କ୍ଷମା ମାଗିଲେ ହେମା !

ମୁମ୍ବାଇ: ବଲିଉଡ୍‌ ଡ୍ରିମ ଗର୍ଲ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏକ ବିଜ୍ଞାପନକୁ ନେଇ ହେମାଙ୍କୁ ଟ୍ରୋଲ୍‌ କରିବା ପରେ ଏବେ ସେ ତା’ର ଉତ୍ତର ରଖିଛନ୍ତି। ହେମା ହେଲ୍‌ଥ କମ୍ପାନୀ କେଣ୍ଟ ଆରୋର ବ୍ରାଣ୍ଡ ଆମ୍ବାସଡର ହୋଇଥିବା ବେଳେ ନିକଟରେ ଏହି କମ୍ପାନୀର ଅଟା ପ୍ୟାକେଟ ଉପରେ ହେମାଙ୍କ ଫଟୋ ଦେଖିବାକୁ ମିଳିଥିଲା। ଆଉ ଏଥିରେ ଯେଉଁ କେତୋଟି ବାକ୍ୟ ଲେଖାଯାଇଥିଲା ତାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏହାକୁ ଦେଖିବା ପରେ ହେମା ଟୁଇଟ୍‌ କରି କହିଛନ୍ତି ଏଥିପାଇଁ ଉକ୍ତ କମ୍ପାନୀର ଚେୟାରମ୍ୟାନ ପୂର୍ବରୁ କ୍ଷମା ମାଗି ସାରିଛନ୍ତି। ତେଣୁ ହେମା ସ୍ପଷ୍ଟ କରିଛନ୍ତି ଯେ, ସେ ସବୁ ବର୍ଗର ଲୋକଙ୍କ ସମ୍ମାନ କରନ୍ତି। କେହିଜଣେ ସୋସିଆଲ ମିଡିଆ ୟୁଜର୍ସ ଏକ ସ୍କ୍ରିନ୍‌ ସଟ୍‌ ଶେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି। ହେଲେ କାହାକୁ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନୁହେଁ ବୋଲି ହେମା କହିଛନ୍ତି। ସୂଚନାଯୋଗ୍ୟ,ବିଜ୍ଞାପନର ଯେଉଁ ବାକ୍ୟରେ ଲେଖାଯାଇଥିଲା, ଆପଣ ଆପଣଙ୍କ ଘରେ କାମ କରୁଥିବା ଲୋକକୁ ଅଟା ଚକଟିବାକୁ କହୁଛନ୍ତି କି? କାରଣ ସେମାନଙ୍କ ହାତ ସଂକ୍ରମିତ ହୋଇଥାଇପାରେ। ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସମାନେ ହେମାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ‘ରୋଜା’

ମୁମ୍ବାଇ: ମଣିରତ୍ନମଙ୍କ ନିର୍ଦ୍ଦେଶିତ ଫିଲ୍ମ ୧୯୯୨ରେ ପରଦାରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ଏବେବି ଏହା ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି। ଏଥିରେ ଅରବିନ୍ଦ...

ଚାଷୀଙ୍କୁ ସମର୍ଥନ କରି ପୁଣି ଚର୍ଚ୍ଚାରେ ସୋନୁ ସୁଦ୍‌

ମୁମ୍ବାଇ: କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିବା ଅଭିନେତା ସୋନୁ ସୁଦ୍‌ଙ୍କୁ ଲୋକେ ଭଗବାନ ଭଳି ମାନୁଛନ୍ତି। ଏବେ ତାଙ୍କ...

ନିଜଠାରୁ ୧୬ ବର୍ଷ ସାନ ରେଖାଙ୍କୁ ବିନା ଅନୁମତିରେ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତା

ସାଉଥ୍‌ ଫିଲ୍ମ ସୁପରଷ୍ଟାର କମଲ ହାସନ ଆଜି ୬୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୭ ନଭେମ୍ବର ୧୯୫୪ରେ ତାମିଲନାଡୁର ପାରାମକୁଡିରେ ଜନ୍ମଗ୍ରହଣ କରିଥିଲେ। ସେ...

ସଲମାନଙ୍କ ଉପରେ ରାଗୁଛନ୍ତି ସୁଶାନ୍ତଙ୍କ ପ୍ରଶଂସକ: ବିଙ୍ଗ୍‌ ହ୍ୟୁମାନ ଷ୍ଟୋରରେ ପଶି କଲେ ଭଙ୍ଗାରୁଜା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ସିନେଜଗତ, ରାଜନେତା ଏବଂ...

ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ହଂସିକା

ମୁମ୍ବାଇ: ବଲିଉଡରେ ଏବେ ବିବାହ ସିଜିନ୍‌ ଚାଲିଛି। ଅଭିନେତା କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ ଏବେ...

‘କଲଙ୍କ’ରେ ଭୂମିକାକୁ ନେଇ ଖୁସି

ମୁମ୍ବାଇ,୨୦ା୪(ଆଇଏଏନ୍‌ଏସ୍‌): ଅଭିଷେକ୍‌ ବର୍ମନଙ୍କ ଚଳଚ୍ଚିତ୍ର ‘କଲଙ୍କ’ରେ ନିଜର ଭୂମିକାକୁ ନେଇ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଏଥିରେ ଅଭିନେତା ଆଦିତ୍ୟ ରୟ...

ଲଭ ଲେଟର ଲେଖିବାରେ ଓସ୍ତାଦ ଥିଲେ ଜାଭେଦ ଅଖତର

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର ଆଜି ୭୭ ବର୍ଷରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରେ ଜନ୍ମ ନେଇଥିବା ଜାଭେଦ ଆଜି ବଲିଉଡ...

ଏହି ଅଭିନେତ୍ରୀଙ୍କ ସୋସାଇଟିରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟକୁ କରାଗଲା ସିଲ୍‌

ମୁମ୍ବାଇ,୫।୫: କରୋନା ଭାଇରସ୍‌ ସାରା ଦେଶରେ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ରୋକିବା...

Advertisement
Archives

Model This Week