କ୍ୱାରାଣ୍ଟାଇନ୍‌ରେ ସରିଯାଉଛି କର୍ତ୍ତବ୍ୟ

ଛେଣ୍ଡିପଦା,୩୦।୫(ସ୍ବ.ପ୍ର.)

ମଜୁରି ନ ଦେଇ ଖାଲି ହାତରେ ମାଲିକ ବିଦା କରିଦେବା ପରେ ଓଡ଼ିଶା ସରକାରଙ୍କ ଭରସାରେ ସେମାନେ ତେଲଙ୍ଗାନାରୁ ଚାଲିବା ଆରମ୍ଭ କରିଥିଲେ। ବହୁ କଷ୍ଟରେ ଶହ ଶହ କିଲୋମିଟର ଅତିକ୍ରମ କରି ବୌଦ୍ଧ ଓ ଆଠମଲ୍ଲିକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପହଞ୍ଚିଥିଲେ। ଏହାପରେ ଆଉ କଷ୍ଟ ସ୍ବୀକାର କରିବାକୁ ପଡ଼ିବ ନାହିଁ ବୋଲି ସେମାନେ ଭାବି ନେଇଥିଲେ। ହେଲେ ଉଭୟ ସ୍ଥାନରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉପଯୁକ୍ତ ସହଯୋଗ କରାଯାଇ ନ ଥିଲା। ଏପରି କି ୧୦ ଦିନ ସଙ୍ଗରୋଧରେ ରହିବା ପରେ ପୁଣି ଚାଲି ଚାଲି ଘରକୁ ଯିବାକୁ ଛାଡ଼ି ଦିଆଯାଇଥିଲା। ଓଡ଼ିଶା ସରକାର ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାକୁ କେତେ ଯୋଜନା କରିଥିଲେ ବି ପ୍ରଶାସନ କିନ୍ତୁ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ କରି କର୍ତ୍ତବ୍ୟ ଶେଷ କରିଦେଉଥିବା ଅନୁଗୋଳ ଜିଲା ରେଙ୍ଗାଳି ଅଞ୍ଚଳର ୪ଜଣ ଶ୍ରମିକ ଅଭିଯୋଗ କରିଛନ୍ତି। ତେବେ ଛେଣ୍ଡିପଦା ପୋଲିସ ସେମାନଙ୍କୁ ରାସ୍ତାରୁ ଉଦ୍ଧାର କରି ଘରେ ପହଞ୍ଚାଇବା ବ୍ୟବସ୍ଥା କରିଥିବାରୁ ଶ୍ରମିକମାନେ ସନ୍ତୋଷ ପ୍ରକାଶ କରିଛନ୍ତି।
ଅନୁଗୋଳ ଜିଲା ରେଙ୍ଗାଳି ଅଞ୍ଚଳର ପ୍ରଶାନ୍ତ ପାତ୍ର, ମହେଶ ଶର୍ମା, ଆନନ୍ଦ ଦାଶ, ଦୁର୍ଯ୍ୟୋଧନ ବେହେରା କହିଛନ୍ତି, ତେଲଙ୍ଗାନାର ସିଦ୍ଧିପେଟାଠାରେ ସେମାନେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ। ଲକ୍‌ଡାଉନ ଘୋଷଣା ପରଠାରୁ ପ୍ରାୟ ମାସେ ପର୍ଯ୍ୟନ୍ତ ସେମାନେ ସେଠାରେ ବିନା କାମରେ ରହିଥିଲେ। ପରେ ମାଲିକ ପାରିଶ୍ରମିକ ନ ଦେଇ ତଡ଼ି ଦେଇଥିଲେ। ଫଳରେ ସିଦ୍ଧିପେଟାରୁ ଚାଲି ଚାଲି ସେମାନେ ମାଲକାନଗିରିର ମୋଟୁ ଅଞ୍ଚଳକୁ ଆସିବା ପରେ ଏକ ବସ୍‌ ଯୋଗେ ବୌଦ୍ଧରେ ପହଞ୍ଚିଥିଲେ। ସେଠାକାର ପ୍ରଶାସନ ସେମାନଙ୍କୁ ମାତ୍ର ୨ ଦିନ କ୍ୱାରାଣ୍ଟାଇନରେ ରଖି ଛାଡ଼ି ଦେଇଥିଲା। ସେଠାରୁ ଚାଲି ଆଠମଲ୍ଲିକରେ ପହଞ୍ଚିବା ପରେ ନୀଳକଣ୍ଠପଡା କ୍ୱାରାଣ୍ଟାଇନ ସେଣ୍ଟରରେ ୧୦ ଦିନ ରଖାଯାଇଥିଲା। କିନ୍ତୁ ଆଠମଲ୍ଲିକ ପ୍ରଶାସନ ମଧ୍ୟ ଘରେ ପହଞ୍ଚାଇବା ବ୍ୟବସ୍ଥା ନ କରି ନିଜ ସୁବିଧା ଅନୁସାରେ ଯିବାକୁ କହିଥିଲା। ଚାଲି ଚାଲି ଥକି ଯାଇଥିବାରୁ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ସେମାନେ ବୁଢାପାଳ-ଛେଣ୍ଡିପଦା ଜାତୀୟ ରାଜପଥ ପାଶର୍‌ବରେ ଶୋଇପଡିଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ଛେଣ୍ଡିପଦା ପୋଲିସକୁ ଖବର ଦେଇଥିଲେ। ଛେଣ୍ଡିପଦା ଥାନା ଅଧିକାରୀ କନକ ମାଝି ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ପରେ ଏକ ଅଟୋରେ ରେଙ୍ଗାଳି ପଠାଇଥିଲେ। ଏ ନେଇ ଆଠମଲ୍ଲିକ ବିଡିଓ ସଞ୍ଜୟ ଆଚାର୍ଯ୍ୟ କହିଛନ୍ତି, ଏପରି ଘଟିଥିବା ସମ୍ପର୍କରେ ଅବଗତ ନାହିଁ। ତେବେ କ୍ୱାରାଣ୍ଟାଇନରେ ଥିବା ଶ୍ରମିକଙ୍କୁ ଘରକୁ ପଠାଇବାକୁ ସରକାରଙ୍କ ପକ୍ଷରୁ ସେପରି କିଛି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ନାହିଁ। କ୍ୱାରାଣ୍ଟାଇନ ଅବଧି ପୂରଣ ପରେ ପ୍ରବାସୀଙ୍କୁ କେବଳ ଘରକୁ ଯିବା ପାଇଁ ଅନୁମତି ଦିଆଯାଉଛି। ତେବେ ଘଟଣାର ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୪।୭: ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର କ୍ଷମତା…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri