ଖଟରେ ପଡ଼ିଛନ୍ତି ଡମ୍ବରୁଧର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୋକସରା, ୭।୬ (ଡି.ଏନ.ଏ.)  କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଅନ୍ତର୍ଗତ ଭିର୍କାପଡାର ଡମ୍ବରୁଧର ସେଠୀ (୬୩)। ଗତ ୨ମାସ ହେବ ସେ ଖଟରେ ପଡି ରହିଛନ୍ତି। କେଉଁ ରୋଗରେ ସେ ଆକ୍ରାନ୍ତ ତାହା ଜଣାପଡିନାହିଁ। ଚିକିତ୍ସା ଲାଗି ପାଖରେ ଟଙ୍କା ନାହିଁ। ଲକ୍‌ଡାଉନ ଯୋଗୁ ରୋଜଗାର ନାହିଁ। ଏଥିପାଇଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ତାଙ୍କ ପରିବାର। ଏପରି ସମୟରେ ତାଙ୍କ ଚିକିତ୍ସା କିପରି ହେବ ସେହି ଚିନ୍ତା ସମସ୍ତଙ୍କୁ ଘାରିଛି।
ଡମ୍ବରୁଧର କୌଳିକ ବୃତ୍ତିକୁ ଆପଣେଇ ପରିବାର ଚଳାଉଥିଲେ। ଗ୍ରାହକଙ୍କ କପଡା ସଫା କରିବା ସହିତ ଆଇରନ କରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ତେଲଲୁଣର ସଂସାର ଚାଲିଥିଲା। ହେଲେ ଲକ୍‌ଡାଉନ ଯୋଗୁ ତାଙ୍କ କୌଳିକ ବୃତ୍ତି ଉପରେ ତା’ର ପ୍ରଭାବ ପଡିଲା। କାମଧନ୍ଦା ନ ପାଇ ସେ ଘରେ ବସି ରହିଥିଲେ। କିପରି ପରିବାର ଚଳିବ ସେହି ଚିନ୍ତା ତାଙ୍କୁ ଘାରିଲା। ସେହି ଚିନ୍ତାରେ ସେ ଧୀରେ ଧୀରେ ଅସୁସ୍ଥ ହୋଇପଡିଥିଲେ। ଏ ସଂକ୍ରାନ୍ତରେ ଏକାଧିକ ଡାକ୍ତରଙ୍କ ସହ ତାଙ୍କ ପରିବାର ଲୋକେ ପରାମର୍ଶ କରିଥିଲେ। ଡାକ୍ତରଙ୍କ ଲିଖିତ ଔଷଧ ଖାଇଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ। ସ୍ତ୍ରୀ ତାରା ସ୍ବାମୀଙ୍କ ସେବାରେ ଲାଗିଛନ୍ତି। ୨ଝିଅଙ୍କ ବିବାହ ହୋଇସାରିଥିବାରୁ ଆହା ପଦେ କହିବାକୁ ତାଙ୍କ ପାଖରେ କେହିନାହାନ୍ତି । ସରକାରୀ ସହାୟତା କହିଲେ କେବଳ ଖାଦ୍ୟ ସୁରକ୍ଷା ଯୋଜନାର ମିଳୁଥିବା ୧୦ କେଜି ଚାଉଳ ବ୍ୟତୀତ ଏହି ପରିବାରକୁ ଅନ୍ୟ କୌଣସି ସାହାଯ୍ୟ ମିଳିପାରି ନାହିଁ । ଭଙ୍ଗା ଦଦରା ଘରେ ସେ ପଡି ରହିଛନ୍ତି। ଜମିବାଡି କିଛି ନାହିଁ। ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ୨୦୧୭ରୁ ସେ ଦରଖାସ୍ତ କରିଥିଲେ ହେଁ ପକ୍କାଘର ଖଣ୍ଡେ ମିଳିପାରି ନାହିଁ । ଏମିତି କି ଭତ୍ତା ପାଇବା ପାଇଁ ସେ ଯୋଗ୍ୟ ହୋଇଥିଲେ ହେଁ ଏଯାଏ ତାଙ୍କୁ ସେହି ସୁବିଧା ମିଳିନାହିଁ । ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇଛି। ସ୍ବାମୀଙ୍କ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିବା ତାରା କହିଛନ୍ତି। ଏଭଳି ସ୍ଥିତିରେ ସରକାରୀ ସହାୟତା ଯୋଗାଇଦେବା ପାଇଁ ସେ ନିବେଦନ କରିଛନ୍ତି । ଏନେଇ ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ ମେଡିକାଲ ଅଫିସରଙ୍କୁ ପଠାଇ ସେ କେଉଁ ରୋଗରେ ଆକ୍ରାନ୍ତ ତାହା ଜଣାପଡିବା ପରେ ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥି ସହ ଭତ୍ତା ଓ ଘରର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପାଇଁ ବିଭିନ୍ନ ଧର୍ମଗୁରୁଙ୍କ ବୈଠକ ଡାକିଲେ ଜିଲାପାଳ

