କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା,୧୪ ଦିନ ପରେ ବି ସ୍ୱାସ୍ଥ୍ୟ ପରୀକ୍ଷା ହେଉନି

ନୂଆପଡ଼ା ଅଫିସ,୨୪ା୪- ଜିଲା ବାହାର କିମ୍ବା ରାଜ୍ୟ ବାହାରୁ ଆସୁଥିବା ଶ୍ରମିକ କିମ୍ବା ଅନ୍ୟ ଶ୍ରେଣୀର ଲୋକଙ୍କୁ ପୃଥକ୍‌ ବାସରେ ରଖିବାକୁ କ୍ୱାରାଣ୍ଟାଇନ ସେଣ୍ଟର କରାଯାଉଛି। ସେଠାରେ ଖାଦ୍ୟ ପାନୀୟ ସହ ଜରୁରୀ ସେବା ଯୋଗାଇଦେବାର ନିୟମ ରହିଛି। ହେଲେ ଛତିଶଗଡ଼ ସୀମା ଖରିଆରରୋଡ ସହରରେ କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟରଗୁଡିକରେ ବ୍ୟାପକ ଅବ୍ୟବସ୍ଥା ରହିଛି ବୋଲି ପୃଥକ୍‌ବାସରେ ରହୁଥିବା ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି।
ଖରିଆରରୋଡ ଏନ୍‌ଏସି ଅଞ୍ଚଳରେ ମୋଟ ୪ଟି ସେଣ୍ଟରରେ ୧୬୧ଜଣ ବହିରାଗତଙ୍କୁ ରଖାଯାଇଛି। ଉଦାହରଣ ଭାବେ ମୁଣ୍ଡାଗାଁ ସରକାରୀ ବୈଷୟିକ ତାଲିମ କେନ୍ଦ୍ରରେ ମୋଟ ୪୭ଜଣ ବ୍ୟକ୍ତି ରହୁଛନ୍ତି। ହେଲେ ସେମାନଙ୍କ ସକାଶେ ପାନୀୟ ଜଳର ବ୍ୟବସ୍ଥା ନ ଥିବାବେଳେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଏକ ନିର୍ଦ୍ଦିଷ୍ଟ ଆବଦ୍ଧ ଜାଗାରେ ରହୁଥିବା ବ୍ୟକ୍ତିମାନେ ଅଣନିଃଶ୍ୱାସୀ ହୋଇ କଏଦୀଙ୍କ ଭଳି ଜୀବନ ବିତାଉଥିବା ପଡୋଶୀ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଅଞ୍ଚଳର ଶ୍ରମିକମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ନିଜ ଜିଲାସ୍ଥିତ ପଞ୍ଚାୟତକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି। ଅନ୍ୟପକ୍ଷେ ସେମାନଙ୍କୁ ଆବଶ୍ୟକ ସଚେତନ କରାଯାଉ ନ ଥିବାରୁ ସାମାଜିକ ଦୂରତ୍ୱ ନିୟମ ସେଠାରେ ଉଲ୍ଲଂଘନ କରାଯାଉଛି। ପୁଣି ଯେଉଁ ଲୋକମାନେ ପୃଥକ୍‌ବାସରେ ୧୪ ଦିନରୁ ଊର୍ଦ୍ଧ୍ୱ ରହି ସାରିଲେଣି ସେମାନଙ୍କର କୌଣସି ପ୍ରକାର ପରୀକ୍ଷା କରାଯାଉନାହିଁ କି ଘରକୁ ଛାଡିବାର ବ୍ୟବସ୍ଥା କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି। ଏହା ଉପରେ ଖରିଆରରୋଡ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦେବେନ୍ଦ୍ର ନାଥ ମହାରଣାଙ୍କୁ ପଚାରିବାରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ତଥାପି ଲୋକେ ବିଭିନ୍ନ ପ୍ରକାର ବାହାନା କରୁଛନ୍ତି ବୋଲି କହିଛନ୍ତି। କେତେକ ସ୍ଥାନରେ ଲୋକମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସେମାନେ ଖୋଲାଖୋଲି ବାହାରେ ବୁଲୁଥିବା ଅଭିଯୋଗ ହୋଇଛି। ଏହା ଉପରେ ଜିଲା ପ୍ରଶାସନ ଗୁରୁତ୍ୱାରୋପ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାନୀୟ ନିଯୁକ୍ତିକୁ ପ୍ରୋତ୍ସାହନ: ହଳଦୀ ପ୍ରସ୍ତୁତିକରଣ ଯନ୍ତ୍ର ଉଦ୍‌ଘାଟିତ

ଭବାନୀପାଟଣା,୧୧।୮(ଡି.ଏନ୍‌.ଏ.): ମହିଳା ସଶକ୍ତିକରଣ ନିମନ୍ତେ ନିଜର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ବେଦାନ୍ତ ଆଲୁମିନିୟମ ହଳଦୀ ପ୍ରକ୍ରିୟାକରଣ ଯନ୍ତ୍ର ଉଦ୍‌ଘାଟନ। କରିଛି ...

ଜନ୍ମମାଟିରେ ଶହୀଦ ଅଜିତ୍‌ଙ୍କ ମରଶରୀର: ଶେଷ ଦର୍ଶନ ପାଇଁ ଗ୍ରାମରେ ଜନସମୁଦ୍ର, ଗ୍ରାମ ଶ୍ମଶାନରେ କରାଯିବ ଶେଷକୃତ୍ୟ

କାମାକ୍ଷାନଗର,୨୦।୬(ଡି.ଏନ୍‌.ଏ.): ଶହୀଦ ଅଜିତ୍‌ ସାହୁଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବଡ଼ସୁଆଁଳ ଗ୍ରାମରେ ପହଞ୍ଚିଛି। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବହୁ...

କାର୍ଯ୍ୟାଦେଶ ମିଳିଛି, ଟଙ୍କା ମିଳୁନି: ସ୍ଲାବ ପାଇଁ ଟଙ୍କା ନାହିଁ; ଭଙ୍ଗା ଘର ଭରସା

ନୂଆପଡା ଅଫିସ,୧୫ା୮ : ସରକାର କାହାରିକୁ ଖପର ଘରେ ରହିବାକୁ ଦେବେ ନାହିଁ ବୋଲି ହଜାର ହଜାର ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇଦେଉଛନ୍ତି ।...

ଟେଷ୍ଟିଂ କିଟ୍‌ ଅଭାବ, ଫେରିଗଲେ ୪୦ ରୋଗୀ

କଟକ ଅଫିସ,୨୬ା୮: କରୋନାକୁ ନିୟନ୍ତ୍ରଣରେ ଆଣିବା ଲାଗି ରାଜ୍ୟ ସରକାର ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହା କେବଳ କଥାରେ ସୀମିତ ବୋଲି ଆଚାର୍ଯ୍ୟ...

ଆମ ଗାଁ ଆମ ବିକାଶ ଯୋଜନା : ରାଁସୋଳ ଶ୍ରେଷ୍ଠ ପଞ୍ଚାୟତଭାବେ ପୁରସ୍କୃତ

କାଳିଆପାଣି,୫।୯(ଡି.ଏନ୍‌.ଏ.)- ରାଜ୍ୟ ସରକାରଙ୍କ ‘ଆମ ଗାଁ ଆମ ବିକାଶ’ ଯୋଜନାର ସଫଳ ରୂପାୟନ ନେଇ ବୁଧବାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁସୋଳ ପଞ୍ଚରାୟତକୁ ଶ୍ରେଷ୍ଠ ପଞ୍ଚାୟତଭାବେ...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌

ନୂଆଗାଁ,୧।୧୨(ଡି.ଏନ୍‌.ଏ.): ନୟାଗଡ ଜିଲା ନୂଆଗାଁ ଥାନା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ପଞ୍ଚୁପାଣ୍ଡବ ନିକଟସ୍ଥ ଜଙ୍ଗଲ ମଧ୍ୟରେ ରବିବାର ସକାଳେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌...

ସାପ ଓକାଳିଲା ସାପ

ଉଦଳା,୨୧ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଏନ୍‌ଏସି ଅଧୀନ ୧୦ନଂ. ୱାର୍ଡର କୃପାସିନ୍ଧୁ ବେହେରାଙ୍କ ଘର ବାଡ଼ିରେ ଏକ ବିଷାକ୍ତ ରଣା ସାପ ଖାଦ୍ୟ ଅନ୍ବେଷଣରେ ଆସି...

ପୌର ପ୍ରଶାସନର କାର୍ଯ୍ୟକୁ ନେଇ ସନ୍ଦେହରେ କର୍ମଚାରୀ;୯ ମାସ ହେବ ଜମା ହେଉନି ଇପିଏଫ୍‌ ଅର୍ଥ

ଅନୁଗୋଳ ଅଫିସ, ୧୭ା୧୦: ଅନୁଗୋଳ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାବଦ ଅର୍ଥ କଟୁଛି। କିନ୍ତୁ କଟାଯାଉଥିବା ଅର୍ଥକୁ...

Coronavirus Update


Archives

Model This Week

Why Dharitri