Posted inଖେଳ

କ୍ୱାର୍ଟରରେ ଶରନ: ପ୍ରଜନେଶଙ୍କ ଅଭିଯାନ ଶେଷ

ଲସ୍‌ କାବୋସ (ମେକ୍ସିକୋ), ୧।୮ (ପି.ଟି.)- ଏଠାରେ ଚାଲିଥିବା ଏଟିପି ଲସ୍‌ କାବୋସ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ୨ୟ ରାଉଣ୍ଡର ଏକ ମୁକାବିଲାରେ ଭାରତର ପ୍ରଜନେଶ ଗୁଣେଶ୍ୱରନଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବିଶ୍ୱ ମାନ୍ୟତାର ୯୦ତମ ସ୍ଥାନରେ ରହିଥିବା ପ୍ରଜନେଶ ୬-୪, ୩-୬, ୨-୬ ସେଟ୍‌ରେ ଆମେରିକାର ଟେଲର୍‌ ଫ୍ରିତ୍‌ଜଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ପ୍ରଜନେଶ ପ୍ରଥମ ସେଟ୍‌କୁ ଜିତି ନେଇଥିଲେ ମଧ୍ୟ ପରବର୍ତ୍ତୀ ୨ ସେଟ୍‌ରେ ବିଶ୍ୱ ମାନ୍ୟତାର ୨୮ତମ ସ୍ଥାନରେ ରହିଥିବା ଟେଲରଙ୍କ ନିକଟରୁ ପରାସ୍ତ ହୋଇ ସୁଯୋଗ ହାତଛଡ଼ା କରିଥିଲେ। ଏହି ପ୍ରତିଯୋଗିତାରୁ ପ୍ରଜନେଶଙ୍କୁ ୨୦ ପଏଣ୍ଟ ଓ ୧୨,୮୨୫ ଆମେରିକୀୟ ଡଲାର ମିଳିଛି। ଏଥିସହ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ସେ ୨ଟି ସ୍ଥାନ ଉପରକୁ ଉଠିଛନ୍ତି। ଅପରପକ୍ଷରେ ପୁରୁଷ ଡବଲ୍ସରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ଟେନିସ ଖେଳାଳି ଡିଭିଜ ଶରନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଇସ୍ରାଏଲ୍‌ର ଜୋନାଥନ ଏରିକ୍‌ଙ୍କୁ ସାଥୀ କରି ଖେଳୁଥିବା ଶରନ ୭-୫, ୬-୧ ସେଟ୍‌ରେ ୪ର୍ଥ ସିଡ୍‌ ବେନ୍‌ ମ୍ୟାକ୍‌ଲାଚଲାନ ଓ ଜନ୍‌-ପ୍ୟାଟ୍ରିକ ସ୍ମିଥ୍‌ ଯୋଡ଼ିଙ୍କୁ ହରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାଲେସିଆ ଓପନ ବ୍ୟାଡ୍‌ମିଣ୍ଟନ: ସେମିଫାଇନାଲରେ ପହଞ୍ଚିଲେ ସିନ୍ଧୁ

କୁଆଲାଲମ୍ପୁର,୯ା୧: ଭାରତର ଦୁଇଥର ଅଲିମ୍ପିକ ପଦକ ବିଜେତା ପି.ଭି. ସିନ୍ଧୁ ମାଲେସିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ପୁରୁଷ...

IPLରୁ ବିଦା ହୋଇଥିବା ମୁସ୍ତାଫିଜୁର ରହମାନ କୋଟି କୋଟିର ମାଲିକ, ମୋଟ ସମ୍ପତ୍ତି ମୂଲ୍ୟ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୯।୧: ମୁସ୍ତାଫିଜୁର ରହମାନଙ୍କୁ IPL ୨୦୨୬ରୁ ବାଦ୍‌ ଦିଆଯାଇଛି। BCCI ନିର୍ଦ୍ଦେଶ ପାଳନ କରି, କୋଲକାତା ନାଇଟ ରାଇଡର୍ସ ମୁସ୍ତାଫିଜୁର ରହମାନଙ୍କୁ ସେମାନଙ୍କ ଦଳରୁ ବାଦ୍‌...