ରାୟଗଡା ଅଫିସ,୫।୪: ରାୟଗଡା ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହରେ ରବିବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ରାୟଗଡା ସହରରେ ଥିବା...

ଝିଅକୁ ଝୁରି ଜୀବନ ହାରିଲେ ବାପା

ନିରାକାରପୁର,୨୨।୬(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ପଦ୍ମପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ ଝିଅର ମୃତ୍ୟୁ ପରେ...

ବିବାହ ବନ୍ଧନରେ ବାନ୍ଧି ହେଲେ ସମ୍ବଲପୁର-ବଲାଙ୍ଗୀର ଜିଲାପାଳ

ଭୁବନେଶ୍ୱର,୨।୫(ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହେଲେ ସମ୍ବଲପୁର ଜିଲାପାଳ ଅନନ୍ୟା ଦାଶ ଓ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା। ଆସାମ ଗୁଆହାଟୀର ଏକ ବିଳାସମୟ ହୋଟେଲରେ...

ନାବାଳିକାଙ୍କୁ ବଳାତ୍କାରଭିଯୋଗ, ଯୁବକ ଗିରଫ

ପାରଳାଖେମୁଣ୍ଡି,୨।୫(ଡି.ଏନ୍‌.ଏ): ଗଜପତି ଜିଲା ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳପୂର୍ବକ ଜଣେ ଯୁବକ ଜଙ୍ଗଲକୁ ଟାଣି ନେଇ ବଳାତ୍କାର କରିଥିବା ସୋମବାର ଅଭିଯୋଗ ହୋଇଥିଲା।...

ଯନ୍ତ୍ରଣାରୁ ମୁକୁଳିଲା ଜୀବିକା

ଅନୁଗୋଳ/ ଢେଙ୍କାନାଳ ଅଫିସ, ୧୬ା୭ ରାସ୍ତା ପାର୍ଶ୍ୱରୁ ରାସ୍ତା ଉପରକୁ ଆସିବ ବସ୍‌। ଜିମ୍‌, ପାର୍ଲରରୁ ଖୋଲିବ ତାଲା। ପଡ଼ିଆକୁ ଫେରିବ କ୍ରୀଡ଼ା। ପୂର୍ବାପେକ୍ଷା ଅଧିକ...

କରୋନାକୁ ଭୟ ନ କରି ସେବା ଯୋଗାଉଛନ୍ତି ସଫେଇ କର୍ମଚାରୀ

ଗଞ୍ଜାମ,୯ା୪(ଡି.ଏନ୍‌.ଏ.) : ଦିନକୁ ଦିନ କରୋନା ଭୟଙ୍କର ରୂପ ନେଉଛି। ଦେଢ଼ ମାସରୁ ଊର୍ଦ୍ଧ୍ୱ ହେବ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱର ଜନସାଧାରଣ ଆତଙ୍କିତ...

ହାଣ୍ଡିଶାଳକୁ ମାଡ଼

ସିଂହପୁର,୧ା୭(ଅନଙ୍ଗ ଉଦୟ ବେଉରିଆ): ପରିବା ଦର୍‌ ହଠାତ ଆକାଶଛୁଆଁ ଯୋଗୁ ଖାଉଟିଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ବଜାରର...

କିଣିଲେନି କେହି, ମାଗଣାରେ ବାଣ୍ଟିଲେ ଟମାଟୋ

କୁଆଁରମୁଣ୍ଡା,୧୭।୩: ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁର ପୌରାଞ୍ଚଳର ବୁଧବାର ସାପ୍ତାହିକ ବଜାରରେ ଟମାଟୋ କେହି ନ କିଣିବାରୁ ଚାଷୀମାନେ ଶେଷରେ ମାଗଣା ବାଣ୍ଟିଥିବା ଦେଖିବାକୁ ମିଳିଛି। ଚାଷୀମାନେ...

Advertisement
Archives

Model This Week