ଖଟରେ ପଡ଼ିଛନ୍ତି ଡମ୍ବରୁଧର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୋକସରା, ୭।୬ (ଡି.ଏନ.ଏ.)  କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଅନ୍ତର୍ଗତ ଭିର୍କାପଡାର ଡମ୍ବରୁଧର ସେଠୀ (୬୩)। ଗତ ୨ମାସ ହେବ ସେ ଖଟରେ ପଡି ରହିଛନ୍ତି। କେଉଁ ରୋଗରେ ସେ ଆକ୍ରାନ୍ତ ତାହା ଜଣାପଡିନାହିଁ। ଚିକିତ୍ସା ଲାଗି ପାଖରେ ଟଙ୍କା ନାହିଁ। ଲକ୍‌ଡାଉନ ଯୋଗୁ ରୋଜଗାର ନାହିଁ। ଏଥିପାଇଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ତାଙ୍କ ପରିବାର। ଏପରି ସମୟରେ ତାଙ୍କ ଚିକିତ୍ସା କିପରି ହେବ ସେହି ଚିନ୍ତା ସମସ୍ତଙ୍କୁ ଘାରିଛି।
ଡମ୍ବରୁଧର କୌଳିକ ବୃତ୍ତିକୁ ଆପଣେଇ ପରିବାର ଚଳାଉଥିଲେ। ଗ୍ରାହକଙ୍କ କପଡା ସଫା କରିବା ସହିତ ଆଇରନ କରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ତେଲଲୁଣର ସଂସାର ଚାଲିଥିଲା। ହେଲେ ଲକ୍‌ଡାଉନ ଯୋଗୁ ତାଙ୍କ କୌଳିକ ବୃତ୍ତି ଉପରେ ତା’ର ପ୍ରଭାବ ପଡିଲା। କାମଧନ୍ଦା ନ ପାଇ ସେ ଘରେ ବସି ରହିଥିଲେ। କିପରି ପରିବାର ଚଳିବ ସେହି ଚିନ୍ତା ତାଙ୍କୁ ଘାରିଲା। ସେହି ଚିନ୍ତାରେ ସେ ଧୀରେ ଧୀରେ ଅସୁସ୍ଥ ହୋଇପଡିଥିଲେ। ଏ ସଂକ୍ରାନ୍ତରେ ଏକାଧିକ ଡାକ୍ତରଙ୍କ ସହ ତାଙ୍କ ପରିବାର ଲୋକେ ପରାମର୍ଶ କରିଥିଲେ। ଡାକ୍ତରଙ୍କ ଲିଖିତ ଔଷଧ ଖାଇଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ। ସ୍ତ୍ରୀ ତାରା ସ୍ବାମୀଙ୍କ ସେବାରେ ଲାଗିଛନ୍ତି। ୨ଝିଅଙ୍କ ବିବାହ ହୋଇସାରିଥିବାରୁ ଆହା ପଦେ କହିବାକୁ ତାଙ୍କ ପାଖରେ କେହିନାହାନ୍ତି । ସରକାରୀ ସହାୟତା କହିଲେ କେବଳ ଖାଦ୍ୟ ସୁରକ୍ଷା ଯୋଜନାର ମିଳୁଥିବା ୧୦ କେଜି ଚାଉଳ ବ୍ୟତୀତ ଏହି ପରିବାରକୁ ଅନ୍ୟ କୌଣସି ସାହାଯ୍ୟ ମିଳିପାରି ନାହିଁ । ଭଙ୍ଗା ଦଦରା ଘରେ ସେ ପଡି ରହିଛନ୍ତି। ଜମିବାଡି କିଛି ନାହିଁ। ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ୨୦୧୭ରୁ ସେ ଦରଖାସ୍ତ କରିଥିଲେ ହେଁ ପକ୍କାଘର ଖଣ୍ଡେ ମିଳିପାରି ନାହିଁ । ଏମିତି କି ଭତ୍ତା ପାଇବା ପାଇଁ ସେ ଯୋଗ୍ୟ ହୋଇଥିଲେ ହେଁ ଏଯାଏ ତାଙ୍କୁ ସେହି ସୁବିଧା ମିଳିନାହିଁ । ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇଛି। ସ୍ବାମୀଙ୍କ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିବା ତାରା କହିଛନ୍ତି। ଏଭଳି ସ୍ଥିତିରେ ସରକାରୀ ସହାୟତା ଯୋଗାଇଦେବା ପାଇଁ ସେ ନିବେଦନ କରିଛନ୍ତି । ଏନେଇ ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ ମେଡିକାଲ ଅଫିସରଙ୍କୁ ପଠାଇ ସେ କେଉଁ ରୋଗରେ ଆକ୍ରାନ୍ତ ତାହା ଜଣାପଡିବା ପରେ ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥି ସହ ଭତ୍ତା ଓ ଘରର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?