ସୁଧୁରୁନି ବାଂଲାଦେଶ: ପୁଣି ICC ନିକଟରେ କଲା ଗୁହାରି

ନୂଆଦିଲ୍ଲୀ,୯।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବାକୁ ଥିବା ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଏହାର ଖେଳାଳିମାନଙ୍କୁ...

‘ଜୟ ଶାହ କେବେ ବ୍ୟାଟ ଧରି ନଥିଲେ’, ପୂର୍ବତନ ବିସିବି ସଦସ୍ୟଙ୍କ ବୟାନ ସାରା ବିଶ୍ୱକୁ ଚକିତ କରିଦେଲା, ଭାରତ ସହ ପାକିସ୍ତାନକୁ ମଧ୍ୟ…

ନୂଆଦିଲ୍ଲୀ,୯।୧: ବିଶ୍ୱ କ୍ରିକେଟରେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ତିକ୍ତ। ବିସିସିଆଇ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲରୁ ବହିଷ୍କାର କରିଥିଲା,...

ଶେଷ ଓଭରରେ ଜିତିବା ପାଇଁ ୬ ରନ୍‌ ବାକି ଥିଲା…ଏମିତି ବୋଲିଂ କଲେ ରାମକୃଷ୍ଣ, ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୯।୧: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ପାଇଁ ମହାରାଷ୍ଟ୍ର ଏବଂ ଗୋଆ ମଧ୍ୟରେ ଏକ ମ୍ୟାଚରେ ଏକ ଅଜବ ଘଟଣା ଘଟିଛି। ମହାରାଷ୍ଟ୍ର ପାଇଁ ଖେଳୁଥିବା...

Video : ମଞ୍ଚ ଉପରେ ରୋହିତ ଶର୍ମାଙ୍କୁ କ୍ୟାପଟେନ ବୋଲି କହିଲେ ଜୟ ଶାହା, ଏବେ ଭାଇରାଲ ହେଉଛି ହିଟମ୍ୟାନଙ୍କ ରିଆକ୍ସନ

ନୂଆଦିଲ୍ଲୀ,୯।୧: ICC ଅଧ୍ୟକ୍ଷ ଜୟ ଶାହା ଏକ କାର୍ଯ୍ୟକ୍ରମରେ ରୋହିତ ଶର୍ମାଙ୍କୁ କିଛି କହିଥିଲେ, ଯାହା ପରେ ହିଟମ୍ୟାନଙ୍କ ପ୍ରତିକ୍ରିୟା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ...

‘God’s Plan’, ନୀଳ ଡ୍ରେସ ପିନ୍ଧା ଯୁବତୀଙ୍କ ସହ ଭିଡ଼ିଓ ପୋଷ୍ଟ କଲେ ପୃଥ୍ବୀ ଶ, ଫ୍ୟୁଚରକୁ ନେଇ ଦେଲେ ବଡ଼ ଅପଡେଟ

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଦଳର ଜଣେ ଉଦୀୟମାନ ତାରକା ଭାବରେ ବିବେଚିତ ପୃଥ୍ବୀ ଶ’ ବର୍ତ୍ତମାନ କେବଳ କ୍ରିକେଟ ନୁହେଁ ବରଂ ଅଧିକ କାରଣ ପାଇଁ...

ଆଇପିଏଲକୁ ଫେରିବେ ମୁସ୍ତାଫିଜୁର ରହମାନ? ବଡ଼ ସୂଚନା ଦେଇ ବାଂଲାଦେଶ କ୍ରିକେଟ ମୁଖ୍ୟ କହିଲେ…

ନୂଆଦିଲ୍ଲୀ,୯।୧: ବାଂଲାଦେଶ କ୍ରିକେଟ ବୋର୍ଡ ସଭାପତି ଅମିନୁଲ ଇସଲାମ ବୁଲବୁଲ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁସ୍ତାଫିଜୁର ରହମାନ ୨୦୨୬ ଆଇପିଏଲରେ ଖେଳିବାର ସମ୍ଭାବନା କମ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri