କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଅଣାଯାଇଥିଲା ସୋର ଡାକ୍ତରଖାନା: ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ସୋର,୪।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମର ବିପିନ୍ନ ବିହାରୀ ମହାନ୍ତି ମୁମ୍ବାଇରୁ ଆସି ସ୍ଥାନୀୟ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ। ବୁଧବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦାୟିତ୍ୱରେ ଥିବା ଡାକ୍ତର ଚିକିତ୍ସା କରିବା ସହିତ ତାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ। ଗୁରୁବାର ଭୋରରେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ସମ୍ପର୍କୀୟ ଓ ଗ୍ରାମବାସୀ ଡାକ୍ତରଖାନାରେ ପହଞ୍ଚି ଭୁଲ ଇଞ୍ଜେକସନ ଦେଇ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ପାଟିତୁଣ୍ଡ କରିଥିଲେ। ପରେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ରାଜନୀତି କ୍ଷେତ୍ରରେ…

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଭାନ…

ତୀରନ୍ଦାଜ ପ୍ରତିଯୋଗିତା: କଳାହାଣ୍ଡର ୩ ପ୍ରତିଯୋଗୀ ଜାତୀୟସ୍ତରକୁ ମନୋନୀତ

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ତୀରନ୍ଦାଜ ପ୍ରତିଯୋଗୀମାନେ ସିବିଏସଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତାରେ ୩ଟି ସ୍ବର୍ଣ୍ଣ…

ରାସ୍ତାରେ ଶହ ଶହ ଖାଲ ଢିପ ଯୋଗୁ ଯାତାୟାତରେ ସମସ୍ୟା, ଚେତାବନୀ ଦେଲେ ସହରବାସୀ, ମରାମତି ନ ହେଲେ ଆଗାମୀ ଦିନରେ…

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗୀର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

କଟକ ଜିଲାପାଳଙ୍କ ଜନଶୁଣାଣୀ ବେଳେ ଅଭାବନୀୟ ଘଟଣା, ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ….

କଟକ ସଦର,୨୭।୭(ସୁଶାନ୍ତ କୁମାର ଜେନା): କିଶନ ନଗର ତହସିଲ କାର୍ଯ୍ୟାଳୟରେ ସୋମବାର କଟକ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଚାଲିଥିଲା । ଏହି ସମୟରେ ଏକ ଅଭାବନୀୟ ଘଟଣା…

ନୂଆ ସ୍ବପ୍ନ, ନୂଆ ଲକ୍ଷ୍ୟ: ମହାବିଦ୍ୟାଳୟରେ ପାଦ ଥାପିଥିବା ନବାଗତ ଛାତ୍ରୀଛାତ୍ରଙ୍କୁ ପରାମର୍ଶ, ଉପସ୍ଥାନ କମ୍‌ ରହିଲେ…

ଭଞ୍ଜନଗର, ୨୭।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ସୋମବାର ଯୁକ୍ତ ୩…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ, ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫଓ

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃମାମଲାରେ ତତ୍କାଳୀନ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍‌ଙ୍କ(SDJM) ଅଦାଲତରେ ଆତ୍ମସମର୍ପଣ କରିଛନ୍ତି।…

ପଞ୍ଚଲିଙ୍ଗେଶ୍ୱରରେ ବାବାଙ୍କୁ ସ୍ପର୍ଶ ମନା: ଲାଗୁ ହେଲା କଟକଣା, ଜାଣନ୍ତୁ କାହିଁକି

ନୀଳଗିରି, ୨୭।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଝରଣା ପାଣିର ପ୍ରଖର ସ୍ରୋତ…

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri