Posted inଖେଳ

କ୍ୱାର୍ଟରରେ ମନିକା ବାତ୍ରା

ବୁଦାପେଷ୍ଟ,୨୧।୨- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମନିକା ବାତ୍ରା ବିଶ୍ୱର ୨୬ତମ ର଼୍ୟାଙ୍କ ଚେନ ଜୁ ୟୁଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ ବାତ୍ରା ଆଇଟିଟିଏଫ୍‌ ଓ୍ବାଲର୍‌ଡ ଟୁର ହଙ୍ଗେରିଆନ ଓପନର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଭାରତର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଜି. ସାଥିଆ ମଧ୍ୟ ପ୍ରିକ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ସେ ୪-୦ (୧୧-୬, ୧୧-୬, ୧୧-୯, ୧୧-୨) ଗେମ୍‌ରେ ବିଶ୍ୱର ୬୧ତମ ର଼୍ୟାଙ୍କ ଇରାନର ନୋଶାଦ ଆଲମିୟାନଙ୍କୁ ପରାସ୍ତ କରିଛନ୍ତି। ୨୪ ବର୍ଷୀୟା ମନିକା ଏବେ ଆଇଟିଟିଏଫ୍‌ ବିଶ୍ୱର ୬୭ତମ ସ୍ଥାନରେ ଅଛନ୍ତି। ସେ ଚେନଙ୍କୁ ୪-୩ (୯-୧୧, ୪-୧୧, ୭-୧୧, ୧୨-୧୦, ୧୧-୯, ୧୧-୭, ୧୪-୧୨) ସେଟ୍‌ରେ ଅଲିମ୍ପିକ୍‌ ହଲଠାରେ ହରାଇ ଦେଇଛନ୍ତି। ବାତ୍ରା ପ୍ରଥମ ୩ ଗେମ ହରାଇବା ପରେ ମ୍ୟାଚ୍‌କୁ ଫେରିଥିଲେ। ଆଗାମୀ ମ୍ୟାଚ୍‌ରେ ବାତ୍ରା ବିଶ୍ୱର ୧୧ ନମ୍ବର ର଼୍ୟାଙ୍କପ୍ରାପ୍ତ ହିରୋନା ମିଉଙ୍କୁ ଭେଟିବେ। ଏହାବାଦ୍‌ ପୁରୁଷ ଡବଲ୍ସ ବର୍ଗରେ ମଧ୍ୟ ସାଥିଆ ତାଙ୍କ ସାଥି ଆଚାନ୍ତ ଶରଥ କମଲଙ୍କ ସହ ସେମିଫାଇନାଲ ଦୌଡ଼ରେ ଅଛନ୍ତି। ଦୁହେଁ କ୍ୱାର୍ଟର ଫାଇନାଲରେ ହଙ୍ଗେରିର ଆଡାମ ଜୁଦି ଓ ନନଡୋର ଇକସେକିଙ୍କ ଯୋଡ଼ିକୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଏହି କ୍ରିକେଟର୍‌: ଏକଦିବସୀୟ କ୍ରିକେଟରେ ହାସଲ କଲେ ବିରଳ ରେକର୍ଡ

ଜୋହାନ୍ସବର୍ଗ,୫।୪: ପାକିସ୍ତାନର ଓପନର୍‌ ଫାଖର ଜମାନ ପୁଣି ଥରେ ଏକ ବିସ୍ଫୋରକ ଇନିଂଶ ଖେଳିଛନ୍ତି। ସେ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୯୩ ରନ୍‌ର ଅପରାଜିତ...

ଦିନିକିଆ ମ୍ୟାଚ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର୍‌

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ବୋଲରଙ୍କ ପାଇଁ ଏକ ବଡ ଉପଲବ୍ଧି। ବିଶ୍ୱର ଅନେକ ବୋଲର୍‌ ହ୍ୟାଟ୍ରିକ୍‌ ମଧ୍ୟ ନେଇସାରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଅନ୍ତର୍ଜାତୀୟ...

ଡିଡିସିଏରୁ ଇସ୍ତଫା ଦେଲେ ରଜତ ଶର୍ମା

ନୂଆଦିଲ୍ଲୀ,୧୬।୧୧(ପି.ଟି.)- ସିନିୟର ସାମ୍ବାଦିକ ରଜତ ଶର୍ମା ଶନିବାର ଦିଲ୍ଲୀ ଡିଷ୍ଟ୍ରକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଆସୋସିଏଶନ ମଧ୍ୟର ଚାପ ଯୋଗୁ...

ମାଇକେଲ ଜୋର୍ଡାନଙ୍କ ଯୋତା ରେକର୍ଡ ୪ କୋଟି ୬୦ ଲକ୍ଷ ଟଙ୍କାରେ ନିଲାମ

ନ୍ୟୁୟର୍କ,୧୪।୮: ଆମେରିକୀୟ ପୂର୍ବତନ ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏ କିମ୍ବଦନ୍ତୀ ମାଇକେଲ ଜୋର୍ଡାନଙ୍କ ଏକ ଯୋତା ରେକର୍ଡ ମୁଲ୍ୟରେ ନିଲାମ ହୋଇଛି। ଏକ ଅନ୍‌ଲାଇନ୍‌ ଅକସନ...

ଗେଲ୍‌ଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ; ଖେଳିପାରିବେ ଆଇପିଏଲ୍‌

ଦୁବାଇ, ୨୫।୮: ଓ୍ବେଷ୍ଟଇଣ୍ଡିଜ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଫଳରେ ସେ ଆଇପିଏଲ୍‌ର ଆଗାମୀ ତ୍ରୟୋଦଶ ସଂସ୍କରଣରେ କିଙ୍ଗ୍ସ...

ସଫଳତାର ରହସ୍ୟ ବଖାଣିଲେ ‘ସୁନା’ ଝିଅ ହିମା

ଗୁଆହାଟୀ, ୩୦।୭: ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ୧୮ ଦିନ ମଧ୍ୟରେ ୫ଟି ସ୍ବର୍ଣ୍ଣ ପଦକ ଜିତି କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ...

ରେଣୁକାଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ଦୁବାଇ,୧୦ା୮(ପି.ଟି.): ଭାରତୀୟ ପେସ୍‌ ବୋଲର ରେଣୁକା ସିଂ ମଙ୍ଗଳବାର ପ୍ରକାଶିତ ଆଇସିସି ଟି୨୦ ମହିଳା ର଼୍ୟାଙ୍କିଙ୍ଗରେ କ୍ୟାରିୟର ଶ୍ରେଷ୍ଠ ୧୮ତମ ସ୍ଥାନ ଅଧିକାର କରିଛନ୍ତି। ରାଜ୍ୟଗୋଷ୍ଠୀ...

‘ଓଡ଼ିଶାରେ କ୍ରୀଡ଼ା, କ୍ରୀଡ଼ାବିତ୍‌ଙ୍କ ଭବିଷ୍ୟତ ଉଜ୍ଜ୍ୱଳ’

କଟକ ଅଫିସ୍‌/ଖୁଣ୍ଟୁଣି (ଡି.ଏନ.ଏ)୧୬ା୨: ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋଟର୍‌ସ ଆଣ୍ଡ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି ଫର୍‌ କ୍ରିକେଟ ବୁଧବାର ଆଠଗଡ ଗୁରୁଡିଝାଟିଆର କପୁରସିଂହଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement
Archives

Model This Week