କ୍ୱାରାଣ୍ଟାଇନ କେନ୍ଦ୍ରରେ କଳାର ସ୍ପର୍ଶ

ବଅଁରପାଳ,୧୩ା୬(ଡି.ଏନ.ଏ.) – ସ୍କୁଲରେ ପଢ଼ିଲା ବେଳେ ଭଲ ଚିତ୍ର ଆଙ୍କୁଥିଲେ। ଏହା ସେତେବେଳେ ତାଙ୍କ ପରିଚୟ ପାଲଟିଥିଲା। ହେଲେ ସେହି ପ୍ରତିଭାର ବିକାଶ ପୂର୍ବରୁ ପରିବାରର ବୋଝ ତାଙ୍କୁ କେରଳରେ ଶ୍ରମିକ କରିଦେଲା। ସେବେଠାରୁ ଆଉ ତୂଳୀ ଧରି ନ ଥିବା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗିରିଧିବାସିଆ ଗ୍ରାମର ବିକାଶ ଭୋଇ (୧୮) ଏବେ ଗଁ।  କ୍ୱାରାଣ୍ଟାଇନ କେନ୍ଦ୍ରରେ ଦେଇଛନ୍ତି ଯାଦୁକରୀ କଳାର ସ୍ପର୍ଶ। କାନ୍ଥ, ପିଲରଗୁଡ଼ିକରେ ସେ ଆଙ୍କିଥିବା ଚିତ୍ର ସଙ୍ଗରୋଧ କେନ୍ଦ୍ରର ଅନ୍ୟ ସାଥୀମାନଙ୍କୁ ବେଶ୍‌ ଚକିତ କରିଦେଇଛି। ଗ୍ରାମବାସୀ, ସରପଞ୍ଚ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି।


ବିକାଶ କହିଛନ୍ତି, ବହୁ ଦୁଃଖ କଷ୍ଟରେ ସେ ୧୦ମ ଶ୍ରେଣୀ ଯାଏ ପଢ଼ିପାରିଛନ୍ତି। ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁ ସେ ଅଧିକ ପଢ଼ିବା ପରିବର୍ତ୍ତେ କେରଳ ଚାଲି ଯାଇଥିଲେ। ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କରୋନା କଟକଣା ପରଠାରୁ ସେ ବହୁ ଦୁଃଖ କଷ୍ଟରେ ସେଠାରେ ଫସି ରହିଥିଲେ। ଗତ ୫ ତାରିଖରେ ସେ କେରଳରୁ ଫେରିଛନ୍ତି। ତାଙ୍କୁ ବଅଁରପାଳସ୍ଥିତ ପି.ବି.କେ. ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ତେଣୁ ସେଠାରେ ଅଯଥାରେ ବସି ସମୟ ନଷ୍ଟ କରିବା ବଦଳରେ ସେ ସ୍କୁଲ ପିଲାଙ୍କ ପାଇଁ ସୁନ୍ଦର ଚିତ୍ରକଳାମାନ ଅଙ୍କନ କରିବାକୁ ଇଚ୍ଛା କରିଥିଲେ। ପ୍ରଥମେ କାଗଜରେ ବିଭିନ୍ନ ଚିତ୍ର ଆଙ୍କି ସେ ବଅଁରପାଳ ସରପଞ୍ଚ ଫକୀର ନାଏକଙ୍କୁ ଦେଇଥିଲେ। ଅନୁମତି ମିଳିଲେ ବିଦ୍ୟାଳୟ ପରିସରର ସୌନ୍ଦର୍ଯ୍ୟ ବଢ଼ାଇବେ ବୋଲି କହିଥିଲେ। ତାଙ୍କ କଥା ରଖି ସରପଞ୍ଚ ତୂଳୀ ଓ ବିଭିନ ରଙ୍ଗ ଯୋଗାଇ ଦେବା ପରେ ସେ କାନ୍ଥ ଓ ପିଲରଗୁଡ଼ିକରେ ଗଣେଶ, ଜଗନ୍ନାଥ ଓ ବିଭିନ୍ନ ଦେବଦେବୀଙ୍କ ଚିତ୍ର ସହ ଫୁଲ ଏବଂ ଗଛମାନ ଆଙ୍କିଛନ୍ତି। ଏଥିରେ ଜଣେ ସହଯୋଗ ମଧ୍ୟ କରିଛନ୍ତି। ଓଡ଼ିଶାରେ ତାଙ୍କୁ ଭଲ କାମଟିଏ ମିଳିଗଲେ ଆଉ କେରଳ ଯିବେ ନାହିଁ ବୋଲି ବିକାଶ ପ୍ରକାଶ କରିଛନ୍ତି। ବିକାଶଙ୍କ ଏପରି ପ୍ରତିଭା ସମ୍ପର୍କରେ ସରପଞ୍ଚ ନାଏକ ଏବଂ ସାମାଜିକ କର୍ମୀ ଅଭୟ ସେନାପତି କହିଛନ୍ତି, ବିକାଶ ଚିତ୍ରକଳା ଅଙ୍କନ ପାଇଁ ଇଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ପଞ୍ଚାୟତ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା। ସେ ବେଶ୍‌ ସୁନ୍ଦର କାରୁକାର୍ଯ୍ୟ ମାନ କରି ସ୍କୁଲର ସୌନ୍ଦର୍ଯ୍ୟ ବଢ଼ାଇ ଦେଇଛନ୍ତି। କ୍ୱାରାଣ୍ଟାଇନ ଅବଧି ପୂରଣ ପରେ ବିକାଶଙ୍କୁ ଏଥିପାଇଁ ପାରିଶ୍ରମିକ ଦିଆଯାଇ ସମ୍ମାନର ସହ ଘରକୁ ପଠାଇ ଦିଆଯିବ ବୋଲି ସରପଞ୍ଚ ନାଏକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରୁ ଛଟେଇ, ଧାରଣାରେ ବସିଲେ

ଛତ୍ରପୁର,୭ା୫(ଦିଲୀପ ସାମଲ): ଛତ୍ରପୁର ବ୍ଲକ ବଡ଼ ମାଧପୁର ପଞ୍ଚାୟତରେ ଏମ୍‌ବିକେ ଭାବେ କାର୍ଯ୍ୟରତ ମଞ୍ଜୁ ବେହେରାଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି। ବିନା କାରଣରେ ତାଙ୍କୁ ବହିଷ୍କାର କରାଯାଇଥିବା…

ପୁଣି କୋଟିଆ ବିବାଦ: ଜନଗଣନା କରୁଛନ୍ତି ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୭।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ବିବାଦ ଥମିବାର ନା ଧରୁନାହିଁ। ଅନ୍ୟପକ୍ଷେ ଓଡ଼ିଶାକୁ ଚେକ୍‌ ଦେବାରେ ପଛଘୁଞ୍ଚା…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଗଞ୍ଜାମ,୭ା୫(ବିଦ୍ୟାଧର ସାହୁ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରାମଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଏପରିକି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ…

ଶ୍ୱଶୁର ଘରୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଥୁଆମୂଳ ରାମପୁର, ୭ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଡୁମେରପଦର ମୁଖ୍ୟ ରାସ୍ତାର ଲାଠିଆଗୁଡ଼ା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀଙ୍କ ମୃତ୍ୟୁ…

ରାସ୍ତା ପାର ହେଉଥିଲେ ହରିଣ, ଦ୍ରୁତ ଗତିରେ ଆସି ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରସାଦ ଜାତୀୟ ରାଜପଥର ସୋରାଦେବୀ ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଏକ ମାଈ ହରିଣ ଛୁଆ ଗୁରୁତର…

ଆବାସ ଯୋଜନାରୁ ବଞ୍ଚିତ ଦାଶକାଠିଆ କଳାକାରଙ୍କ ପରିବାର

ରିଷିଡ଼ା,୭ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରାଜପୁର ପଞ୍ଚାୟତ ଗ୍ରାମର ଲୋକପ୍ରିୟ ଦାଶକାଠିଆ କଳାକାର ସ୍ୱର୍ଗତ ଇନ୍ଦ୍ରମଣି ଭୋଇଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ…

୪ ଦିନ ହେଲା ଜଳବନ୍ଦୀ: ତହସିଲଦାରଙ୍କୁ ଦାବିପତ୍ର, ରାସ୍ତାରୋକୋ ଚେତାବନୀ

ଦିଗପହଣ୍ଡି,୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ ନଂ. ୱାର୍ଡ ବସଷ୍ଟାଣ୍ଡ ଅଞ୍ଚଳର ଉତ୍ତର ଓ ଦକ୍ଷିଣ ସାହିରେ ଘରକରି ରହୁଥିବା ବାସିନ୍ଦା ଓ…

ଭୋଜି ହେଲା କାଳ: ନଦୀକୁ ଖସି ପଡ଼ି ଫାର୍ମାସିଷ୍ଟ ଛାତ୍ରଙ୍କ ମୃତ୍ୟୁ

ହାଟଡିହୀ/ଛେନାପଦୀ,୭।୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହଦଗଡ଼ ସାଳନ୍ଦୀ ନଦୀକୁ ଖସି ପଡି ଜଣେ ଫାର୍ମାସିଷ୍ଟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲା ବନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri