କ୍ୟାମ୍ପସ୍‌ ହାଲଚାଲ୍‌: ପରୀକ୍ଷାଠୁ ପିକ୍‌ନିକ୍‌ ଯାଏ ଚାଲିଛି ଚର୍ଚ୍ଚା

କଟକ ଅଫିସ,୯ା୧୨- ସୋସିଆଲ ମିଡ଼ିଆ ସହ ଅଧିକ ମାତ୍ରାରେ ଜଡ଼ିତ ଯୁବପିଢ଼ି। ଏହି ଜରିଆରେ ଯୁବପିଢିଙ୍କ ପାଖରେ ଦେଶବିଦେଶର ଖବର ସବୁବେଳେ ମହଜୁଦ। ଘଟଣା ହେଉ କି ଦୁର୍ଘଟଣା, ଦେଶର ରାଜନୀତି ହେଉ କି ଅର୍ଥନୀତି। ସବୁ ପ୍ରସଙ୍ଗରେ ଯୁବପିଢି ଅଳ୍ପବହୁତେ ଜାଣନ୍ତି। ଏଭଳି ଏକ ଯୁବପିଢିଙ୍କ ସହ ଆଲୋଚନା କରିବାକୁ ଆମେ ଯାଇ ପହଞ୍ଚିଥିଲୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ। ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଗଣଯୋଗାଯୋଗ ବିଭାଗର ସ୍ନାତକୋତ୍ତର ଛାତ୍ରମାନେ ହେରିଟେଜ ହଲ୍‌ ନିକଟରେ କ୍ଲାସ ଶେଷକରି ଖଟି ଜମାଇଥିଲେ। ସେଠାରେ ସେମାନେ ଆଲୋଚନା କରୁଥିବା ବିଷୟବସ୍ତୁକୁ ନେଇ
ଏହି ସ୍ବତନ୍ତ୍ର ସ୍ତମ୍ଭ…

ରେଭେନ୍‌ଶା

ମହାନଦୀ ଦେଇ ବ୍ରିଟିଶ ସରକାର କଟକକୁ ପ୍ରବେଶ କରୁଥିଲେ। ଯୋବ୍ରା ଥିଲା ପ୍ରବେଶ ପଥ। ଯୋବ୍ରାଠାରୁ କିଛି ଦୂରରେ ଏକ ବିଶାଳ ପଡ଼ିଆ ଥିଲା। ଏହାର ନାମ ଚକ୍ରି ପଡ଼ିଆ ଥିବାବେଳେ ଏଠାରେ ବ୍ରିଟିଶ ଲୋକଙ୍କ ଘୋଡା ବନ୍ଧା ଯାଉଥିଲା। ଇଂରେଜ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ‘ଥୋମାସ୍‌ ଏଡୱାର୍ଡ ରେଭେନ୍‌ଶା’ଙ୍କ ନାମ ଅନୁସାରେ ଏକ ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିଲା। ଏବେ ଏହି ଶିକ୍ଷାନୁଷ୍ଠାନ ୧୫୦ବର୍ଷରେ ପଦାର୍ପଣ କରିଛି। ଏଠାରେ ୮୦୦୦ ବିଦ୍ୟାର୍ଥି ଥିବାବେଳେ ୩୪ଟି ବିଭାଗ ରହିଛି। ସର୍ବପୁରାତନ କନିକା ଲାଇବ୍ରେରି ଏହି ବିଶ୍ୱବିଦ୍ୟାଳୟରେ ରହିଛି। ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା। ଏଠାରେ ଉଭୟ ସ୍ନାତକ ଓ ସ୍ନାତକତ୍ତୋରର ପାଠ୍ୟକ୍ରମ ରହିଛି।

କ୍ୟାମ୍ପସରେ ସବୁଦିନ ଦେଖା ହୁଏନି। ଯେବେ ବି ଦେଖାହୁଏ ଢେର ସମୟ ଯାଏଁ ଖଟି ଚାଲେ। ଅପରାହ୍ନରେ ଦେଖାହେଲେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିଯିବାର ଯୋଜନା ଥାଏ। ହେଲେ ରାତି ୮ଟା ନ ହେଲା ଯାଏଁ କେହି ଖଟି ଭାଙ୍ଗି ଯାଆନ୍ତିନି ବୋଲି କହିଥିଲେ ଛାତ୍ର ସତ୍ୟବ୍ରତ ପ୍ରଧାନ। ଖଟିରେ କ’ଣ ଚର୍ଚ୍ଚା ଚାଲୁଛି ବୋଲି ପଚାରିବାରୁ ସେ କହିଥିଲେ, ଏବେ ପରୀକ୍ଷା ଚିନ୍ତା। ସେମିଷ୍ଟାର ଚାଲିଥିବାରୁ ସିଲାବସ୍‌ କେମିତି ଶେଷ କରିବୁ ସେ ବିଷୟରେ ଆଲୋଚନା କରୁଥିଲୁ। ଏହା ବ୍ୟତୀତ ଡିସେମ୍ବର ୨୨ରେ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ରେ କେମିତି ଟିକେଟ୍‌ ହାସଲ କରିବୁ ସେ ବିଷୟରେ ବି ଆଲୋଚନା ହୋଇଛି। ସେହିପରି ଏଠାରେ ଉପସ୍ଥିତ ଥିବା ଅମର୍ତ୍ତ୍ୟ ଅନୁରାଗ କହିଥିଲେ, କଟକିଆ ହୋଇ ବାରବାଟୀରେ ମ୍ୟାଚ୍‌ ନ ଦେଖିଲେ ଖାଦ୍ୟ ହଜମ ହେବନି। ଯାହାହେଲେ ବି ଧାଡ଼ିରେ ଠେଲାପେଲା କରି ଟିକେଟ କିଣିବୁ। ମୁହଁରେ ତ୍ରିରଙ୍ଗା ଆଙ୍କି ‘ଟିମ୍‌ ଇଣ୍ଡିଆ’କୁ ଉତ୍ସାହିତ କରିବୁ। ଛାତ୍ର ସାର୍ଥକ ରାୟ କହିଥିଲେ, ପିକ୍‌ନିକ୍‌ ଋତୁ ଆସିଥିବାରୁ କେଉଁଆଡେ ପିକ୍‌ନିକ୍‌ ଯିବୁ ସେ ନେଇ ଆଲୋଚନା ମଧ୍ୟ ଏଠାରେ ହୋଇଥିଲା। ପୂର୍ବବର୍ଷ ବାଲେଶ୍ୱର ଚାନ୍ଦିପୁର ଯାଇଥିଲୁ। ହେଲେ କିଛି କାରଣବଶତଃ ପୂର୍ବ ପିକ୍‌ନିକ୍‌ ମଜାଦାର ହୋଇପାରିଲାନି। ଏଣୁ ଏଥର ସବୁ ପିଲାଙ୍କ ସହ ଯୋଗାଯୋଗ ଜାରି ରହିଛି। କେଉଁ ସ୍ଥାନକୁ ଯିବୁ ସେ ବିଷୟରେ ଖଟି ଚାଲିଥିଲା ବୋଲି ସାର୍ଥକ କହିଥିଲେ। ଏହାଛଡ଼ା ଏହି ଖଟିରେ ଟ୍ରାଫିକ ବ୍ୟବସ୍ଥାର ଚାଲାଣ ପ୍ରସଙ୍ଗ, ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକ ହତ୍ୟା ଘଟଣା ବିଷୟକୁ ନେଇ ମଧ୍ୟ ଦୀର୍ଘସମୟର ଆଲୋଚନା କରାଯାଇଥିଲା। ଛାତ୍ର ପବିତ୍ର କୁମାର ସ୍ବାଇଁ, ସିଦ୍ଧାର୍ଥ ଦାସ, ବିନାୟକ ସିଂ, ଗୌରୀ ପ୍ରସାଦ ନାୟକ, ସମ୍ବିତ ବାନାର୍ଜୀ, ସୁଦୀପ୍ତ ସୁନ୍ଦର ଏହି ଖଟିରେ ଉପସ୍ଥିତ ଥିଲେ।

-ରିପୋର୍ଟ: ଅଶୋକ କୁମାର ବାରିକ


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri