କ୍ୟାନସ୍‌ର ଫ୍ରି ହେବା ପରେ ନୂଆ ଥେରାପିର ଏକ ଭିଡିଓ ଶେୟାର କଲେ ସୋନାଲି

ମୁମ୍ବାଇ,୧୧।୬: ୨୦୧୮ରେ ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସ୍‌ର ରୋଗରେ ପୀଡ଼ିତ ହେବା ପରେ ଚିକିତ୍ସା ପାଇଁ ଆମେରିକାକୁ ଚାଲିଯାଇଥିଲେ। ସେଠାରେ ରହି ତାଙ୍କର ପୁରା ଚିକିତ୍ସା କରାଇଥିଲେ। ଏହାରି ଭିତରେ ସେ ଜୀବନର ବହୁ ସଂଘର୍ଷ ଭିତରେ ଗତି କରିଛନ୍ତି। ହେଲେ ଏବେ ସୋନାଲି ସୁସ୍ଥ ହୋଇ ଫେରି ମୁମ୍ବାଇରେ ନିଜ ପରିବାରଙ୍କ ସହ ରହୁଛନ୍ତି। ସୋନାଲି କ୍ୟାନସ୍‌ର ଟ୍ରିଟମେଣ୍ଟ ସହ ଜଡ଼ିତ ଥିବା ନିଜର ଅନୁଭୂତିକୁ ବହୁ ଥର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏବେ ପୁଣି ସେ ତାଙ୍କର ଏକ ନୂଆ ଆକ୍ୱାଥେରାପି ସେଶନର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସୋନାଲି ପାଣି ଭିତରେ ଏକ୍ସସାଇଜ୍‌ କରୁଥିବା ଦେଖିବାକୁ ମିଳିଛି। ପାଣି ଭିତରେ ଏକ୍ସସାଇଜ୍‌ କରିବା ବହୁ କଠିନ ହୋଇଥାଏ। ହେଲେ ନର୍ମାଲ କଣ୍ଡିସନ୍‌ରେ ଏହାକୁ କରିବା ବହୁ ସହଜ ଥିଲା। ସୋନାଲି ଭିଡିଓ ଶେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ‘ଚେତାବନୀ: ଯେତିକି ଦେଖିବାରେ ଏହା ସହଜ ଲାଗୁଛି ସେତିକି ସହଜ ନୁହେଁ’। ଏହି ନୂଆ ଆକ୍ୱାଥେରାପି ଟ୍ରେନିଂ ସେଶନ ବହୁତ କଷ୍ଟକର କିନ୍ତୁ ଯଦି ସେ ନର୍ମାଲ କଣ୍ଡିସନରେ ଥାନ୍ତେ ତା’ହେଲେ ଏହାକୁ କରିବା ବହୁ ସହଜ ହୋଇଥାନ୍ତା ବୋଲି ସୋନାଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲେଣ୍ଟାଇନ ଡେ’ରେ ଛୁଟି କାଟିବାକୁ ବାହାରିଲେ ଦୀପବୀର

ମୁମ୍ବାଇ: ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍‌ ଓ୍ବିକ୍‌। ଏବେ ଏହାକୁ ନେଇ କିଏ କେତେ ପ୍ଲାନ କରି ସାରିଛନ୍ତି। ବିଶେଷ କରି ବଲିଉଡ୍‌ ସେଲିବ୍ରିଟିମାନେ ଏହାକୁ ନେଇ...

ଟ୍ବିଙ୍କଲଙ୍କର ମେକ୍‌ଅପ୍‌ କଲେ ଝିଅ ନିତାରା

ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକେ ଏବେ ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହି ସମୟରେ ଅଭିନେତ୍ରୀ...

ଜାହ୍ନବୀଙ୍କ ଖୁସି

ଜାହ୍ନବୀ କପୁର ଏବେ ଖୁସିରେ ଉଛୁଳୁଛନ୍ତି। ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ କ’ଣ ପାଇଁ ଜାଣନ୍ତି...

ନବୀନ..ନବୀନ ଗୀତ ୬ଥର: ଶୁଣିଥିଲେ ମୁଖ୍ୟମନ୍ତ୍ରୀ

ବହୁ ଲୋକ ଦୁଃଖ ଗୀତକୁ ପସନ୍ଦ କରନ୍ତି। ଏଣୁ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ(ଜାପାନୀ)ଙ୍କ ପାଇଁ ଦୁଃଖ ଗୀତଗୁଡ଼ିକ ହିଁ ଆଶୀର୍ବାଦ ହୋଇ ଆସିଲା।...

ପ୍ରେମ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ ସୁନ୍ଦର ଅଭିନୟ ଯୋଗୁ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏଥିପାଇଁ ଜାତୀୟ ପୁରସ୍କାର ପାଇଥିବା ରବୀନାଙ୍କର...

ରିୟାଙ୍କୁ ମିଳୁଛି ବଳାତ୍କାର ଏବଂ ହତ୍ୟାର ଧମକ: ପୋଷ୍ଟ ଶେୟାର କରି ରଖିଲେ ଏଭଳି ଜବାବ

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ମୁମ୍ବାଇ ପୋଲିସ ଏକପ୍ରକାର ସ୍ପଷ୍ଟ କରିଛି। ହେଲେ ଏହାକୁ ମାନିବାକୁ ପ୍ରଶଂସକ ଏକ ପ୍ରକାର...

ବଲିଉଡ୍‌ରେ କ୍ୟାରିୟର କରି ନ ପାରି ଆତ୍ମହତ୍ୟା କଲେ ମଡେଲ ପର୍ଲ

ମଡେଲ ପର୍ଲ ପଞ୍ଜାବୀ ମୁମ୍ବାଇସ୍ଥିତ ନିଜ ଆପାର୍ଟମେଣ୍ଟ ଛାତରୁ ଡେଇଁ ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ୨୦ ବର୍ଷୀୟା ପର୍ଲ ବଲିଉଡ୍‌ରେ କ୍ୟାରିୟର କରିବାକୁ ଚାହୁଁଥିଲେ।...

‘ଦବଙ୍ଗ-୩’ର ଶୁଟିଂ ଶେଷ: ଏହି ଅବସରରେ ବିନୋଦଙ୍କୁ ମନେପକାଇଲେ ସଲ୍‌ମାନ

ବଲିଉଡ୍‌ ଇଣ୍ଡଷ୍ଟ୍ରିର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ର ଶୁଟିଂ ଇତିମଧ୍ୟରେ ଶେଷ ହୋଇଛି। ସଲ୍‌ମାନ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *