିଲ ସହ ସେମାନଙ୍କ ପରଫର୍ମାନ୍ସ ସିକ୍ୟୁରିଟି ବାଜ୍ୟାପ୍ତ କରିପାରିବେ ବୋଲି ଉଲ୍ଲେଖ ରହିଥିଲା। ରାଜ୍ୟ ସରକାରଙ୍କ ଏହି ନୋଟିସ ବିରୋଧରେ ଖଣି ଲିଜ୍‌ଧାରୀମାନେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ଟ୍ରିବ୍ୟୁନାଲ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ଖଣି ଲିଜ୍‌ଧାରୀଙ୍କ ଉକ୍ତ ଆବେଦନର ଶୁଣାଣି କରି ଟିବ୍ୟୁନାଲ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କ୍ଷତିପୂରଣ ନୋଟିସ ବୈଧ ବୋଲି ଉଲ୍ଲେଖ କରିଛନ୍ତି। ପ୍ରକାଶ ଥାଉ କି, ଓଡ଼ିଶା ସରକାର ବହୁ ପୂର୍ବରୁ ଖଣିଲିଜ୍‌ଧାରୀଙ୍କୁ ଡିମାଣ୍ଡ ନୋଟିସ ପଠାଇ ସାରିଛନ୍ତି। କାରଣ ସମ୍ପୃକ୍ତ ଖଣି ଲିଜ୍‌ଧାରୀମାନେ ଏମ୍‌ଏମ୍‌ଡିଆର ଆଇନ ୧୯୫୭ର ସେକ୍ସନ ୨୧(୫) ଅନୁଯାୟୀ ଜଙ୍ଗଲ ଓ ପରିବେଶ ଆଇନର ଉଲ୍ଲଂଘନ କରି ଖଣି ଖନନ କରିଛନ୍ତି। ଏନେଇ ସୁପ୍ରିମ କୋର୍ଟରେ ମଧ୍ୟ ଏକ ମାମଲା(ନଂ ୧୧୪/୨୦୧୪) ରୁଜୁ ହୋଇଥିଲା। ସେଥିରେ କ୍ଷତିପୂରଣ ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ଏମ୍ପାଓ୍ବାର୍ଡ କମିଟି ସୁପାରିସ କରିଥିଲା। ଏହାକୁ ଆଧାର କରି ରାଜ୍ୟ ସରକାର ଉକ୍ତ ୧୫ ଖଣି ଲିଜ୍‌ଧାରୀଙ୍କୁ ନୋଟିସ ଜାରି କରିଥିଲେ। ମାତ୍ର ଏହାକୁ ବିରୋଧ କରି ସେମାନେ ପୁଣି ଖଣି ମନ୍ତ୍ରଣାଳୟ ନିକଟରେ ଆବେଦନ କରିଥିଲେ। ତେବେ କୋଟି କୋଟି ଟଙ୍କାର ସମ୍ପତ୍ତି ଲାଭ କରିଥିବା ୧୫ଖଣି
କମ୍ପାନୀର ଆର୍ଥିକ ସ୍ବାର୍ଥ, ସାମାଜିକ ଓ ବାଣିଜି୍ୟକ ପ୍ରତି ଏବେ ଆହ୍ବାନ ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣି ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଥିବା ଖଣି ଲିଜ୍‌ଧାରୀ ହେଲେ ମାଲା ରାୟ ଆଣ୍ଡ ଅଦର୍ସ, ସତ୍ୟଜିତ ପ୍ରଧାନ, ସୁନନ୍ଦନ ପ୍ରଧାନ, ସୁଶୀଲ କୁମାର ପାଢୀ, ଏସ୍‌.ଡି.ଶର୍ମା, ନାରାୟଣୀ ସନ୍ସ, ରାଜ କୁମାର ଅଗ୍ରୱାଲ, ଡି.ସି ଡୋଗ୍ରାଙ୍କ ଉତ୍ତରାଧିକାରୀ ସଞ୍ଜୟ କୁମାର ଡୋଗ୍ରା, ଦୀନେଶ ଚନ୍ଦ୍ର ଦାସ, ଓ ଜୟକିଶୋର ଚୌବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri