କ୍ଷମତାକୁ ଆସିଲେ ଭାଜପା ନିଯୁକ୍ତି ସୁଯୋଗ ବଢାଇବ

ଆନନ୍ଦପୁର,୧୯।୪(ସ୍ବ.ପ୍ର.)- କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସି ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ଏବଂ କେନ୍ଦୁଝର ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କରିଛନ୍ତି। ସେ କେନ୍ଦ୍ରୀୟ ଯୋଜନା ରୂପାୟନରେ ରାଜ୍ୟରେ ବିଜେଡି ସରକାର ଅସହଯୋଗ କରୁଥିବା ଅଭିଯୋଗ କରିବା ସହ କଂଗ୍ରେସକୁ ଟାର୍ଗେଟ କରି ବକ୍ତବ୍ୟ ରଖିଥିଲେ। ଶାଳପଡା ପଡିଆଠାରେ ଅନୁଷ୍ଠିତ ସଭାରେ କେନ୍ଦ୍ର ମନ୍ତ୍ରୀ ଗଡକରୀ ଭାଜପା ଉଭୟ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାକୁ ଆସିଲେ ଶିଳ୍ପାୟନ ଜରିଆରେ ବେକାର ଯୁବତୀଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ବୋଲି କହିଥିଲେ।

ଏକ ନିର୍ବାଚନୀ ସଭାରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହ ସଭାପତିତ୍ୱ କରିଥିଲେ। ଭାଜପା ଜିଲା ସଭାପତି ରାଧା ମହାନ୍ତ, ପୂର୍ବତନ ବିଧାୟକ ରାଧାକାନ୍ତ ସ୍ବାଇଁ, ପୂର୍ବତନ ଆନନ୍ଦପୁର ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ, ଜିଲା ଭାଜପା ଉପସଭାପତି ଗୋଲଖ ଯେନା, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁମତୀ ଯେନା, ସମ୍ପାଦିକା ଅସୀମା ମିଶ୍ର, ରାଜ୍ୟ ଭାଜପା ସମ୍ପାଦିକା ରଶ୍ମିରେଖା ଦାସ, ହେମନ୍ତ ମଲ୍ଲିକ, ଟୁକୁନା ମହାନ୍ତ, ବିଚିତ୍ର ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ଭାଜପା ନେତାମାନେ ପରିବର୍ତ୍ତନର ପ୍ରସଙ୍ଗ ଉଠାଇ ରାଜ୍ୟରେ ବିଜେଡି ସରକାରଙ୍କୁ ବଦଳାଇବା ସକାଶେ ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ। ଘସିପୁରା ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ କୁଅଁର କଂଗ୍ରେସ ଓ ବିଜେଡିକୁ ପ୍ରତ୍ୟାଖ୍ୟାନ କରି ଦେଶରେ ଡବଲ ଇଞ୍ଜିନ୍‌ ସରକାର ଚଳାଇବା ପାଇଁ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ। କେନ୍ଦୁଝର ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକ ଆନନ୍ଦପୁର ଓ ଘସିପୁରାର ଭାଜପା ବିଧାୟକ ପ୍ରାର୍ଥୀମାନଙ୍କୁ ଭୋଟ ଦେବା ଲାଗି ନିବେଦନ କରିବା ସହ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ।

ମଧ୍ୟାହ୍ନ ୧୨ ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନୀ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କୁ ଦେଖିବା ପାଇଁ ଲୋକଙ୍କ ସମାଗମ ହୋଇଥିଲା। ହେଲେ ମନ୍ତ୍ରୀ ଗଡକରୀ ବହୁ ବିଳମ୍ବରେ ଆସି ଅପରାହ୍ନ ସାଢେ ୩ଟାବେଳେ ନିର୍ବାଚନୀ ସଭାରେ ପହଞ୍ଚିଥିଲେ। ସେତେବେଳକୁ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରି ସିଟ୍‌ ଛାଡି ପଳାଇଯାଇଥିଲେ। ଏଣୁ କେନ୍ଦ୍ର ମନ୍ତ୍ରୀ ଅଳ୍ପ କେଇମିନିଟ୍‌ ଭାଷଣ ଦେଇ  ବକ୍ତବ୍ୟ ଶେଷ କରିଥିଲେ।

ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହେବା ଏବଂ ସଭାରେ ରାଜ୍ୟ ଭାଜପାର ଜଣେ ସମ୍ପାଦିକା ତାଙ୍କ ଭାଷଣରେ ଦଳର ପ୍ରାର୍ଥୀଙ୍କ ନାମ କହିବାବେଳେ ତ୍ରୁଟି କରିବା ଦଳୀୟ କର୍ମୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।  ସେ ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀଙ୍କ ପରିବର୍ତ୍ତେ ଭାଜପା ଛାଡି ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଭାଗୀରଥି ସେଠୀଙ୍କ ନାମ ଭୁଲବଶତଃ ଉଚ୍ଚାରଣ କରିଥିଲେ, ଯାହାକୁ ନେଇ ସଭାରେ ଗୁଞ୍ଜରଣ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri