କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇ, ସେଥିରୁ ମୁକୁଳି, ପୁଣି ନିଜ ଜୀବନର ଲକ୍ଷ୍ୟ ପୂରଣ କରିବା ଭଳି ଏକ ଉଦାହରଣ ଦେଖିବା ପରେ ଆପଣ ହୁଏତ କହିବେ, “ସତରେ ଜୀବନରେ କିଛି ଅସାଧ୍ୟ ନୁହେଁ।” ୩୭ ବର୍ଷୀୟା ଆମେରିକୀୟ ମହିଳା ସାରା ଥୋମସ୍‌ ଇଂଲିଶ୍‌ ଚ୍ୟାନେଲକୁ ଲଗାତର ୪ଥର ପହଁରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସାରା ଗତ ରବିବାର ସକାଳୁ ଏହି ଲକ୍ଷ୍ୟ ସହ ପହଁରା ଆରମ୍ଭ କରିଥିବାବେଳେ ୫୪ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ନେଇ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଅଲ୍‌ଟ୍ରା ମାରାଥନ୍‌ ସ୍ବିମର୍‌ ସାରା ଥୋମସ୍‌ ସ୍ତନ କର୍କଟରେ ପୀଡିତ ଥିଲେ ଓ ଗତବର୍ଷ ଅର୍ଥାତ ୨୦୧୮ରେ ତାଙ୍କ ଚିକିତ୍ସା ଶେଷ ହୋଇଛି। ସାରା ନିଜର ଏହି ବିଜୟକୁ କର୍କଟ ରୋଗରୁ ମୁକ୍ତି ପାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉତ୍ସର୍ଗ କରିଛନ୍ତି।
ସାରା ପ୍ରଥମ ବ୍ୟକ୍ତି ଭାବେ ଇଂଲିଶ୍‌ ଚ୍ୟାନେଲ୍‌କୁ କ୍ରମାଗତ ୪ଥର ପହଁରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ନିଜର ଅନ୍ତିମ ରାଉଣ୍ଡ ଶେଷ କରୁଥିବା ସମୟରେ ଏକ ବିରାଟ ବଡ଼ ଜୁଆର ତାଙ୍କ ଉପରକୁ ମାଡ଼ି ଆସି ପଛକୁ ଫିଙ୍ଗି ଦେଇଥିଲା, କିନ୍ତୁ ମଙ୍ଗଳବାର ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ସେ ଏହି ଚ୍ୟାଲେଞ୍ଜ ପୂରଣ କରିଥିଲେ। ଏଭଳି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବା ପରେ ସାରା କହିଛନ୍ତି, “ଆମେ ସତରେ ଏହା ସମ୍ପୂର୍ଣ୍ଣ କରିପାରିଛୁ ବୋଲି ମୁଁ ବିଶ୍ୱାସ କରିପାରୁନି। ଲୁଣିଆ ପାଣି କାରଣରୁ ଏହି ଯାତ୍ରା ଆହୁରି କଷ୍ଟଦାୟକ ଥିଲା। ଅନେକ ଲୋକ ମୋତେ ଦେଖା କରିବାକୁ ବେଳାଭୂମି ନିକଟକୁ ଆସିଥିଲେ, ମୋତେ ଅଭିନନ୍ଦନ ଜଣାଇଥିଲେ। କିନ୍ତୁ ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ଥିବା ମୁଁ ଅନୁଭବ କରିିଥିଲି। ” ପ୍ରକାଶ ଥାଉ କି, ପୂର୍ବରୁ କେବଳ ୪ଜଣ ସ୍ବିମର୍‌ ବିଶାଳ ଇଂଲିଶ୍‌ ଚ୍ୟାନେଲକୁ କ୍ରମାଗତ ତିନିଥର ପହଁରି ସାରିଛନ୍ତି। ତେବେ କ୍ରମାଗତ ୪ ଥର ପହଁରି ପ୍ରଥମ ବ୍ୟକ୍ତି ଭାବେ ସାରା ଥୋମସ୍‌ ଏହି ରେକର୍ଡ ଭାଙ୍ଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝିଆକାଶରେ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି

ଆଟ୍‌ଲାଣ୍ଟା,୧୧।୭: ଡେଲ୍‌ଟା ଏୟାରଲାଇନ୍ସ ବିମାନ ୧୪୨୪ ଆଟ୍‌ଲାଣ୍ଟାରୁ ବାଲ୍‌ଟିମୋରକୁ ଉଡାଣ କରିଥିଲା। ହେଲେ ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ କାର୍ଯ୍ୟକ୍ଷମ ହୋଇପାରି ନ...

ପାକିସ୍ତାନରେ ଔଷଧ ସଙ୍କଟ, ୪-୫ ସପ୍ତାହରେ ଉତ୍କଟ ହେବ ସ୍ଥିତି…

ଇସଲାମାବାଦ,୨୬।୨ : ପାକିସ୍ତାନରେ ଚାଲିଥିବା ଆର୍ଥିକ ସଙ୍କଟ ସ୍ବାସ୍ଥ୍ୟସେବା ଉପରେ ଖରାପ ପ୍ରଭାବ ପକାଇଛି। ଏଠାରେ ଲୋକେ ଅତ୍ୟାବଶ୍ୟକ ଔଷଧ ପାଇଁ ସଂଘର୍ଷ କରୁଛନ୍ତି। ଦେଶରେ...

ଜାତିସଂଘରେ ଆତଙ୍କବାଦ ପୀଡିତଙ୍କ ପାଇଁ ୨ ଦିନିଆ ଶ୍ରଦ୍ଧାଞ୍ଜଳି…

ଜେନେଭା, ୮।୯ : ପ୍ରଥମ ଜାତିସଂଘ ଗ୍ଲୋବାଲ କଂଗ୍ରେସ ସେପ୍ଟେମ୍ବର ୮ ଏବଂ ୯ ରେ ଅନୁଷ୍ଠିତ ହେବ। ଏହି ଅବସରରେ ୨୬/୧୧ ମୁମ୍ବାଇ ଆକ୍ରମଣ...

୧୦ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫଗାନିସ୍ତାନରେ…

କାବୁଲ୍‌,୨୮।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ସ୍ବଦେଶ ଫେରୁଥିବାରୁ ଦେଶରେ ପୁଣି ତାଲିବାନ ସକ୍ରିୟ ହେବାରେ ଲାଗିଛି। ଆଫଗାନିସ୍ତାନର ଅସ୍ଥିର ସ୍ଥିତିରୁ ପାକିସ୍ତାନ ଲାଭ ଉଠାଇବାର ଉଦ୍ୟମ...

ଡ୍ରାଇଭିଂ ସମୟରେ ଅଧିକାଂଶ ଭାରତୀୟ ମୋବାଇଲ ବ୍ୟବହାର କରନ୍ତି

ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରିବାର କୁପରିଣତି ଜାଣିବା ପରେ ମଧ୍ୟ ଭାରତରେ ପାଖାପାଖି ୬୨ ପ୍ରତିଶତ ଲୋକ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରୁଥିବା...

ଶଁବାଳୁଆକୁ ଦେଖି ଅଟକି ଗଲେ ୨ ବଣ ମଣିଷ: ତା ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ୨ ବଣ...

ସମଝୌତା ପରେ ଏବେ ଥର୍‌ ଏକ୍ସପ୍ରେସ୍‌କୁ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପାକିସ୍ତାନ ଭାରତରୁ ଗୋଟିଏ ପରେ ଗୋଟିଏ ସମ୍ପର୍କ ଛିନ୍ନ କରିବାରେ ଲାଗିଛି। ଗୁରୁବାର ପାକିସ୍ତାନ ସମଝୌତା ଏକ୍ସପ୍ରେସ୍‌...

ଜାଣନ୍ତୁ ବିଶ୍ୱର ସବୁଠୁ ସୁନ୍ଦର, ବିଳାସମୟ ଏୟାରପୋର୍ଟ ସମ୍ପର୍କରେ…

ସାଧାରଣତଃ ରେଲ୍‌ଓ୍ବେ ଷ୍ଟେଶନ ହେଉ କି ଏୟାରପୋର୍ଟରେ ଅପେକ୍ଷା କରିବା ଭାରି କଷ୍ଟଦାୟକ। କିନ୍ତୁ ବିଶ୍ୱରେ ଏମିତି କିଛି ଏୟାରପୋର୍ଟ ଅଛି, ଯେଉଁଠାରେ ଅପେକ୍ଷା କରିବାକୁ...

Advertisement
Archives

Model This Week