କ୍ୟାନ୍‌ସର ସହ ଲଢ଼ିବାର କ୍ଷମତା ରଖିଛି ଖଜୁରି

ଖଜୁରିରେ ଏଭଳି କିଛି ତତ୍ତ୍ୱ ରହିଛି ଯାହା କ୍ୟାନ୍‌ସର ଭଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଫୁସ୍‌ଫୁସ୍‌, ସ୍ତନ ଏବଂ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର୍‌ ନାଶ କରିବାରେ ସାହାଯ୍ୟ କରେ  ଖଜୁରି । ରୟାଲ୍‌ ସୋସାଇଟି ଅଫ୍‌ କେମିଷ୍ଟ୍ରିରେ ଏହି ଗବେଷଣା କରାଯାଇଥିଲା।  ଗବେଷଣାରେ କ୍ୟାନସର୍‌ କୋଷିକା ଖଜୁରି ସଂସ୍ପର୍ଶରେ ଆସିବା ଦ୍ୱାରା ଏହା କ୍ୟାନସର୍‌ କାରକ ଟ୍ୟୁମର୍‌ ଉପରେ ପ୍ରଭାବ ପକାଇଥିବା ଦେଖାଯାଇଥିଲା। କିଛି ଦିନ ମଧ୍ୟରେ ଏହା ଆପଣାଛାଏ ନଷ୍ଟ ହୋଇଯାଇଥିଲା। ତେବେ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ନିର୍ଣ୍ଣୟ ନେଇ ପାରିନାହାନ୍ତି ଯେ, ଖଜୁରି କ୍ୟାନ୍‌ସର୍‌କୁ ରୋକିବାରେ ନା କ୍ୟାନସର୍‌କାରକ ଟ୍ୟୁମର୍‌କୁ ଠିକ୍‌ କରିବାରେ ସାହାଯ୍ୟ କରୁଛି। ଏହା ଉପରେ ସେମାନେ ଅଧିକ ଗବେଷଣା ଜାରି ରଖିଛନ୍ତି। ଖଜୁରିରେ ପ୍ରଚୁର ଭିଟାମିନ୍‌ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା ଶରୀରକୁ ମାରାତ୍ମକ ରୋଗରୁ ରକ୍ଷାକରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମନୁଷ୍ୟର ଭାଗ୍ୟ ବଦଳାଇଥାଏ ସଠିକ୍‌ ନାମ: ଜାଣନ୍ତୁ କିପରି

ନାମ ଜଣେ ବ୍ୟକ୍ତିର ମାନସିକ ଏବଂ ଶାରୀରିକ ଗଠନକୁ ପରିପ୍ରକାଶ କରିଥାଏ। ନାମରୁ ଜଣେ ବ୍ୟକ୍ତି ବିଷୟରେ ସବୁକିଛି ଜଣାପଡିଥାଏ। ବ୍ୟକ୍ତିର ସ୍ବାଭାବ, ଆକୃତି, ରଙ୍ଗ...

କଥାବାର୍ତ୍ତା ବେଳେ ଜଳକଣା ଦ୍ୱାରା ବ୍ୟାପିଥାଏ କରୋନା

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାର ଚିକିତ୍ସା ପାଇଁ ଦିନରାତି ଚାଲିଛି ଗବେଷଣା। ଏପରି କି ଏହାର...

ଶୀତଦିନେ କାହିଁକି ବଢ଼େ ମାନସିକ ଅବସାଦ…

ଶୀତଦିନେ କେତେକଙ୍କଠାରେ ମାନସିକ ଅବସାଦ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥାଏ। ଏହି ସମୟରେ ପରିବେଶ ଥଣ୍ଡା ରହିବା ଯୋଗୁ ଶରୀରରେ କ୍ଷରଣ ହେଉଥିବା କେତେକ ହରମୋନ୍‌...

ହୃଦ୍‌ରୋଗୀଙ୍କ ପାଇଁ ନୂଆ ମୋବାଇଲ ଆପ୍‌

ଚିକିତ୍ସା ବିଜ୍ଞାନ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଛି। କେବଳ ସେତିକି ନୁହେଁ, ବିଭିନ୍ନ ରୋଗର ନିଦାନ ପାଇଁ ନୂଆ ତଥା ସରଳ...

ପାଖରେ ରହୁନାହିଁ ଟଙ୍କା, ବଢ଼ୁଥିବା ଖର୍ଚ୍ଚକୁ ନେଇ ଚିନ୍ତିତ କି : ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନର ପରିସ୍ଥିତି, ବଜାରର ମହଙ୍ଗା ଦର ମଧ୍ୟରେ ଅର୍ଥ ସଞ୍ଚୟ କରିବା ଅତ୍ୟନ୍ତ କଷ୍ଟକର। ଅଧିକାଂଶ ଲୋକ ସେମାନଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି ମାତ୍ର...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଚାମୁଚେ…

ବ୍ୟସ୍ତ ବହୁଳ ଜୀବନରେ ଏବେ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଦେଖାଯାଉଛି। ତେବେ ଏହାକୁ ସହଜରେ ଦୂରେଇ ହେବ। ଆୟୁର୍ବେଦରେ ଉଲ୍ଲେଖ ରହିଛି ପ୍ରତିଦିନ ସକାଳେ ଚାମୁଚେ...

ଫ୍ୟାଶନେବଲ ମାସ୍କ

ଏବେ ସମସ୍ତଙ୍କ ଲାଇଫ୍‌ ଷ୍ଟାଇଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ମାସ୍କ। ସୁରକ୍ଷା ନିମନ୍ତେ ସମସ୍ତେ ମାସ୍କ ପିନ୍ଧୁଛନ୍ତି। ତେବେ ଫେସ୍‌ମାସ୍କ ପିନ୍ଧିବା ସମୟରେ କିଛି...

ମା’ ଯୋଗମାୟା ପୀଠ

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗ୍ରାମପଞ୍ଚାୟତ ଅଧୀନ ଗୁର୍ଜିମୁଣ୍ଡା ଗାଁଠାରୁ ଅଳ୍ପ କିଛି ଦୂରରେ ରହିଛି ଏହି ପବିତ୍ର ଯୋଗମାୟା ପୀଠ। ଏହା ଓଁ...


Coronavirus Update

Archives

Model This Week

Why Dharitri