କ୍ୱାରାଣ୍ଟାଇନ, ଲକଡାଉନ ନିୟମ ଉଲ୍ଲଂଘନ: ୧୪ ମାମଲା

ଅନୁଗୋଳ ଅଫିସ୍, ୨୮ା୩- ବାହାରୁ ଆସିଥିବା ଲୋକଙ୍କୁ ହୋମ କ୍ୱାରାଣ୍ଟାଇନ ବା ସଙ୍ଗରୋଧରେ ରହିବାକୁ ବାରମ୍ବାର ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହାକୁ ଅନେକେ ମାନୁ ନ ଥିବା ଦେଖାଦେଇଛି । ଅନୁଗୋଳ ଜିଲାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଲୋକଙ୍କୁ ଅଲଗା ରହିବାକୁ କୁହାଯାଇଥିବାବେଳେ ସେମାନେ ଘରେ ନ ରହି ବାହାରେ ବୁଲିବା ସହ ଅନ୍ୟମାନଙ୍କ ସହ ମିଳାମିଶା କରୁଥିବାରୁ  ପୋଲିସ ପୁଣି ଶନିବାର ୫ଟି ମାମଲା ରୁଜୁ କରିଛି। ୫ ଜଣଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସେମାନେ ଘରେ ନ ଥିବା ଜଣାପଡିଥିଲା। ପୋଲିସ ସମ୍ପୃକ୍ତ ୫ ଜଣଙ୍କୁ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା କ୍ୱାରାଣ୍ଟାଇନ ଓ୍ବାର୍ଡରେ ଭର୍ତ୍ତି କରିଛି । ଏ ନେଇ ବଅଁରପାଳ ଥାନାରେ ୩, ଅନୁଗୋଳ ଓ ଏନଟିପିସି ଥାନାରେ ୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ସେହିପରି ଜିଲାରେ ଲକଡାଉନ ନିୟମ ନ ମାନି କିଛି ଲୋକ ବହୁ ସଂଖ୍ୟାରେ ଏକାଠି ହୋଇ ତାସ ଖେଳୁଥିବା ଏବଂ ବିନା କାରଣରେ ଘରୁ ବାହାରୁ ଥିବାରୁ ପୋଲିସ ଶନିବାର ୯ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ସେମାନଙ୍କ ନିକଟରୁ ୨ଟି ବାଇକ, ତାସ ପ୍ୟାକେଟ ଜବତ କରାଯାଇଛି । ସେମାନଙ୍କ ମଧ୍ୟରେ ବିନା କାମରେ ଘରୁ ବାହାରିବା ଅଭିଯୋଗରେ ୫ ଜଣ ଓ ଜରପଡା ଥାନା ଅଞ୍ଚଳରେ ତାସ ଖେଳୁଥିବା ୪ ଜଣ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?