କ୍ୟାପିଟାଲ ହସ୍ପିଟାଲରେ ଜରାରୋଗୀ ୱାର୍ଡ ଉଦ୍‌ଘାଟିତ

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲର କାୟାକଳ୍ପରେ ବ୍ୟାପକ ସୁଧାର ଆସିଥିବାବେଳେ ବୁଧବାର ହସ୍ପିଟାଲ ପରିସରରେ ଜରାରୋଗୀ ୱାର୍ଡ ବା ଜେରିଆଟ୍ରିକ୍‌ ୱାର୍ଡ ଉଦ୍‌ଘାଟିତ ହୋଇଯାଇଛି। ବୃଦ୍ଧାବୃଦ୍ଧମାନଙ୍କ କ୍ଷେତ୍ରରେ ବୟସାଧିକ୍ୟ କାରଣରୁ ଦେଖା ଦେଉଥିବା ରୋଗର ଚିକିତ୍ସା ପାଇଁ ଏହି ଓ୍ବାର୍ଡ ଖୋଲାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ। ୧୦ ଶଯ୍ୟା ବିଶିଷ୍ଟ ଏହି ୱାର୍ଡରେ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇଦେବା ଲାଗି ସମସ୍ତ ପ୍ରକାର ସୁବିଧା ରହିଛି। ଏହା ଦ୍ୱାରା ବାର୍ଦ୍ଧକ୍ୟଗ୍ରସ୍ତ ବରିଷ୍ଠ ନାଗରିକମାନେ ଗୁଣାତ୍ମକ ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ କିଶୋର ଧଳ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଅଶୋକ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।
ଅପରାହ୍ନରେ ମନ୍ତ୍ରୀ ପଟିଆସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ସ୍ବାସ୍ଥ୍ୟସେବାର ସ୍ଥିତି ସମୀକ୍ଷା କରିଥିଲେ। ଡାକ୍ତରଙ୍କ ସହ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିବା ସହ ଏଠାକୁ ଆସୁଥିବା ରୋଗୀମାନଙ୍କୁ କିପରି ଉପଯୁକ୍ତ ଚିକିତ୍ସାସେବା ମିଳିପାରିବ, ତା’ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ପରେ ନହରକଣ୍ଟାଠାରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନବନିର୍ମିତ ବିଲ୍‌ଡିଂକୁ ଉଦ୍‌ଘାଟନ କରିଥିଲେ। ଏହିସବୁ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କ ଭିଡିଓ ଭାଇରାଲ ଘଟଣା: ଶିକ୍ଷକଙ୍କ ପରେ ଦୁଇ ଖବରଦାତା ଗିରଫ

ବାଲିକୁଦା,୨୭ା୪(ସ୍ବ.ପ୍ର.): ଭିଡିଓ ଭାଇରାଲ ମାମଲାର ସମାଧାନ ପାଇଁ ଛାତ୍ରୀଙ୍କୁ ଚାପ ପକାଉଥିବା ୨ ଖବରଦାତାଙ୍କୁ ବାଲିକୁଦା ପୋଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ...

ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠିଲା କିଟ୍‌

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ଟାଇମ୍ସ ହାୟର ଏଜୁକେଶନ୍‌ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୩ ବୁଧବାର ପ୍ରକାଶ ପାଇଛି। ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟ ଭଲ ପ୍ରଦର୍ଶନ କରିବା ସହ ଉପରକୁ...

ଖଣି ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ

ଯୋଡ଼ା, ୮।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲାର ଖଣିଖାଦାନ ଭରା ଯୋଡା ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଗ୍ରାହକ ହଇରାଣ ହେଉଛନ୍ତି। ଯୋଡା ସହରରେ ଥିବା...

‘ମିସ୍‌ ପ୍ଲସ୍‌ ସାଇଜ୍‌ ଇଣ୍ଡିଆ’ ଫାଇନାଲରେ ଓଡ଼ିଆ ଝିଅ ପାୟଲ

ଭୁବନେଶ୍ୱର,୨୫।୬: ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍‌ ମାନେ। ମନରେ କିଛି କରିବାର ଆକାଂକ୍ଷା ଥିଲେ ମଣିଷ କେଉଁଠି ବି ପହଞ୍ଚିପାରେ। ଏହାକୁ ପ୍ରମାଣ କରିଛନ୍ତି...

କ୍ଷତିରେ ରାଜ୍ୟର ୮ ସରକାରୀ ଉଦ୍ୟୋଗ

ଭୁବନେଶ୍ବର,୧୩ା୩(ବ୍ୟୁରୋ): ରାଜ୍ୟର ମୋଟ୍‌ ୩୬ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୮ଟି ଏବେ କ୍ଷତିରେ ଚାଲିଛି। ସରକାରୀ ତଥ୍ୟ ଅନୁସାରେ, ଗ୍ରୀଡକୋ ୨୦୧୯-୨୦ରେ ୧୩୩୫.୬୫ କୋଟି, ୨୦୨୦-୨୧ରେ...

ଦେଶ ଉନ୍ନତିରେ ସହଭାଗୀ ହୁଅନ୍ତୁ ଯୁବଗୋଷ୍ଠୀ

କ୍ଷେତ୍ରକୁ କିପରି ଆସିଲେ? ମୁଁ ରେଭେନ୍‌ଶାରୁ ସ୍ନାତକ ପାସ୍‌ କରି ଖଲିକୋଟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଲି। ସେହି ସମୟରେ ମୋ ମାମୁ ତଥା ବ୍ରହ୍ମପୁରର...

ଏତେଦିନ ପରେ କିଏ ଫଟୋ ଛାଡ଼ିଲା ତଦନ୍ତ ହେଉ: ବିରୋଧୀ

ଭୁବନେଶ୍ବର,୨୨।୨(ବ୍ୟୁରୋ): ନବ ଦାସଙ୍କ ହତ୍ୟା ଘଟଣାର ୨୩ ଦିନ ପରେ ଗୋପାଳ କେମିତି ମାରିଲା ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଏବେ...

କେନ୍ଦ୍ର ଅଧୀନ ଶିକ୍ଷାନୁଷ୍ଠାନର ଖାଲି ପଦବୀ ପୂରଣ ଖୁବ୍‌ଶୀଘ୍ର: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୪।୮(ବ୍ୟୁରୋ): କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ସଂଖ୍ୟା ଖୁବଶୀଘ୍ର ପୂରଣ ହେବ। ଏହି ପଦବୀ ନିଯୁକ୍ତିରେ ଅନ୍ୟାନ୍ୟ ପଛୁଆ ବର୍ଗ...

Advertisement
Archives

Model This Week