କ୍ୱାରାଣ୍ଟାଇନ କେନ୍ଦ୍ରରେ ସ୍ବାବ୍‌ ସଂଗ୍ରହ ବନ୍ଦ ନେଇ ଅସନ୍ତୋଷ

ସୋର, ୨୨ା୫(ଡି.ଏନ.ଏ.)-ସୋରର ବିଭିନ୍ନ କ୍ୱାରାଣ୍ଟାଇନ କେନ୍ଦ୍ରରେ ସ୍ବାବ ସଂଗ୍ରହ ବନ୍ଦ ନେଇ ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୋର ବ୍ଲକ ଓ ମ୍ୟୁନିସିପାଲିଟିକୁ ଫେରିବାକୁ ୧୧ହଜାର ୨୯୦ଜଣ ପଞ୍ଜିକୃତ କରିଥିବା ବେଳେ ଅଦ୍ୟାବଧି ଫେରିଛନ୍ତି ୨୨୪୦। ସେମାନଙ୍କ ମଧ୍ୟରୁ ୧୨୩୨ ପ୍ରବାସୀ କ୍ୱାରାଣ୍ଟାଇନରେ ଥିବା ବେଳେ ସେମାନଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା। ଏବେ ସଙ୍ଗରୋଧ କେନ୍ଦ୍ରରେ ସ୍ବାବ ପରୀକ୍ଷା କରା ନ ଯାଇ କେବଳ ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍ବାବ ବାଲେଶ୍ୱର ଜ୍ୟୋତି କୋଭିଡ୍‌ ହସ୍‌ପିଟାଲରେ ହେବ ବୋଲି ସୂଚନା ମିଳିଛି। ସଙ୍ଗରୋଧ କେନ୍ଦ୍ରରେ ସ୍ବାବ ପରୀକ୍ଷା କରିବାକୁ ପ୍ରବାସୀ ଅଡି ବସୁଥିବା ବେଳେ ଏହା କେନ୍ଦ୍ରରେ ସମ୍ଭବ ନ ଥିବା ସୂଚନା ମିଳିଛି। ବାହାରୁ ଆସୁଥିବା ସମସ୍ତଙ୍କ ପାଇଁ ୨୧ଦିନର ସଙ୍ଗରୋଧ କେନ୍ଦ୍ର ରହଣି ବାଧ୍ୟତାମୂଳକ ଥିବା ବେଳେ ଘରକୁ ଫେରିବାକୁ ଗର୍ଭବତୀ, ଶିଶୁ, ଭିନ୍ନକ୍ଷମ ଓ ଶିକ୍ଷାର୍ଥୀଙ୍କୁ ଜିଲାପାଳଙ୍କ ଅନୁମୋଦନ ପରେ ଘରେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ଅନୁମତି ମିଳିବ। ଅଦ୍ୟାବଧି ୪ଜଣଙ୍କୁ ଘରେ ରହିବାକୁ ପ୍ରଶାସନିକ ଅନୁମତି ମିଳିଛି। ସୋର ବ୍ଲକର ୨୪ଟି ପଞ୍ଚାୟତରେ ୩୦ଟି ସଙ୍ଗରୋଧ କେନ୍ଦ୍ରରେ ୧୭୪୩ ପ୍ରବାସୀ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୩୧ଜଣ ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିଛନ୍ତି। ସେହିପରି ସୋର ମ୍ୟୁନିସିପାଲିଟିକୁ ଫେରିବାକୁ ୧୫୯୦ ପଞ୍ଜିକୃତ ହୋଇଛନ୍ତି। ପ୍ରଥମ ପଯର୍‌ୟାୟରେ ୬୬ଜଣ ସଙ୍ଗରୋଧରେ ରହି ସ୍ବାବ ପରୀକ୍ଷା ପରେ ଘରକୁ ଫେରିଥିବା ବେଳେ ଏବେ ୩ଟି କେନ୍ଦ୍ରରେ ଶହେ ଜଣ ପ୍ରବାସୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ସହାୟତା, ଆତ୍ମହତ୍ୟା କଲେ ଦିବ୍ୟାଙ୍ଗ

ବାହାନଗା, ୧୦ା୯(ଡି.ଏନ.ଏ.): ସଡ଼କ ଦୁର୍ଘଟଣାରେ ଦିବ୍ୟାଙ୍ଗ ପାଲଟିଯାଇଥିବା ଜଣେ ଯୁବକ ସହାୟତା ନ ପାଇ ଚାରିଆଡୁ ନିରାଶ ହେବା ପରେ ଶେଷରେ କୀଟନାଶକ ପିଇ ଆତ୍ମହତ୍ୟା...

ଉପକୂଳ ଅଞ୍ଚଳ ସୁରକ୍ଷାକୁ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୧ା୬: କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।...

ଦୋଷୀଙ୍କୁ ଦଣ୍ଡ ଦାବିରେ ସଙ୍କଳ୍ପ ପଦଯାତ୍ରା

ଖଇରା,୪।୧୨(ଡି.ଏନ.ଏ.): ହାଇଦ୍ରାବାଦ ସମେତ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଗଣବଳାତ୍କାର ଓ ନାରୀ ନିର୍ଯାତନା ଘଟଣା ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦ ଜଣାଇବା ସହ...

କ୍ୟୁଆର-ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର ଅଫିସ,୨୩।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର(ସମନ୍ବିତ ପରୀକ୍ଷଣ କେନ୍ଦ୍ର) ପରିସର ୩ ନମ୍ବର ଲଞ୍ଚପ୍ୟାଡରୁ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ସ୍ବଳ୍ପ ଦୂରଗାମୀ କ୍ୟୁଆର-ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର...

ବିଭିନ୍ନ ସଙ୍ଗଠନ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା

ଖଇରା, ୨୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥଦାନ...

ବିଭିନ୍ନ ଦାବି ନେଇ ବଡ଼ଶାଳ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

କପ୍ତିପଦା,୧୮।୪(ଡି.ଏନ.ଏ): କପ୍ତିପଦା ବ୍ଲକ ଅଧିନ ଲାବଣ୍ୟଦେଇପୁର ପଞ୍ଚାୟତର ବଡ଼ଶାଳ ଗଁ।ର ଆଗାମୀ ନିର୍ବାଚନ ଅର୍ଥାତ୍‌ ଏପ୍ରିଲ ୨୯ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗଁ।ଲୋକେ...

ଭୁଲ୍‌ ଜାତିଗତ ପ୍ରମାଣପତ୍ର ଦାଖଲ ଅଭିଯୋଗ: ସୋର ବିଧାୟକଙ୍କ ନାମରେ ହାଇକୋର୍ଟରେ ମାମଲା

ସୋର, ୨୧।୬(ଡି.ଏନ.ଏ.)- ଭୁଲ୍‌ ଜାତିଗତ ପ୍ରମାଣପତ୍ର ପ୍ରଦାନ ଏବଂ ନିର୍ବାଚନୀ ସତ୍ୟପାଠରେ ନିର୍ଦ୍ଦିଷ୍ଟ କଲମ ଫାଙ୍କା ଛାଡ଼ିବା ଘଟଣା ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ପୁଣି...

ଟେଣ୍ଟ ହାଉସ ମାଲିକ କାନ ଧରି ଭୁଲ୍‌ ମାଗିଲେ

ରୂପ୍‌ସା,୧୦ା୯(ଡି.ଏନ୍‌.ଏ.): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିମାଙ୍କୁ ଏକ ପିକ୍‌ଅପ ଭ୍ୟାନ ପଛପଟେ ବାନ୍ଧି ନିଆଯିବା ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ...

Advertisement
Archives

Model This Week